PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ନବରଙ୍ଗପୁରରେ ଅଗ୍ନିପଥ ନିଆଁ : ଚାକିରି ସମୟ ସୀମା ବୃଦ୍ଧି ପ୍ରତିବାଦରେ ୫ ଘଣ୍ଟା ୨୬ ମିନିଟରେ ୬୦ କିମି ଦୌଡ଼ିଲେ ନରେଶ

ନବରଙ୍ଗପୁର,୧୮/୦୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ସାରା ଦେଶରେ ନିଆଁ ଜଳୁଛି । ବିହାର, ଉତ୍ତରପ୍ରଦେଶ, ହରିଆଣା, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡରେ ଜୋର୍‌ଦାର୍‌ ହଙ୍ଗାମା ଚାଲିଛି । ଏହାକୁ କେନ୍ଦ୍ରକରି ବାଲେଶ୍ୱର ସୋର ଅଞ୍ଚଳର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଏହି ବିରୋଧର ଏକ ଭିନ୍ନ ଝଲକ ନବରଙ୍ଗପୁରରେ ଦେଖିବାକୁ ମିଳିଛି । ଯୋଜନାରେ ଚାକିରି ସମୟ ସୀମାକୁ ୪ବର୍ଷରୁ ୧୫ବର୍ଷକୁ ବୃଦ୍ଧି କରିବା ଦାବିରେ ଏଠାରେ ଜଣେ ଯୁବକ ରାଜପଥରେ ୬୦କିମି ଦୌଡ଼ି ପ୍ରତିବାଦ ଜଣାଇଛନ୍ତି ।

ଯୁବକ ଜଣକ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଉମରକୋଟସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପର୍ଯ୍ୟନ୍ତ ୬୦ କିମି ରାସ୍ତାକୁ ୫ ଘଣ୍ଟା ୨୬ମିନିଟ୍‌ରେ ଅତିକ୍ରମ କରିଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ମିଳିଲେ ସେ ମାରାଥନ୍‌ ଦୌଡ଼ିବେ ବୋଲି କହିଛନ୍ତି । ଯୁବକ ହେଉଛନ୍ତି ଉମରକୋଟ ସହର ସନ୍ତୋଷ ନଗରର ନରେଶ ବିଶ୍ୱାସ(୨୩) ।

ନରେଶ ଯୁକ୍ତ ଦୁଇ ବାଣିଜ୍ୟର ଛାତ୍ର । ୭ ମାସ ତଳେ ଏକ ଦୁର୍ଘଟଣାରେ ତାଙ୍କ ବାପା ଶଙ୍କର ବିଶ୍ୱାସଙ୍କର ମୃତ୍ୟୁ ହୋଇଛି । ଘରେ ସାନଭାଇ ଓ ମାଆ ଅଛନ୍ତି । ପରିବାର ପ୍ରତିପୋଷଣ ପାଇଁ ସେ ଦିନ ମଜୁରିଆ କାମ କରୁଛନ୍ତି ।

ସେ କହିଛନ୍ତି, ଦୀର୍ଘ ୪ବର୍ଷ ଧରି ସେନାରେ ନିଯୁକ୍ତି ପାଇଁ ଚେଷ୍ଟା କରି ଆସୁଛନ୍ତି । ଓଡ଼ିଶାରେ କନ୍‌ଷ୍ଟେବଲ୍‌ଠାରୁ ଆରମ୍ଭକରି ପୁଲିସ ଅଧିକାରୀ ପର୍ଯ୍ୟନ୍ତ ୧୭ହଜାର ପଦ ଖାଲିପଡ଼ିଛି । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଚାକିରି ସମୟ ସୀମା ମାତ୍ର ୪ବର୍ଷ ରଖାଯାଇଛି । ଏହାକୁ ୧୫ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଦରକାର ।