PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ଅଗ୍ନିପ‌ଥ ଅଧିନରେ ବାୟୁସେନାରେ ରେକର୍ଡ ସଂଖ୍ୟକ ଆବେଦନ; ଆଗରୁ କେବେ ବି ହୋଇନଥିଲା ଏତେ ମାତ୍ରାରେ ଫର୍ମ ଫିଲଅପ୍‌

Image Courtesy : Firstpost

ନୂଆଦିଲ୍ଲୀ,୦୬/୦୭: ସରକାରଙ୍କର ଅଗ୍ନିପଥ ଯୋଜନା ଅଧିନରେ ବାୟୁସେନାରେ ଯୋଗ ଦେବା ପାଇଁ ରେକର୍ଡ ସଂଖ୍ୟକ ୭୦ ଲକ୍ଷ ୫୦ ହଜାର ଯୁବଗୋଷ୍ଠୀ ଆବେଦନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବା ଅନୁସାରେ ରେଜିଷ୍ଟ୍ରେସନ୍‌ ସମାପ୍ତ ହୋଇସାରିଛି। କିନ୍ତୁ ସବୁଥର ଅପେକ୍ଷା ଚଳିତ ଥର ରେକର୍ଡ ସଂଖ୍ୟକ ଆବେଦନ ହୋଇଛି। ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରମୁଖ ପ୍ରବକ୍ତା ଭୁଷଣ ବାବୁ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି। ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ଏତେ ସଂଖ୍ୟକ ପ୍ରାର୍ଥି ଆଗକୁ କେବେ ବି ଆବେଦନ କରିନଥିଲେ।

ସୂଚନା ଥାଉକି କରୋନା କାରଣରୁ ଦୁଇବର୍ଷ ହେଲା ବାୟୁସେନା ଓ ନୌସେନାରେ କୌଣସି ଭର୍ତ୍ତି ହୋଇନଥିଲା। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟରେ କୁହାଯାଇଥିଲା ଯେ, ହରିୟାଣାର କିଛି ଯୁୁବଗୋଷ୍ଠୀ ପୁଣିଥରେ ନିଯୁକ୍ତି ବାହାର କରିବାକୁ ଦାବି କରୁଥିଲେ। ତେବେ ଏହି ଅଗ୍ନିପଥ ଯୋଜନାରେ ବାୟୁସେନାରେ ଅନଲାଇନ ଆବେଦନ ୨୪ ଜୁନରୁ ଆରମ୍ଭ ହୋଇଥିଲା। ମଙ୍ଗଳବାର ଆବେଦନ ଶେଷ ହୋଇଥିଲା।

ବାୟୁସେନାରେ ସମୁଦାୟ ୩ ହଜାର ନିଯୁକ୍ତି ବାହାରିଥିଲା। ତେବେ ଯେହେତୁ ଏଥର ସର୍ବାଧିକ ପ୍ରାର୍ଥୀ ଆବେଦନ କରିଛନ୍ତି, ଏହି ପରିପ୍ରେକ୍ଷିରେ ଯୁବକଙ୍କ ପାଇଁ ସବୁଠାରୁ କଠିନ ପରୀକ୍ଷାର ସମ୍ମୁଖିନ ହେବାକୁ ପଡ଼ିବ। ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚଳିତ ଥର ୭ଲକ୍ଷ ୪୯ହଜାର ୮୯୯ ଜଣ ପିଲା ଆବେଦନ କରିଛନ୍ତି। ତେବେ ଏହି କଠିନ ପରୀକ୍ଷାକୁ ଯିଏ ଅତିକ୍ରମ କରି ଶିର୍ଷରେ ପହଞ୍ଚିବ ତାଙ୍କୁ ଅଗ୍ନିବୀର କୁହାଯିବ।