PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

୧୫ଲକ୍ଷ ଲୁଟିବା ପରେ ଚୋର ଲେଖିଲା ‘ସରି ବ୍ରୋ’

ଭୁବନେଶ୍ୱର,୪ା୨(ବ୍ୟୁରୋ): ପ୍ରଥମେ ତାଲା ଭାଙ୍ଗି ଗୋଦାମରେ ପଶିଲା । ସେଠାରୁ ଲକ୍ଷାଧିକ ଟଙ୍କାର ଜୀବନ ରକ୍ଷାକାରୀ ଦାମୀ ମେଡିସିନ୍‌ ନେଲା । ତା’ ପରେ ଉପର ମହଲାରେ ଥିବା ଘର । ସେଠୁ ଖୋଜି ଖୋଜି ସିସି ଟିଭି ରେକର୍ଡିଂ କରୁଥିବା ଡିଭିଆର୍‌ ବକ୍ସକୁ ନେଇଗଲା । ପୁଣି ତା ଉପର ମହଲାକୁ ଯାଇ ଚୋରି ପାଇଁ କ୍ଷମାପ୍ରାର୍ଥନା କରି ଏକ ଚିଠି ରଖିଲା । ସେଥିରେ ଲେଖିଛି ‘ସରି ବ୍ରୋ’ । ସ୍ମାର୍ଟ ସିଟିର ସ୍ମାର୍ଟ ଚୋରର ଏଭଳି ଅଭିନବ ଚୋରି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ୍‌ ବି ଚୋରର କାରନାମା ଦେଖି ତାଜୁବ୍‌ ହୋଇଯାଇଛି ।
ସୈନିକ ସ୍କୁଲ ପାଖ ଆଦିମାତା କଲୋନୀରେ ପାଖରେ ଥିବା ଏକ ହୋଲସେଲର୍‌ ମେଡିସିନ୍‌ ଷ୍ଟୋର୍‌ ‘କ୍ୟାଲ୍‌ ଏଣ୍ଟରପ୍ରାଇଜ୍‌’ରୁ ଗତକାଲି ରାତିରେ ବଡ଼ଧରଣର ଚୋରି ହୋଇଥିଲା । ଷ୍ଟୋର୍‌ ମାଲିକ ଶିବ କ୍ୟାଲ୍‌ ସକାଳୁ ଷ୍ଟୋର୍‌ ଯାଇ ପହଞ୍ଚିଲା ବେଳକୁ ତଳ ମହଲାର ତାଲା ଭଙ୍ଗା ହୋଇଥିଲା । ସେ ପୁଲିସକୁ ଖବର ଦେଇଥିଲେ । ତଳ ମହଲାରେ ବିଭିନ୍ନ ବ୍ରାଣ୍ଡ୍‌ର ଜୀବନ ରକ୍ଷାକାରୀ(ଲାଇଭ୍‌ ସେଭିଂ) ମେଡିସିନ୍‌ ଚୋରି ହୋଇଥିବା ପୁଲିସ ଦେଖିଥିଲା । ପ୍ରାୟ ୧୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମେଡିସିନ୍‌କୁ ଚୋର ବୋହି ନେଇଥିଲା । ଗୋଦାମ ଉପର ମହଲାରେ ଦୋକାନର ଅଫିସ୍‌ ରୁମ୍‌ରେ ପୂରା ବିଲ୍ଡିଂର ସିସି କ୍ୟାମେରା ଦୃଶ୍ୟ ରେକର୍ଡ ହେଉଥିବା ଡିଭିଆର୍‌ ବକ୍ସ ରହିଥିଲା । ଚୋର ଅତି ଚତୁରତାର ସହ ସିସି କ୍ୟାମେରା କେବୁଲ୍‌ ପଛେ ପଛେ ଯାଇ ଏହି ବକ୍ସକୁ ନେଇ ଯାଇଥିଲା । ଚୋରର କାରନାମା ଖାଲି ସେତିକିରେ ଅଟକି ନଥିଲା । ଚୋରି ସରିବା ପରେ ସବୁଠୁ ଉପର ମହଲାରେ ଥିବା ଗେଷ୍ଟରୁମ୍‌କୁ ଯାଇ ସେଠାରେ ଚୋରି ପାଇଁ କ୍ଷମାପ୍ରାର୍ଥନା କରିଥିଲଲେ । ଚୋର ଦଳ ଯେଉଁ ନୋଟ୍‌ ଛାଡି ଯାଇଥିଲା ସେଥିରେ ଲେଖାଥିଲା ‘ସରି ବ୍ରୋ’ ଅର୍ଥାତ ଭାଇ ଦୁଃଖିତ ।
ମଞ୍ଚେଶ୍ୱର ଥାନା ପୁଲିସ୍‌ ଆଜି ସାଇଣ୍ଟିଫିକ୍‌ ଟିମ୍‌ ସହ ଆଜି ସେଠାରେ ପହଞ୍ଚି ତନାଘନା କରିଛି । ଚୋର ଦଳ ମେଡିସିନ୍‌ ନେବା ସହ ବାହାରେ ଥିବା ଏକ ବାଇକ୍‌କୁ ମଧ୍ୟ ନେଇ ଯାଇଛି ।