PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପୁଣି ସିନେମା ହଲରେ ଆତଙ୍କରାଜ, ଯୁବକଙ୍କ ବେଲ୍ଟ ମାଡ଼ରେ ଛାତ୍ରୀ ଲହୁଲୁହାଣ

source:www.esakal.com

ଉଭୁବନେଶ୍ୱର,୨୮ା୧(ବ୍ୟୁରୋ): ମହିଳା ଓ ଯୁବତୀଙ୍କ ପାଇଁ ସିନେମା ହଲ୍‌ ମନା । ଯଦି ଫିଲ୍ମ ଦେଖିବାର ଅଛି ତ ଘରେ ବସି ଟିଭିରେ ଦେଖନ୍ତୁ । କାହିଁକି ନା, ହଲ୍‌ଗୁଡ଼ିକରେ ଅସାମାଜିକଙ୍କ ଉôପାତ ଚରମସୀମାରେ ପହଞ୍ଚିଲାଣି । କୌଣସି ଉପାନ୍ତ ନୁହେଁ, ଖୋଦ୍‌ ରାଜଧାନୀରେ ଏମିତି ସ୍ଥିତି ସୃଷ୍ଟି କରିଛନ୍ତି ଅପରାଧୀମାନେ । ଆଜି ରାତିରେ କେଶରୀ ସିନେମା ହଲ୍‌ ଗାଡି ଷ୍ଟାଣ୍ଡରେ ଜଣେ ଛାତ୍ରୀଙ୍କୁ ଅସାମାଜିକ ଯୁବକ ବେଲ୍ଟରେ ପିଟି ଲହୁଲୁହାଣ କରିଛନ୍ତି । ଯାହାକି, ଏହି ସ୍ଥିତିକୁ ବୟାନ କରୁଛି ।
ମହାରାଜା ହଲ୍‌ରେ ମହିଳାଙ୍କୁ ଅସଦାଚରଣ ବିରୋଧରେ ସ୍ୱର ଉଠାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ୭୨ ଘଣ୍ଟା ବି ପୂରିନି । ପୁଣି ଏକ ସମାନ ଘଟଣା ଘଟିଛି । ଏଠି ଅସାମାଜିକଙ୍କୁ ବିରୋଧ କରି ଫଳ ଭୋଗିଛନ୍ତି ଖୋଦ୍‌ ଛାତ୍ରୀ । ସର୍ବସମ୍ମୁଖରେ ବେଲ୍ଟ ଭଳି ଚାବୁକର ଛାଟ ଖାଇବାକୁ ପଡିଛି । ଯାହାକି, ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି ।
ଆକ୍ରମଣର ଶିକାର ହୋଇଛନ୍ତି ଓୟୁଏଟିରେ କୃଷି ସ୍ନାତକ ବିଭାଗର ତୃତୀୟ ବର୍ଷର ଛାତ୍ରୀ । ଅଭିଯୋଗ ପରେ ପୁଲିସ ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ କରିଛି । ସେ ହେଲେ ଡୁମୁଡୁମାର ସୁଜନ ସାହୁ(୨୬) । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି । ଘଟଣାଟି ଏମିିତି । ଆଜି ସନ୍ଧ୍ୟାରେ ଓୟୁଏଟିର ମନୀଷା (ଛଦ୍ମନାମ) ତାଙ୍କ ଦୁଇ ସହପାଠିନୀଙ୍କ ସହ ମିଶି ମଣିକର୍ଣ୍ଣିକା ଫିଲ୍ମ ଦେଖିବାକୁ କେଶରୀ ହଲ୍‌ ଯାଇଥିଲେ । ସିନେମା ସରିବା ପରେ ରାତି ପ୍ରାୟ ୯ଟା ୧୦ ମିନିଟ୍‌ ବେଳେ ଗାଡ଼ି ଷ୍ଟାଣ୍ଡରୁ ସ୍କୁଟି ବାହାର କରୁଥିଲେ । ଏତିକିବେଳେ ସୁଜନ ବୁଲେଟ ଆଣି ତାଙ୍କ ସ୍କୁଟିରେ ଜାଣିଶୁଣି ଧକ୍କା କରିଥିଲେ । ମନୀଷା ଭାରସାମ୍ୟ ହରାଇ ସ୍କୁଟିରୁ ତଳେ ପଡିଯାଇଥିଲେ । ହେଲେ ସୁଜନ ଅଣଦେଖା କରି ସେଠାରୁ ବୁଲେଟ୍‌ ନେଇ ପଳାଉଥିଲା ।
ମନୀଷା ବଡ ପାଟିରେ ଚିଲ୍ଲାଇ ସୁଜନଙ୍କୁ କହିଥିଲେ, ଇଡିଅଟ୍‌… କ’ଣ ଦେଖାଯାଉନି? ବାସ୍‌, ଏତିକିରେ ପିତ ଚଢ଼ିଗଲା ସୁଜନର ମୁଣ୍ଡକୁ । ବୁଲେଟ୍‌ ଷ୍ଟାଣ୍ଡ ମାରି ଫିଲ୍ମ ଷ୍ଟାଇଲ୍‌ରେ ଓହ୍ଲାଇଥିଲା । ଆଉ ଅଣ୍ଟାରୁ ବେଲ୍ଟ କାଢ଼ି ଅତି ଅମାନୁଷିକ ଭାବେ ମନୀଷାଙ୍କୁ ପିଟି ଚାଲିଥିଲା । ମନୀଷା ପ୍ରତିରୋଧ କରିଥିଲେ ମଧ୍ୟ, ସେ ତାଙ୍କୁ ଟଣାଓଟରା କରି ଛାଟ ପରେ ଛାଟ ମାରିଥିଲା । ଅନ୍ୟ ଦୁଇ ସାଙ୍ଗ ସୁଜନକୁ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ବେଲ୍ଟରେ ପିଟିଥିଲା । ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା ।
ସିନେମା ହଲ୍‌ କର୍ମଚାରୀ ଓ ଗାଡି ଷ୍ଟାଣ୍ଡରେ ନିୟୋଜିତ କର୍ମଚାରୀ ପାଟି ଖୋଲି ନ ଥିଲେ । ଏହି ଦୃଶ୍ୟକୁ ଉପଭୋଗ କରୁଥିଲେ । ଏହା ଦେଖି ଗାଡି ଷ୍ଟାଣ୍ଡରେ ଜମା ହୋଇଥିବା ଦର୍ଶକମାନେ ସହିି ପାରିନଥିଲେ । ସେମାନେ ମିଶି ସୁଜନକୁ ଘେରି ନିସ୍ତୁକ ମାଡ ମାରିଥିଲେ । ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମନୀଷାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।
ମନୀଷାଙ୍କ ବେକ, ପିଠି ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ସେପଟେ ଲୋକଙ୍କ ହାତରେ ଧରାପଡିଥିବା ସୁଜନକୁ ପୁଲିସ ଗିରଫ କରିଛି । ତା’ ବିରୋଧରେ ଥାନା କେସ୍‌ ନମ୍ବର ୩୧/୧୯ରେ ଦଫା ୨୯୪, ୩୪୧, ୩୨୩, ୩୫୪,୫୦୬ ଆଇପିସିରେ ମାମଲା ରୁଜୁ କରିଛି । ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ କହିଛନ୍ତି ।
ସହପାଠିନୀଙ୍କୁ ଆକ୍ରମଣ ହୋଇଥିବା ଖବର ପାଇ ରାତିରେ ଓୟୁଏଟିର ଛାତ୍ରମାନେ ଥାନାରେ ପହଞ୍ଚିଥିଲେ । ଥାନା ସାମ୍ନାରେ ହୋ ହଲ୍ଲା କରିଥିଲେ । ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଅପରାଧୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।
ସୂଚନା ଥାଉ କି, ଗତ ଶନିବାର ସମାନ ଢ଼ଙ୍ଗରେ କିଛି ଅସାମାଜିକ ଯୁବକ ମହାରାଜା ସିନେମା ହଲ୍‌ରେ ଉôପାତ କରୁଥିଲେ । ଯୁବତୀ ଓ ମହିଳାଙ୍କୁ ଅଶ୍ଲୀଳ ଇଙ୍ଗୀତ କରୁଥିଲେ । ଏହାକୁ ପ୍ରତିବାଦ କରିବାରୁ ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା ।

ସମ୍ବନ୍ଧିତ ଖବର