PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଜାତୀୟ ଯୁବ ଦିବସ ପାଳିଲା ଓସାକ୍ସ 3 ବର୍ଷରେ ଏଡସ ସଂକ୍ରମଣ କମିଛି

ଭୁବନେଶ୍ବର,12।1(ବୁୟରୋ): 3 ବର୍ଷ ମଧ୍ୟରେ ସଚେତନତା ଯୋଗୁ ରାଜ୍ୟରେ ଏଡ୍ସ ସଂକ୍ରମଣ ହାର .24ରୁ ଖସି .13 ହୋଇପାରିଛି। ଅର୍ଥ।ତ ପାଖାପାଖି 50 ଭାଗ ସଂକ୍ରମଣକୁ ରୋକାଯାଇ ପାରିଛି। ଯେତେବେଳେ କି ଜାତୀୟସ୍ତରରେ ଏହି ହାର .22 ରହିଛି। ଓଡ଼ିଶାରେ ଏବେ ଏଚ୍ଆଇଭି ସଂକ୍ରମଣ ହାର ରୋକିବାରେ ଜାତୀୟ ହାରଠୁ ଭଲ ରହିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ଓଡ଼ିଶା ଏଡ୍ସ ନିୟନ୍ତ୍ରଣ ସମିତି(ଓସାକ୍ସ) ଓ ରେଡ଼କ୍ରସ ଭୁବନେଶ୍ବର ଶାଖା ପକ୍ଷରୁ ଆୟୋଜିତ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜେନା କହିଛନ୍ତି, ଗତବର୍ଷ ଚିହ୍ନଟ ହୋଇଥିବା ନୂଆ ଏଡ୍Ùସ ରୋଗୀଙ୍କ ମଧ୍ୟରେ 38 ପ୍ରତିଶତ ହେଉଛନ୍ତି ଯୁବକ। ତେଣୁ ଯୁବଗୋଷ୍ଠୀ ସଚେତନ ହେଲେ ଏହି ରୋଗ ନିୟନ୍ତ୍ରଣ ହେବ। ଯୁବଶକ୍ତି ସୁସ୍ଥ ରହିଲେ ଯାଇ ଆମେ ଉନ୍ନତ ଓଡ଼ିଶା ଆଉ ଭାରତ ଗଠନ କରି ପାରିବା। ମନ୍ତ୍ରୀ କହିଲେ ଯେ, ଏଡ୍ସ ସଚେତନତା ପାଇଁ ଭିତ୍ତିଭୂମିକୁ ଅନେକ ମାତ୍ରାରେ ସୁଦୃଢ କରାଯାଇଛି। ଏଥିପାଇଁ ଆଜିଠୁ 5 ଜିଲ୍ଲାରେ ଭ୍ୟାନ୍ ବୁଲିବ। 3 ବର୍ଷ ତଳେ ରାଜ୍ୟର 40 ଭାଗ ଲୋକଙ୍କ ପରୀକ୍ଷା (ସ୍କ୍ରନିଂ) କରିପାରିବା ଭଳି କ୍ଷମତା ଥିବା ବେଳେ ଏବେ ଏହି କ୍ଷମତା 90 ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର। ମୃତୁୟହାର ମଧ୍ୟ କମିଛି। ଏଚ୍ଆଇଭି ରୋଗୀଙ୍କୁ ମାଗଣା ଔଷଧ ସହ ବିଭିନ୍ନ ସୁବିଧା ସୁଯୋଗ ସରକାର ଯୋଗାଇ ଦେଉଛନ୍ତି। ଶ୍ରୀ ଜେନା କହିଛନ୍ତି, ସରକାର ମ୍ୟାଲେରିଆମୁକ୍ତ ଓଡ଼ିଶା, ଅନ୍ଧତ୍ବ ମୁକ୍ତ ରାଜ୍ୟ ଗଠନ ଲକ୍ଷ୍ୟ ରଖିଥିବା ବେଳେ ଏଚ୍ଆଇଭି ମୁକ୍ତ ଓଡ଼ିଶା ଗଠନ ପାଇଁ ମଧ୍ୟ ଲକ୍ଷ୍ୟ ରଖିବେ। ପ୍ରତ୍ୟେକ ଓଡ଼ିଆ ଯୁବକ, ଯୁବତୀମାନେ ଏଥିପାଇଁ ସହଯୋଗ କଲେ, ଏହା ସମ୍ଭବ ହୋଇପାରିବ ବୋଲି ଶ୍ରୀ ଜେନା କହିଛନ୍ତି। କାର୍ଯ୍ୟକ୍ରମରେ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଛନ୍ତି, ପ୍ରତ୍ୟେକ ଯୁବକ, ଯୁବତୀ ନିଜେ ସୁସ୍ଥ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବା ଉଚିତ।