PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଏମ୍ସକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ଆଶ୍ଵସ୍ତିକର ଖବର, ୩୦୦ ଟଙ୍କା ପର୍ଯ୍ୟନ୍ତ ହେଉଥିବା ସମସ୍ତ ଟେଷ୍ଟ ମାଗଣା

ନୂଆଦିଲ୍ଲୀ, ୨୦/୦୫ : ଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ଆଶ୍ଵସ୍ତିକର ଖବର। ଏଣିକି ଏମ୍ସରେ ୩୦୦ ଟଙ୍କା ପର୍ଯ୍ୟନ୍ତ ହେଉଥିବା ସମସ୍ତ ଟେଷ୍ଟ ସମ୍ପୂର୍ଣ୍ଣ ମାଗଣା। ଏନେଇ ଏକ ସମିତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ସୁପାରିଶ କରିଥିଲା। ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟ ଏହି ପ୍ରାସ୍ତାବକୁ ସ୍ଵୀକୃତି ଦେଇଛନ୍ତି। ଏମ୍ସ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ପକ୍ଷରୁ ଏଥିପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏମ୍ସର ଜଣେ ବରିଷ୍ଠ ଡାକ୍ତରଙ୍କ ସୂଚନାନୁଯାୟୀ, ୩୦୦ ଟଙ୍କା ପର୍ଯ୍ୟନ୍ତ ଟେଷ୍ଟ ମାଗଣା କରାଯିବା ଦ୍ଵାରା ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନଙ୍କ ପାଇଁ ଏହା ସହାୟକ ହେବ। ଟେଷ୍ଟ କରିବା ପାଇଁ ଟଙ୍କା ଭରିବାକୁ ଲମ୍ଵା ଲାଇନ୍‌ରେ ଠିଆ ହେବାକୁ ପଡ଼ିବ ନାହିଁ। ଅଲଟ୍ରାସାଉଣ୍ଡ, ଏକ୍ସରେ, ହରମୋନ୍ ସମ୍ଵନ୍ଧୀୟ ଯାଞ୍ଚ୍, ରକ୍ତ ପରୀକ୍ଷା, ହିଷ୍ଟୋପାଥୋଲୋଜି ଯାଞ୍ଚ୍, ଏଫନସେ, ବାୟୋପ୍ସି ଯାଞ୍ଚ୍, ଲିଭର ଫଙ୍କସନ୍ ଯାଞ୍ଚ୍, କିଡ୍‌ନୀ ଫଙ୍କସନ୍ ଯାଞ୍ଚ୍ ଆଦି ପରୀକ୍ଷା ମାଗଣା କରାଯିବ।

ସମ୍ବନ୍ଧିତ ଖବର