PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

କଂଗ୍ରେସ ପ୍ରାର୍ଥୀ ଚୟନ: ୨୫ରେ ପୁଣି ଆସିବେ ସ୍କ୍ରିନିଂ କମିଟି

ଭୁବନେଶ୍ୱର,୨୨ା୨(ବ୍ୟୁରୋ): ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଜୋର୍‌ରେ ଚାଲିଛି । ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବାକୁ କଂଗ୍ରେସ ପ୍ରୟାସ ଚଳାଇଛି । ଏଥିପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆସନ୍ତା ୨୫ରୁ ପୁଣି ଓଡ଼ିଶା ଗସ୍ତରେ ଆସୁଛି ଏଆଇସିସି ସ୍କ୍ରିନିଂ କମିଟି । ବାରିପଦା, ସମ୍ବଲପୁର ଓ ଭୁବନେଶ୍ୱରରେ ସ୍କ୍ରିନିଂ କମିଟି ୮ଟି ଲୋକସଭା ନିର୍ବାଚନମଣ୍ଡଳୀ ଓ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ନେଇ ଆଲୋଚନା କରିବେ ।
କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭି.ଡି.ସଥୀସାନ, ସଦସ୍ୟ ନୌସାଦ ସୋଲାଙ୍କି ଓ ଜିତିନ୍‌ ପ୍ରସାଦ ଆସନ୍ତା ୨୫ ତାରିଖଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଓଡ଼ିଶା ଗସ୍ତରେ ଆସୁଛନ୍ତି । କମିଟି ଅଧ୍ୟକ୍ଷ ଶ୍ରୀ ସଥୀସନ ୨୫ ଓ ୨୬ ତାରିଖ ଦୁଇ ଦିନ ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଅବସ୍ଥାନ କରିବେ । ୨୫ ତାରିଖ ସକାଳ ସାଢ଼େ ୯ଟାରୁ ମୟୂରଭଞ୍ଜ ଓ କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥର୍ୀ ଚୟନ ପାଇଁ ଆଲୋଚନା କରିବେ । ପିସିସି କାର୍ଯ୍ୟକାରୀ ସଭାପତି, ଜିଲ୍ଲା ସଭାପତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି, ଜିଲ୍ଲା ପରିଷଦ ଜୋନ୍‌ ସଭାପତି, ପିସିସି ସଭ୍ୟ, ଏଆଇସିସି ସଭ୍ୟ, ପୂର୍ବତନ ସାଂସଦ, ବିଧାୟକ କିମ୍ବା ପୂର୍ବତନ ବିଧାୟକ, ଜିଲ୍ଲା ସାମ୍ମୁଖ୍ୟ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟ ଓ ଜିଲ୍ଲା ଦାୟିତ୍ୱରେ ଥିବା ପିସିସି କର୍ମକର୍ତ୍ତା, ପ୍ରଭାରୀ, ସହପ୍ରଭାରୀ, କାଉନସିଲର, ପୂର୍ବତନ କାଉନ୍‌ସିଲର, ଜିଲ୍ଲା ପରିଷଦ ସଭ୍ୟ ଓ ପୂର୍ବତନ ସଭ୍ୟମାନଙ୍କୁ ଭେଟି ପ୍ରାର୍ଥୀ ଚୟନ ବାବଦରେ ମତାମତ ଓ ତଥ୍ୟ ସଂଗ୍ରହ କରିବେ । ଶ୍ରୀ ସଥୀସାନ ୨୬ ତାରିଖ ବାଲେଶ୍ୱର ଓ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଚୟନ ସଂପର୍କରେ ଆଲୋଚନା କରିବେ । କମିଟିର ଅନ୍ୟତମ ସଦସ୍ୟ ଶ୍ରୀ ସୋଲାଙ୍କି ୨୫ ତାରିଖ ସମ୍ବଲପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସମ୍ବଲପୁର ଲୋକସଭା ଓ ଏହା ଅନ୍ତର୍ଗତ କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ ଓ ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଚୟନ ନେଇ ଆଲୋଚନା କରିବେ । ଏହାବାଦ୍‌ ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀ, ସୁନ୍ଦରଗଡ଼ ଲୋକସଭା ଓ ଏହା ଅନ୍ତର୍ଗତ ତଳସରା, ସୁନ୍ଦରଗଡ଼ ଓ ବିରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ନେଇ ଆଲୋଚନା କରିବେ । ୨୬ ତାରିଖ ଦିନ ସୁନ୍ଦରଗଡ଼ ଲୋକସଭା ଏବଂ ଏହା ଅନ୍ତର୍ଗତ ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର ଓ ବଣେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ବଲାଙ୍ଗୀର ଲୋକସଭା ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆଗେଇବେ । କମିଟିର ଅନ୍ୟତମ ସଦସ୍ୟ ଜିତିନ୍‌ ପ୍ରସାଦ ଭୁବନେଶ୍ୱର କଂଗ୍ରେସ ଭବନରେ ୨୭ ତାରିଖରେ କନ୍ଧମାଳ ଓ ଯାଜପୁର ଲୋକସଭା ନିର୍ବାଚନମଣ୍ଡଳୀ ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚ ମଣ୍ଡଳୀ ଏବଂ ସମ୍ବଲପୁର ଲୋକସଭା ଓ ଏହା ଅନ୍ତର୍ଗତ ଛେଣ୍ଡିପଦା ଏବଂ ଆଠମଲ୍ଲିକ ବିଧାନଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଚୟନ ନେଇ ବିଭିନ୍ନ ନେତାମାନଙ୍କୁ ଭେଟ ମତାମତ ଓ ତଥ୍ୟ ସଂଗ୍ରହ କରିବେ । ପିସିସି ସାଧାରଣ ସଂପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହା ଜଣାଇଛନ୍ତି । ସ୍କ୍ରିନିଂ କମିଟିର ସମ୍ଭବତଃ ଏହା ଶେଷ ଓ ଚୂଡ଼ାନ୍ତ ଗସ୍ତ ହୋଇପାରେ । ସ୍କ୍ରିନିଂ କମିଟି ଏହା ପରେ ଏଆଇସିସିକୁ ସମ୍ଭାବ୍ୟ ପ୍ରାର୍ଥୀ ରିପୋର୍ଟ ପ୍ରଦାନ କରିବେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋହର ମାରିବା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ।