PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଏହି ଗ୍ଲାମର ଗାର୍ଲଙ୍କ ଗାଧୁଆ ପାଣିକୁ କିଣିବା ପାଇଁ ଚାଲିଲା ପେଲାଠେଲା, ଦାମ୍ ଶୁଣିଲେ ଆପଣଙ୍କ ମୁଣ୍ଡ ବି ଖରାପ ହୋଇଯିବ

ଅଭିନେତା ଅଭିନେତ୍ରୀ ହୁଅନ୍ତୁ କି ସାଧାରଣ ମଣିଷ ସୋସିଆଲ ମିଡ଼ିଆ​‌ରେ ବେଳେବେଳେ ଏମିତି ପାଗଲାମି ଦେଖାନ୍ତି ଯେ ଏମାନଙ୍କ ଯୋଗୁଁ ଦର୍ଶକ ବି ହଇରାଣରେ ପଡ଼ିଯାଆନ୍ତି। ତେବେ ଜଣେ ମହିଳା ଏମିତି କିଛି ତିଆରି କରିଛନ୍ତି ଯେ, ଯାହାକୁ ଜାଣିଲେ ଆପଣଙ୍କ ମୁଣ୍ଡ ବି ଖରାପ ହୋଇଯିବ। ମହିଳା ଜଣକ ଗାଧୋଇବା ପରେ ସେହି ଗାଧୋଇବା ପାଣିକୁ ବଜାରରେ ବିକ୍ରି କରିଛନ୍ତି। କିନ୍ତୁ ଆପଣ ଏହା ଜାଣିଲେ ଆହୁରି ଅଧିକ ଆଶ୍ଚଯ୍ୟ ହେବେ ଯେ ଏହି ପାଣିକୁ କିଣିବା ପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ ଲାଗିଛି ପେଲାଠେଲା। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ହଇଚଇ ସୃ​ଷ୍ଟି ହୋଇଛି।

ସୋସିଆଲ ମିଡ଼ିଆର ଇଣ୍ଟରନେଟ୍ ସେନ୍ସେସନ୍ ଏବଂ ଫେମସ୍ ଗେମର ଗାର୍ଲ ବେଲ୍ ଡେଲଫିନ୍ ଗାଧୋଇ ସାରିବା ପରେ ବଳକା ରହିଥିବା ପାଣିକୁ ନେଇ ବଜାରରେ ବିକ୍ରି କରିଥିଲେ। ଏମିତିବି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ପାଣିକୁ କିଣିଥିଲେ। ଏହି ପାଣିର ଦାମ୍ ୩୦ ଡଲାର ।

୧୯ବର୍ଷ ବୟସର ବେଲ୍ ଡେଲଫିନ୍ ନିଜ ଇନଷ୍ଟାଗ୍ରାମରେ ଏହି ଭିଡ଼ିଓ ପୋ​‌ଷ୍ଟ କରିଥିଲେ। ଯେଉଁଥିରେ ସେ ବାଥରୁମ୍ ଟପ୍ ଭିତରେ ବସିଥିବାର ନଜର ଆସିଛନ୍ତି। ବେଲ୍ ଡେଲଫିନଙ୍କ ଟ୍ବିଟରରୁ ଜଣାପଡ଼ିଛି କି ଗତ ଦୁଇ ହେବ ଲୋକେ ଏହି ପାଣିକୁ କିଣୁଛନ୍ତି। ଏହା ବ୍ୟତୀତ ଲୋକମାନେ ଟ୍ବିଟରରେ ଅଜବ ଅଜବ ଡିମାଣ୍ଡ ରଖିଛନ୍ତି। ଯାହାକୁ ନେଇ ବେଲ୍ ଡେଲଫିନ୍ ମଧ୍ୟ ବହୁତ ଖୁସି ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର