ବେଙ୍ଗାଲୁରୁରୁ କୋଲକାତା ଆସୁଥିବା ହାଓ୍ବଡା ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

ହାଇଦ୍ରାବାଦ ୨୭/ ୧୧: ଆନ୍ଧ୍ର ପ୍ରଦେଶର କୁପ୍ପମ୍ ରେଳ ଷ୍ଟେସନ ନିକଟରେ ଏକ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ବେଙ୍ଗାଲୁରୁ ରୁ କୋଲକାତା ଯାଉଥିବା ହାଓ୍ବଡା ଏକ୍ସପ୍ରେସ୍ରେ ନିଆଁ ଲାଗିଥିବା ସୂଚନା ମିଳିଛି । ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲା କୁପ୍ପମ୍ ଷ୍ଟେସନ ନିକଟରେ ହାଓ୍ବଡା ଏକ୍ସପ୍ରେସର ଏସ୍-୯ କୋଚରେ ନିଆଁ ଲାଗିଛି । ଟ୍ରେନରେ ନିଆଁ ଲାଗିଥିବା ଜଣାପଡିବା ପରେ ତୁରନ୍ତ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ରେଳ ବିଭାଗ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ବଗିରୁ ନିଆଁକୁ ଆୟତ କରାଯାଇଛି ।
