ନୂଆଦିଲ୍ଲୀ,୨୪।୧୨: ଆଜିର ସମୟରେ ଏଆଇ ଆମ ଜୀବନ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଯେଉଁ ଏଆଇକୁ ଆମେ ସ୍ମାର୍ଟ,ଫାଷ୍ଟ ଓ ଫ୍ୟୁଚର ବୋଲି ମାନୁଛୁ, ତାହା ଚୁପଚାପ୍ ପୃଥିବୀ ପୃଷ୍ଠରୁ ପାଣି ପିଉଛି। ତାହା ପୁଣି ଏତେ ମାତ୍ରାରେ ପାଣି ପିଉଛି ଯେ ବିପଦର ଘଣ୍ଟି ବଜାଇପାରେ। ଲଗାତାର ଏହି ବିତର୍କ ଚାଲିଛି ଯେ, ଏହାକୁ କିଭଳି ରୋକି ହେବ ଓ କ’ଣ କ’ଣ ବିକଳ୍ପ ରହିଛି। ନିକଟରେ କରାଯାଇଥିବା ରିସର୍ଚ୍ଚରୁ ଜଣାପଡିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ ବାର୍ଷିକ ପାଣିର ବ୍ୟବହାର ଏବେ ସେହି ପାଣିଠାରୁ ଅଧିକ ଅଧିକ ହୋଇପାରେ, ଯାହାକୁ ପୁରା ଦୁନିଆରେ  ଏକ ବର୍ଷ ହେବ ବୋତଲବନ୍ଦ ପାଣି ଭାବରେ ବ୍ୟବହାର କରାଯାଉଛି। ଏହା ଜାଣିବା ପରେ ଅଭୁତ ଲାଗୁଥିବ କିନ୍ତୁ ଟେକ୍ ଇଣ୍ଡଷ୍ଟ୍ରୀ ଭିତରେ ଏଭଳି ସତ୍ୟତା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି।

ଏଆଇ ପବନରେ ଚାଲୁଥିବା ଯାଦୁ ନୁହେଁ। ଏହାପଛରେ ବଡ଼ ବଡ଼ ଡାଟା ସେଣ୍ଟର୍ସ ରହିଛି। ଏହି ସ୍ଥାନରୁ ହଜାର ହଜାର ସର୍ଭର ଦିନ-ରାତି ଚାଲୁଥାଏ। ଯେତେବେଳେ ଏହି ସର୍ଭର କାମ କରିଥାଏ, ତାହା ଗରମ ହୋଇଥାଏ। ଏହି ଗରମକୁ କନଟ୍ରୋଲ କରିବା ପାଇଁ ପାଣିର ବ୍ୟବହାର ହୋଇଥାଏ। ଏହି ପାଣି ପ୍ରକୃତରେ ଏଆଇର ପ୍ରକୃତ ଇନ୍ଧନ। ଏ ବିଷୟରେ ସାଧାରଣ ୟୁଜରଙ୍କୁ କେବେ କୁହାଯାଏନି।

ରିସର୍ଚ୍ଚ କହୁଛି ଯେ, ୨୦୨୫ ପର୍ଯ୍ୟନ୍ତ ଏଆଇ ସମ୍ପର୍କିତ ସିଷ୍ଟମ ୩୦୦ରୁ ୭୦୦ ବିଲିୟନ ଲିଟର ପର୍ଯ୍ୟନ୍ତ ପାଣି ବର୍ଷ ସାରା ଖର୍ଚ୍ଚ ହୋଇପାରିବ। ତୁଳନା ଯଦି କରାଯାଏ ତେବେ ଏହି ମାତ୍ରା ପୁରା ଦୁନିଆରେ ବିକ୍ରି ହେଉଥିବା ବୋତଲବନ୍ଦ ପାଣିଠାରୁ ଅଧିକ ରହିବ। ଅର୍ଥାତ ଯେଉଁ ପାଣିକୁ ଲୋକ କିଣିକି ପିଉଛନ୍ତି, ତାଠାରୁ ଅଧିକ ପାଣି ଏଆଇ ମେସିନ୍ ବ୍ୟବହାର କରୁଛି।

ପାଣି ସହ ବିଜୁଳି:​​​​​​​

ମାମଲା କେବଳ ପାଣି ପର୍ଯ୍ୟନ୍ତ ସୀମିତ ନୁହେଁ। ଏହି ଡାଟା ସେଣ୍ଟରକୁ ଚଳାଇବା ପାଇଁ ପ୍ରଚୁର ମାତ୍ରାରେ ବିଜୁଳି ମଧ୍ୟ ଦରକାର। ବିଜୁଳିର ଅର୍ଥ କେବଳ ଅଧିକ କାର୍ବନ ନିର୍ଗମନ। ଅନୁମାନ କରାଯାଉଛି ଯେ, ଆଗାମୀ ଦିନରେ ଏଆଇରୁ ତିଆରି ହେଉଥିବା କାର୍ବନ ଫୁଟପ୍ରିଣ୍ଟ ବହୁ ବଡ଼ ସହରର ବାର୍ଷିକ ପ୍ରଦୂଷଣ ସହ ସମାନ ହୋଇପାରେ। କିନ୍ତୁ ଏପର୍ଯ୍ୟନ୍ତ ଏଭଳି କୌଣସି କଥା ସ୍ପଷ୍ଟ ହୋଇନି, କାରଣ ଅଧିକାଂଶ ବଡ଼ ଟେକ୍ କମ୍ପାନୀ ନିଜର ଡାଟା ସେଣ୍ଟରର ପ୍ରକୃତ ପାଣି ଓ ବିଜୁଳି ଖର୍ଚ୍ଚ ସାର୍ବଜନୀନ କରିନାହାଁନ୍ତି।

ସବୁଠାରୁ ମଜାଦାର କଥା ହେଲା ଏଆଇର ପ୍ରଶ୍ନ ଯଦିଓ ଛୋଟ, କିନ୍ତୁ ଏହାର ପ୍ରଭାବ ଯୋଡି ହେବାରେ ଲାଗିଥାଏ। ଯେତେବେଳେ କୋଟି କୋଟି ଲୋକ ପ୍ରତିଦିନ ଏଆଇ ଟୁଲ୍ସର ବ୍ୟବହାର କରନ୍ତି, ସେତେବେଳେ ପାଣିର ଏହି ଛୋଟ ଛୋଟ ଖର୍ଚ୍ଚକୁ ମିଶିକି ବିଲିୟନ ଲିଟର ପର୍ଯ୍ୟନ୍ତ ପହଁଞ୍ଚିଯାଏ। ଏହି କାରଣରୁ ବିଶେଷଜ୍ଞ ଏବେ ଚେତାବନୀ ଦେବାରେ ଲାଗିଛନ୍ତି। ଯଦି ଏଆଇର ଏଭଳି ବେଗ ବିନା କୌଣସି ପ୍ଲାନିଂରେ ଚାଲିଥାଏ, ତେବେ ପାଣିର ଅଭାବ ବଢିଯିବ।

ଆଜି ଦୁନିଆ ଜଳ ସଙ୍କଟର ମୁକାବିଲା କରୁଛି। ବହୁ ସହରରେ ପାଣିର ସପ୍ଲାଇ ସୀମିତ ରହିଛି। ଗାଁରେ ଭୂଜଳ ସ୍ତର ହ୍ରାସ ପାଉଛି ଓ ଜଳବାୟୁ ପରିବର୍ତ୍ତନ ସ୍ଥିତି ଆହୁରି ବିଗିଡିବାରେ ଲାଗୁଛି। ଏଭଳି ସ୍ଥିତିରେ ଏଆଇର ଏଭଳି ବଢୁଥିବା ପାଣି ଖର୍ଚ୍ଚ ଏକ ନୂଆ ଓ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ବିଶେଷଜ୍ଞଙ୍କ ମତରେ ଏହି ଟେକ୍ନୋଲୋଜି ଯୋଗୁଁ ଆଗାମୀ ପୀଢି ପ୍ରଭାବିତ ହୋଇପାରେ। ଏଆଇକୁ ରୋକିବା ଏବେ ସମ୍ଭବ ନୁହେଁ। କିନ୍ତୁ ଏବେ ଏହା ସ୍ପଷ୍ଟ ହୋଇସାରିଛି ଯେ, କେବଳ ସ୍ମାର୍ଟ ଫିଚର୍ସ ଓ ଦ୍ରୁତ ଜବାବ ହିଁ ଯଥେଷ୍ଟ ନୁହେଁ। ପ୍ରଶ୍ନ ଏହା ଯେ, ଏଆଇ କେତେ ପାଣି ନେଉଛି। କେଉଁଠାରୁ ନେଉଛି ଓ ଏଥିପାଇଁ ଦାୟୀ କିଏ। ବହୁ ଏଆଇ କମ୍ପାନୀ ବିକଳ୍ପ ଉପରେ ମଧ୍ୟ କାମ କରୁଛନ୍ତି।