PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସେମିଫାଇନାଲରେ ପରାଜୟ ପରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କର ଓ୍ବାର୍ଲ୍ଡକପ୍ କ୍ୟାରିୟର ଶେଷ ହୋଇପାରେ

ନୂଆଦିଲ୍ଲୀ,୧୨।୭: ବିଶ୍ବକପ ସେମିଫାଇନାଲରେ ଭାରତୀୟ କ୍ରିକେଟ ଟିମ୍  ନ୍ୟୁଜିଲାଣ୍ଡ ବିରୋଧରେ ପରାଜୟର ସାମନା କରିବାକୁ ପଡିଥିଲା ଓ ଟିମ୍ ବିଶ୍ବକପରୁ ବାହାର ହୋଇଯାଇଥିଲା। ମଞ୍ଚେଷ୍ଟରର ଓଲ୍ଡ ଟ୍ରେଫଡରେ ହୋଇଥିବା ଏହି ମ୍ୟାଚରେ  ୨୪୦ ରନର ପିଛା କରିବାକୁ ଯାଇ ମାତ୍ର ୧୮ ରନରେ  ନ୍ୟୁଜିଲାଣ୍ଡ ଠାରୁ ଭାରତ ପରାଜିତ ହୋଇଥିଲା। ତେବେ ଏହି ବିଶ୍ବକପରେ ଭାରତର ପରାଜୟ ପରେ କିଛି ବଡ କ୍ରିକେଟରଙ୍କ କ୍ୟାରିୟର ଉପରେ କଳାବାଦଲ ଢାଙ୍କି ହୋଇଯାଇଛି। ପରାଜୟ ପାଇଁ ବିରାଟ କୋହଲିଙ୍କ ନିଷ୍ପତ୍ତିକୁ କେହି ଦାୟୀ କରିଥିବା ବେଳେ ଟିମରେ ଦିନେଶ କାର୍ତ୍ତିକଙ୍କ ଉପସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ପରାଜୟ ପରେ ଏଭଳି କିଛି ଖେଳାଳି ରହିଛନ୍ତି ଯେଉଁମାନଙ୍କର ଆଗାମୀ ବିଶ୍ବକପରେ  ଖେଳିବା ପୂର୍ବରୁ କ୍ୟାରିୟର ଶେଷ ହୋଇପାରେ।  

ମହେନ୍ଦ୍ର ସିଂ ଧୋନି: ନିଜର ଅଧିନାୟତ୍ବରେ ଭାରତୀୟ ଟିମକୁ ବିଶ୍ବକପ ଜିତାଇ ପାରିଥିବା ମହେନ୍ଦ୍ର ସିଂ ଧୋନିଙ୍କ ଖେଳରୁ ସନ୍ୟାସ ନେବାର ଚର୍ଚ୍ଚା ଖୁବ୍ ଯୋରଦାର ହୋଇଛି। ୩୭ ବର୍ଷୀୟ ଧୋନି ୨୦୨୩ର ବିଶ୍ବକପ୍ ଖେଳିବେ ନାହିଁ, ଏକଥା ପ୍ରାୟ  ଧାର୍ଯ୍ୟ ହୋଇସାରିଛି। ଧୋନି ଇଂଲଣ୍ଡରୁ ଫେରିବାର କିଛି ଦିନ ମଧ୍ୟରେ ସନ୍ୟାସ ନେବାର ଘୋଷଣା ଯଦି କରନ୍ତି ତେବେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ବିଶ୍ବକପ ୨୦୧୯ରେ ଧୋନି ୯ଟି ମ୍ୟାଚରେ ୨୭୩ ରନ୍ କରିଥିବା ବେଳେ ସର୍ବାଧିକ ୫୬ ରନ୍ କରିଛନ୍ତି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ। ସେଭଳି ଓ୍ବାନଡେ କ୍ୟାରିୟରରେ ୩୫୦ ମ୍ୟାଚ ଖେଳି ୧୦୭୭୩ ରନ୍ କରିଥିବା ବେଳେ ୧୦ଟି ଶତକ, ସର୍ବାଧିକ ଅପରାଜିତ ୧୮୩ ରନ ଏବଂ ଆଭରେଜ ୫୦.୫୭ ରହିଛି।

ଦିନେଶ କାର୍ତ୍ତିକ: ଟିମ ଇଣ୍ଡିଆର ଏହି ୩୪ ବର୍ଷୀୟ ଓ୍ବିକେଟ କିପର ବ୍ୟାଟସମ୍ୟାନ ଆଗାମୀ ବିଶ୍ବକପରେ ଖେଳି ନପାରନ୍ତି। କାରଣ ସେତେବେଳକୁ ତାଙ୍କୁ ୩୮ ବର୍ଷ ହୋଇସାରିଥିବ। ବୟସ ଓ ଋଷଭ ପନ୍ଥଙ୍କ ଭଳି ନୂଆ ଓ୍ବିକେଟକିପରଙ୍କୁ ଦେଖିଲେ ଦିନେଶ କାର୍ତ୍ତିକ ଟିମରେ ସ୍ଥାନ ପାଇବା ଖୁବ୍ କଷ୍ଟକର। ତେଣୁ ଆଶା ମଧ୍ୟ କମ୍ ହୋଇଯାଇଛି ଯେ, ଆଗାମୀ ବିଶ୍ବକପରେ ସେ ଖେଳି ନପାରନ୍ତି। ଏଥର ବିଶ୍ବକପରେ ମୋଟ ୩ଟି ମ୍ୟାଚ ଖେଳି ସର୍ବାଧିକ ୮ରନ୍ ବାଂଲାଦେଶ ବିରୋଧରେ ସେ କରିଛନ୍ତି। ଦିନିକିଆ କ୍ୟାରିୟର ଉପରେ ଯଦି ନଜର ପକାଇବା ତେବେ ୯୪ଟି ମ୍ୟାଚରେ ୩୦.୨୦ରନର ଆଭରେଜରେ ୧୭୫୨ ରନ୍ କରିଛନ୍ତି। ସର୍ବାଧିକ ୭୯ ରନ୍ କରିଛନ୍ତି ସେ ତାଙ୍କ କ୍ୟାରିୟରରେ।

ଶିଖର ଧଓ୍ବନ: ଭାରତର ଓପନର ଶିଖର ଧଓ୍ବନ ୨୦୧୯ ବିଶ୍ବକପରେ କେବଳ ମାତ୍ର ଦୁଇଟି ମ୍ୟାଚ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ମ୍ୟାଚ ଖେଳି ସେ ୮ରନ୍ କରିଥିଲେ ଓ ଏହାପରେ ଅଷ୍ଟେ୍ରଲିଆ ବିରୋଧରେ ୧୧୭ ରନ୍ କରି ଦଳକୁ ଜିତାଇଥିଲେ। ଏହି ମ୍ୟାଚରେ ତାଙ୍କର ବାମ ହାତ ଅଙ୍ଗୁଳିରେ ଆଘାତ ଲାଗିବା କାରଣରୁ ସେ ବିଶ୍ବକପରୁ ବାହାର ହୋଇଯାଇଥିଲେ। ଧଓ୍ବନଙ୍କ ବୟସ ଏବେ ୩୩ ବର୍ଷ। ଆସନ୍ତା ବିଶ୍ବକପ ବେଳକୁ ତାଙ୍କୁ ୩୮ ବର୍ଷ ପାଖାପାଖି ହୋଇସାରିଥିବ। ଆଘାତ ଯୋଗୁଁ ତାଙ୍କ କ୍ୟାରିୟର ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତି ଆଗାମୀ ବିଶ୍ବକପ ଖେଳିବା ନେଇ ଆଶଙ୍କା ରହିଛି। ଚଳିତ ବିଶ୍ବକପରେ ସେ ଦୁଇଟି ମ୍ୟାଚରେ ୧୨୫ ରନ୍ କରିଛନ୍ତି। ସର୍ବାଧିକ ୧୧୭ ରନ୍ ଅଷ୍ଟେ୍ରଲିଆ ବିପକ୍ଷରେ କରିଛନ୍ତି। ସେଭଳି ଦିନିକିଆ କ୍ୟାରିୟର ଉପରେ ନଜର ପକାଇଲେ ୧୩୦ଟି ମ୍ୟାଚରେ ୪୪.୯୧ର ଆଭରେଜରେ ୫୪୮୦ ରନ କରିଛନ୍ତି। ତାହା ଭିତରେ ୧୭ଟି ଶତକ ରହିଛି।

କେଦାର ଯାଦବ: ଟିମ୍ ଇଣ୍ଡିଆର ଏହି ବ୍ୟାଟିଂ ଅଲରାଉଣ୍ଡରଙ୍କ ବୟସ ଏବେ ୩୪ ବର୍ଷ। ଆଗାମୀ ବିଶ୍ବକପ ପର୍ଯ୍ୟନ୍ତ ତାଙ୍କୁ ୩୮ ବର୍ଷ ହୋଇଯାଇଥିବ। ଏଭଳି ପରିସ୍ତିତିରେ ତାଙ୍କର ଆଗାମୀ ବିଶ୍ବକପ ନଖେଳିବାର ସମ୍ଭାବନା ଅଧିକ ରହିଛି। ଚଳିତ ବିଶ୍ବକପରେ ତାଙ୍କ ଠାରୁ ବହୁତ କିଛି ଆଶା ରହିଥିଲା କିନ୍ତୁ ସେ କରିବାରେ ବିଫଳ ହୋଇଥିଲେ। ୨୦୧୯ ବିଶ୍ବକପରେ ୬ଟି ମ୍ୟାଚରେ  ୮୦ ରନ୍ କରିଥିବା ବେଳେ ଗୋଟିଏ ମାତ୍ର ଓ୍ବିକେଟ୍ ନେଇ ପାରିନାହାନ୍ତି। ତାଙ୍କର ସର୍ବାଧିକ ୫୨ ରନ୍ ଆଫଗାନିସ୍ତାନ ବିରୋଧରେ ରହିଛି।

ମହମ୍ମଦ ଶାମି: ୨୦୨୩ ବିଶ୍ବକପ୍ ପର୍ଯ୍ୟନ୍ତ ମହମ୍ମଦ ଶାମି ୩୨ ବର୍ଷର ହୋଇଯିବେ। ଏହି ବୟସକୁ ନେଇ ଯଦିଓ କହିହେବ ସେ  ଆଗାମୀ ବିଶ୍ବକପ ଖେଳିପାରିବେ କିନ୍ତୁ ଦ୍ରୁତ ବୋଲର ଭାବରେ ନିଜର ଫିଟନେସ୍ ରଖିବା ଖୁବ୍ କଷ୍ଟକର କାମ ହୋଇପାରେ।

ରବିନ୍ଦ୍ର ଜାଡେଜା: ଏହି ଖେଳାଳିଙ୍କୁ ଟିମରେ ଦରକାର ଅନୁସାରେ ଖେଳାଯାଇଥାଏ। ଟିମରେ ପ୍ରତି ଫରମାଟରେ ତାଙ୍କର ସ୍ଥାନ ଧାର୍ଯ୍ୟ ହୋଇନାହିଁ। ତେବେ ଆଗାମୀ ବିଶ୍ବକପରେ ସେ ଖେଳି ନପାରନ୍ତି ବୋଲି ଆଶା କରାଯାଉଛି। ଏବେ ତାଙ୍କର ବୟସ ୩୦ ବର୍ଷ ହୋଇଥିବା ବେଳେ ଆଗାମୀ ବିଶ୍ବକପ ପର୍ଯ୍ୟନ୍ତ ତାଙ୍କୁ ୩୪ ବର୍ଷ ହୋଇଯାଇଥିବ।

ସମ୍ବନ୍ଧିତ ଖବର