PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ମିଶନ ଶକ୍ତି ପରେ ଏବେ ଭାରତ ମହାକାଶରେ କରିବ ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ,୮।୬:ମାର୍ଚ୍ଚରେ ଆଣ୍ଟି ସାଟେଲାଇଟ(ଏ-ସ୍ୟାଟ) ମିଶାଇଲର ସଫଳ ପରୀକ୍ଷଣ ପରେ ଭାରତ ଏବେ ମହାକାଶରେ ପ୍ରଥମ ସମରାଭ୍ୟାସ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଭାରତର ଏହି ଯୋଜନା ଆଗାମୀ ମାସରୁ ମହାକାଶରେ ପ୍ରଥମ ଯୁଦ୍ଧାଭ୍ୟାସ କରାଯିବ। ଏହା ପୂର୍ବରୁ ମିଶନ୍ ଶକ୍ତି ଜରିଆରେ ଭାରତ ଚୀନକୁ ଟକ୍କର ଦେଇଥିଲା ଓ ନିଜର ରାଷ୍ଟ୍ରୀୟ ସୁରକ୍ଷାକୁ ମଜବୁତ କରିଥିଲା। ମହାକାଶରେ ସମରାଭ୍ୟାସ ପାଇଁ ‘ଇଣ୍ଡସ୍ପେସ୍‍ଏକ୍ସ’ ନାମକ ଏକ ଅଭିଯାନ ଆରମ୍ଭ କରାଯାଇଛି। ଏହି ସମରାଭ୍ୟାସ ‘ଟେବୁଲ ଟପ୍‍ ଓ୍ବାର ଗେମ’ ଉପରେ ଆଧାରିତ ହେବ। ଯେଉଁଥିରେ ସୈନ୍ୟ ଏବଂ ବୈଜ୍ଞାନିକ ଭାଗ ନେବେ। ମହାକାଶରେ ଥିବା ନିଜ ସମ୍ପତ୍ତିର ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଏହି ସମରାଭ୍ୟାସ କରାଯିବ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ,ଏହି ଅଭ୍ୟାସର ମୁଖ୍ୟ ଲକ୍ଷ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ନିରୀକ୍ଷଣ, ଯୋଗାଯୋଗ, କ୍ଷେପଣାସ୍ତ୍ରର ପୂର୍ବ ଚେତାବନୀ ଏବଂ ସଠିକ ଲକ୍ଷ୍ୟଭେଦର ଆବଶ୍ୟକତା ରହିଛି। ଏହାଦ୍ୱାରା ଆମ ସଶସ୍ତ୍ର ବଳର ବିଶ୍ୱସନୀୟତା ବୃଦ୍ଧି ପାଇବା ସହ ଜାତୀୟ ସୁରକ୍ଷା ମଜବୁତ ହେବ। ଏହା ମାଧ୍ୟମରେ ଭାରତର କାଉଣ୍ଟର-ସ୍ପେସ୍‍ କ୍ଷମତାର ଆକଳନ କରିହେବ। ଏଥିରେ ଏହା ସୁନିଶ୍ଚିତ କରିହେବ ଯେ, ଆମେ ନିଜର ସୁରକ୍ଷା ଓ ରାଷ୍ଟ୍ରୀୟ ସୁରକ୍ଷାର ହିତକୁ ଯୁଦ୍ଧର ଏହି ଅନ୍ତିମ ମୋର୍ଚ୍ଚାରେ ରକ୍ଷା କରି ପାରିବୁ।’

ସମ୍ବନ୍ଧିତ ଖବର