ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

Jammu & Kashmir: ଦୀର୍ଘ ଦିନର ଶାନ୍ତି ପରେ ପୁଣି ଆଶାନ୍ତ ଜମ୍ମୁ ଓ କାଶ୍ମୀର; ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ

Published By : Bijay Swain | April 9, 2025 8:30 PM

Image courtesy: indiatoday

ନୂଆଦିଲ୍ଲୀ: କିଛି ଦିନର ନିରବତା ପରେ ପୁଣି ଅଶାନ୍ତ ହୋଇଉଠିଛି ଜମ୍ମୁ କାଶ୍ନୀର। ଉଦ୍ଧମପୁର ଓ କିସ୍ତୱର ଜିଲ୍ଲାରେ ବୁଧବାର ପୁଣି ଗର୍ଜିଛି ବନ୍ଧୁକ। ସୁରକ୍ଷା କର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ହୋଇଛି ଗୁଳିକାଣ୍ଡ। 

ଖବର ମୁତାବକ, ଉଦ୍ଧମପୁର ଅଧିନରେ ଥିବା ଜୋଫର ମାର୍ତା ଗ୍ରାମ ନିକଟରେ ଥିବା ଅଞ୍ଚଳରେ କେତେକ ଜୈଶ ଆତଙ୍କୀ ଲୁଚୀ ରହିଥିବା ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହି ସୂଚନା ପାଇବା ପରେ ସେନା ପକ୍ଷରୁ ଉକ୍ତ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଜାରି କରାଯାଇଥିଲା। ତେବେ ସେଠାରେ ଲୁଚି ରହିଥିବା ଆତଙ୍କୀମାନେ ପ୍ରଥମେ ନିଜଆଡୁ ଗୁଳିଚାଳନା ଆରମ୍ଭ କରିଦେଇଥିଲେ। ବର୍ତ୍ତମାନଯାଏ ମଧ୍ୟ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ବୋଲି ଜମ୍ମୁ କାଶ୍ମୀର ପୋଲିସ ସୂଚନା ପ୍ରଦାନ କରିଛି। 

ସେହିପରି କିସ୍ତୱର ଜିଲ୍ଲାର ଚତ୍ରୁ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ହୋଇଥିବା ଜମ୍ମୁ ଓ କାଶ୍ମୀର ପୋଲିସ ସୂଚନା ଦେଇଛି। ଉକ୍ତ ଅଞ୍ଚଳରେ ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବାର ସମ୍ଭାବନା ରହିଥିବା ଖବର ପାଇ ସେନା ଏହି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଜାରି କରିଥିଲା। ଖବର ଲେଖାହେହା ଯାଏ ମଧ୍ୟ ଉଭଯ ଗୋଷ୍ଟି ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ତେବେ ସେନା ବିଛାଇଥିବା ଜାଲରେ ସେଠାରେ ଲୁଚିଥିବା ଆତଙ୍କୀମାନେ ପଡିସାରିଛନ୍ତି ବୋଲି ସ୍ଥାନିୟ ପୋଲିସ ସୂଚନା ପ୍ରଦାନ କରିଛି। 

ଏହି ଅପରେସନରେ ଜମ୍ମୁ ଓ କାଶ୍ମୀର ପୋଲିସ ସହିତ ଅନ୍ୟାନ୍ୟ ସୁରକ୍ଷା ବାହିନୀ ମଧ୍ୟ ସାମିଲ ହୋଇଛନ୍ତି। କିସ୍ତୱରରେ ଘଟିଥିବା ଏହି ଘଟଣା, ଉଧମପୁରରେ ଆରମ୍ଭ ହୋଇଥିବା ସଂଘର୍ଷର ଏକ ଅଂଶ ବୋଲି ଜଣାପଡ଼ିଛି। ଅଧିକାରୀମାନେ କହିଛନ୍ତି ଯେ, ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇ ଏକ ବ୍ୟାପକ ଅଭିଯାନ ଜାରି ରହିଛି। 

ତେବେ ଦୁଇଟି ସ୍ଥାନରେ ଚାଲିଥିବା ଅପରେସନ ସମ୍ପର୍କରେ ଅଧିକ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ସ୍ଥିତି ନିୟନ୍ତ୍ରଣରେ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ସୁରକ୍ଷା ବାହିନୀ ସତର୍କ ରହି କାର୍ଯ୍ୟ ଜାରି ରଖିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.