PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଧୋକା ଦେଲା ପ୍ରେମିକା: ନିର୍ବନ୍ଧ ପରେ ସିଧା ପ୍ରସାରଣ କରି ମନ୍ଦିରରେ ଆତ୍ମହତ୍ୟା କଲେ ହତାଶ ପ୍ରେମିକ

ଆଗ୍ରା ୨୨।୪: ଅନ୍ୟ ଜଣଙ୍କ ସହ ପ୍ରେମିକାର ନିର୍ବନ୍ଧ ହୋଇଯିବାରୁ ୨୨ ବର୍ଷିୟ ଜଣେ ଯୁବକ ଫେସ୍‌ବୁକ୍‌ରେ ଲାଇଭ୍‌ଷ୍ଟ୍ରିମ୍‌ କରି ମନ୍ଦିରରେ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣାଟି ଘଟିଛି ଆଗ୍ରା ଜିଲ୍ଲାରେ। ଯୁବକ ଜଣକ ହେଉଛନ୍ତି ରେଭା ଗ୍ରାମର ଶ୍ୟାମ ସିକରଓ୍ଵାର୍‌ ଓରଫ୍‌ ରାଜ୍‌। ଶନିବାର ସକାଳୁ ସେ ଏକ ମନ୍ଦିର ପରିସରରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି।  

ସେ ଆତ୍ମହତ୍ୟା କରୁଥିବାର ଦୃଶ୍ୟ ଲାଇଭ୍‌ଷ୍ଟ୍ରିମ୍‌ ଭିଡିଓରେ ତାଙ୍କର ଅନେକ ବନ୍ଧୁ ଦେଖିଥିଲେ। ସେ ଆତ୍ମହତ୍ୟା କରିବେ ବୋଲି ପୂବର୍ରୁ ତାଙ୍କ ବନ୍ଧୁଙ୍କୁ କହିଥିଲେ। ତାଙ୍କ ମୃତ୍ୟୁକୁ ନେଇ କାହାରିକୁ ଦାୟୀ ନ କରିବାକୁ ଫେସ୍‌ବୁକ୍‌ରେ ୪ ମିନିଟର ଏକ ଭିଡ଼ିଓ ମଧ୍ୟ ଅପଲୋଡ୍ ହୋଇଛି। ଯେଉଁ ଭିଡିଓରେ ଶ୍ୟାମ ସିକରଓ୍ଵାର୍‌ ପୁଲିସକୁ ଅନୁରୋଧ କରି କହିଛନ୍ତି। ତାଙ୍କ ଶବର ଫଟୋ ସବୁ ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ କରିବାକୁ ସେ ପରିବାର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

ଭିଡିଓରେ ନିବେଦନ କରିବା ଛଡ଼ା ସିକରଓ୍ଵାର୍‌ ୪ ପୃଷ୍ଠାର ସ୍ୟୁସାଇଡ୍‌ ନୋଟ୍‌ ମଧ୍ୟ ଛାଡ଼ି ଯାଇଛନ୍ତି। ଏଥିରେ ସେ ତାଙ୍କ ପରିବାରକୁ କ୍ଷମା ମାଗିବା ସହ ତାଙ୍କ ଅଙ୍ଗଦାନ କରିବାକୁ ସେମାନଙ୍କୁ ଅନୁରୋଧ କରିଛନ୍ତି।

ସେ ଆହୁରି ଲେଖିଛନ୍ତିଯେ, ‘ମୁଁ ତାକୁ ହରାଇଲି। ତାକୁ ଛାଡ଼ି ମୁଁ ବଞ୍ଚି ପାରିବି ନାହିଁ। ସେ ଅନ୍ୟଜଣକୁ ବାହା ହୋଇଯିବା କଥାକୁ ମୁଁ ସହି ପାରୁନାହିଁ। ତାକୁ ହରାଇବା ସହିତ ମୁଁ ମୋ ଚାକିରି ମଧ୍ୟ ଛାଡ଼ିଛି। ଏଠରେ ଉଲ୍ଲେଖଯୋଗ୍ୟ ଯେ, ଶ୍ୟାମ ଗୁରୁଗ୍ରାମର ଗୋଟାଏ କାରଖାନାରେ କାମ କରୁଥିଲେ।