PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ପୁଣି ଗାଈକୁ ଶିକାର କଲା ବାଘୁଣୀ

ନୂଆପଡ଼ା,୨୫।୩: ପୁଣି ଗାଈକୁ ଶିକାର କଲା ବାଘୁଣୀ । ନୂଆପଡ଼ା ବ୍ଳକ ତରିଆମହୁଆଭଟା ଗାଁରେ ଏକ ଗାଈକୁ ବାଘୁଣୀ ଶିକାର କରିଥିବାର ସୂଚନା । ଗାଈଟି ଗାଁର ହୁମନ ନାଏକଙ୍କର ବୋଲି ଜଣାପଡ଼ିଛି ।

ଗତ ସକାଳେ ତରିଆମହୁଆଭଟା ଗାଁରେ ହୁମନଙ୍କ ଗାଈ ଜଙ୍ଗଲକୁ ଚରିବାକୁ ଯାଇଥିଲା । ହେଲେ ସନ୍ଧ୍ୟାରେ ଆଉ ଘରକୁ ଫେରିନଥିଲା । ବାଘ ଭୟରେ ପରିବାର ଲୋକେ ବି ଜଙ୍ଗଲକୁ ଖୋଜିବାକୁ ଯାଇନଥିଲେ । ଗତକାଲି ରାତିରେ ଗାଁଠାରୁ ୫ ଶହ ମିଟର ଦୂରରେ ଏକ ଚାଷ ଜମିରେ ଗାଈଟିକୁ ବାଘୁଣୀ ଶିକାର କରିଥିବାର ଦେଖିବାକୁ ପାଇଲେ । ବାଘୁଣୀଟି ଗାଈର ତଣ୍ଟିରେ ପଞ୍ଜା ମାରି ପେଟକୁ ଫାଡ଼ି ଦେଇଥିବା ଦେଖାଦେଇଛି । ଗତ ୨୦ ଦିନ ହେବ ମୁଷରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ସାବକ ସହ ବାଘୁଣୀ ଆଡ୍ଡା ଜମାଇ ବସିଛି । ରାତିରେ ଗୃହପାଳିତ ପଶୁକୁ ଟାର୍ଗେଟ କରି ଗୋଟିଏ ପରେ ଗୋଟିଏ ଗାଈ, ବାଛୁରୀକୁ ମାରି ଖାଉଛି । ବର୍ତ୍ତମାନ ସୁଦ୍ଧା ଗାଁର ୩ଟି ଗାଈ, ୨ଟି ବାଛୁରୀକୁ ବାଘୁଣୀ ମାରି ଖାଇଥିବା ବେଳେ ଗୋଟିଏ ମଇଁଷି ଓ ଗୋଟିଏ ବାଛୁରୀକୁ ଆକ୍ରମଣ କରି ଘାଇଲା କରିଛି । ଏବେ ଗାଁ ଅଞ୍ଚଳରେ ବାଘର ଆତଙ୍କ ଖେଳିଯାଇଛି ।