ଭୁବନେଶ୍ବର,୧୫।୧୨ : ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାମ । ମରାମତି ସରିବା ପରେ ହେବ ରତ୍ନର ଗଣତି ମଣତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।
ପୂର୍ବରୁ ଜିପିଏସ ରିପୋର୍ଟ ଆସିବା ପରେ ମରାମତି ପାଇଁ ଏଏସଆଇକୁ ଅନୁମତି ପତ୍ର ଦିଆଯାଇଥିଲା । ଛତିସା ନିଯୋଗ ସହ ଶ୍ରୀ ମନ୍ଦିର ପ୍ରଶାସନର ଆଲୋଚନା ଶେଷ ହୋଇଛି । ମରାମତି ନେଇ କାର୍ଯ୍ୟସୂଚୀ ଦାଖଲ କରିସାରିଛି ଏଏସଆଇ । ୧୭ ରେ ମରାମତି କାମ ଆରମ୍ଭ ହେବା ପରେ ରତ୍ନଭଣ୍ଡାରର ଗଣତି ମଣତି ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।