PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଖେଳରେ ହାର-ଜିତ୍ ଲାଗି ରହିଛି, ନ୍ୟୁଜିଲାଣ୍ଡର ଏହି ଖେଳାଳୀଙ୍କୁ ଏମିତି କରିବା ଉଚିତ୍ ନଥିଲା

ଭୁବନେଶ୍ୱର ୧୬/୭: ଆଇସିସି ବିଶ୍ୱ କପ ୨୦୧୯ରେ ବିଜେତା ହେଲା ଇଂଲଣ୍ଡ । ଫାଇନାଲରେ ହାରିଗଲା ନ୍ଯୁଜିଲାଣ୍ଡ । ଫାଇନାଲରେ ହାରିବା ପରେ ନ୍ଯୁଜିଲାଣ୍ଡ ଟିମ୍ ଦୁଃଖୀ ଅଛି । ନ୍ଯୁଜିଲାଣ୍ଡ ଟିମର ଖେଳାଳୀ ଦୁଃଖୀ ଅଛନ୍ତି । କିନ୍ତୁ ଅଲରାଉଣ୍ଡର ଜିମି ନିଶମ ଅଧିକ ଦୁଃଖୀ ଅଛନ୍ତି । ନିଶମ ସୁପର ଓଭରରେ ବ୍ଯାଟିଂ କରିବାକୁ ଆସିଥିଲେ । କିନ୍ତୁ ନିଜ ଟିମକୁ ଜିତାଇ ପାରିଲେନି । ହାରିବା ପରେ ସେ ଏତେ ଦୁଃଖୀ ଅଛନ୍ତି ଯେ ପିଲାଙ୍କୁ କ୍ରିକେଟ ଚୟନ ନକରିବା ପାଇଁ ଉପଦେଶ ଦେଇଦେଲେ । ଟିମ୍ ହାରିବା ପରେ ସେ ଗୋଟେ ପରେ ଗୋଟେ ଅନେକ ଟ୍ୱିଟ୍ କରିଦେଲେ ।

ବହୁତ ଦୁଃଖ ଲାଗିଲା । ଆଶା କରୁଛି ଆଗାମୀ ଦଶନ୍ଧିରେ ଏମିତି ଗୋଟେ-୨ଦିନ ଆସିବ ଯେବେ ମୁଁ ଏହି ଶେଷ ଘଣ୍ଟାକୁ ମନେପକାଇବିନି । ଶୁଭେଚ୍ଛା ଇଂଲଣ୍ଡ ।

ଏହାପରେ ସେ ଆଉ ଏକ ଟ୍ୱିଟ୍ କରିଛନ୍ତି । ଫ୍ଯାନଙ୍କୁ ଧନ୍ୟବାଦ ଦେଇ ସେ କହିଛନ୍ତି ଯେ ଆମକୁ ସମର୍ଥନ କରିଥିବାରୁ ସବୁ ଫ୍ୟାନଙ୍କୁ ଧନ୍ୟବାଦ । ପୁରା ଖେଳ ସମୟରେ ଆମେ ଆପଣଙ୍କୁ ଶୁଣୁଥିଲୁ । କିନ୍ତୁ କ୍ଷମା କରିବେ ଆପଣ ଯାହା ଚାହୁଁଥିଲେ ଆମେ କରିପାରିଲୁନି ।

 ପରାସ୍ତ ହେବା ପରେ ଦୁଃଖୀ ଥିବା ନିଶମ ପିଲାଙ୍କୁ ଖେଳକୁ କ୍ୟାରିୟର ନକରିବା ପାଇଁ ଉପଦେଶ ଦେଇଦେଲେ ।

ପିଲାମାନେ  ଖେଳକୁ ଚୟନ କରିବନି । ବକେରୀ କିମ୍ବା ଅନ୍ଯ କିଛି କାମ କରିବ । ୬୦ ବର୍ଷ ବୟସରେ ସୁସ୍ଥ ଆଉ ଖୁସି ରହି ଦୁନିଆକୁ ତ୍ଯାଗ କରିବ ।

ନିଶମଙ୍କ ଏହି ଟ୍ୱିଟରେ ୟୁଜର୍ସ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଯେ ମନ ଦୁଃଖ କରନ୍ତୁ ନାହିଁ । ଆପଣ ଚାମ୍ପିଅନ୍ । ଆପଣ ଜାଣି ନାହାଁନ୍ତି ଯେ ଆପଣ କେତେ ପିଲାଙ୍କୁ ପ୍ରେରଣା ଦେଇଛନ୍ତି । ଦୁଃଖୀ ହୁଅନ୍ତୁ ନାହିଁ ।

ନିଶମ ଟ୍ୱିଟରେ ଇଂଲଣ୍ଡକୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ଏବଂ ଇଂଲଣ୍ଡ ହିଁ ବିଜୟର ହକଦାର ବୋଲି କହିଛନ୍ତି । ତେବେ ଖେଳରେ ହାର୍-ଜିତ୍ ଲାଗି ରହିଛି । ଏମିତି ଦୁଃଖୀ ହେବା ଉଚିତ୍ ନୁହେଁ ।