ପାକ୍ ଉପରେ ଏୟାରଷ୍ଟ୍ରାଇକ୍: ବାୟୁସେନାର ବୀରତ୍ବକୁ ସମସ୍ତ ଦଳର ସଲାମ

ନୂଆଦିଲ୍ଲୀ,୨୬।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୋରଦାର ବିବାଦ ଭିତରେ ଭାରତୀୟ ବାୟୁସେନା ପିଓକେରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍ ଧ୍ବଂସ କରି ୩୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛି। ବାୟୁସେନାର ଏହି ସାହାସିକତା ପଦକ୍ଷେପକୁ ଆଜି ଦଳଗତ ନିର୍ବିଶେଷରେ ବହୁ ରାଜନେତା ଏକାଠି ହୋଇ ପ୍ରଶଂସା କରିଛନ୍ତି।
ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଭାରତର ସାହାସୀ ସେନାକୁ ତାଙ୍କର ବାହାଦୁରୀ ଓ ବୀରତା ପାଇଁ ଶୁଭେଚ୍ଚା ଜଣାଉଛି ଓ ତାଙ୍କୁ ସଲାମ କରୁଛି। ଆଜିର କାର୍ଯ୍ୟାନୁଷ୍ଠାନ ପୁଣିଥରେ ପ୍ରମାଣିତ କରୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଜବୁତ ଓ ନିର୍ଣ୍ଣାୟକ ନେତୃତ୍ବରେ ଭାରତ ସୁରକ୍ଷିତ ରହିଛି। ସେ କହିଛନ୍ତି ଆଜିର ଏହି କାର୍ଯ୍ୟାନୁଷ୍ଠାନ ଭାରତର ଇଛାଶକ୍ତି ଓ ସଂକଳ୍ପକୁ ଦର୍ଶାଉଛି। ଏହି ନବ ଭାରତ କୌଣସି ପରିସ୍ଥିତିରେ ଆତଙ୍କବାଦକୁ ସହ୍ୟ କରିବ ନାହିଁ କିମ୍ବା ଆତଙ୍କବାଦୀଙ୍କ ସୁରକ୍ଷାକାରୀଙ୍କୁ କ୍ଷମା କରିବ ନାହିଁ।
ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ କୁମାର ବିଶ୍ବାସ କହିଛନ୍ତି ଏଥର ସର୍ଜିକାଲ ଷ୍ଟ୍ରାଇକ୍-୨ର ଯଦି କେହି ପ୍ରମାଣ ମାଗ ତେବେ ଭାରତର ସୈନିକ ଯେଉଁଭଳି ଭାବରେ ହଜାର ହଜାର ଟନର ପ୍ରମାଣ ଇମ୍ରାନ ଖାନଙ୍କୁ ଦେଇଛନ୍ତି ସେଭଳି ୧୦୦-୨୦୦ ଗ୍ରାମର ପ୍ରମାଣ ଏଭଳି ଲୋକଙ୍କୁ ନିଶ୍ଚିତ ପଠାଇବା ଦରକାର। ଆଉ ଏକ ଟ୍ବିଟ୍ କରି କୁମାର ବିଶ୍ବାସ କହିଛନ୍ତି ବାଲକୋଟର ଲୋକ ଭାରତର ଟମାଟର ପାଇଁ ଭାରି କାନ୍ଦୁଥିଲେ। ତେବେ ଭାରତୀୟ ବାୟୁସେନା ରାତିରେ ହଜାର ହଜାର ଟନର ବାରୁଦ ଜୈଶ କନଟ୍ରୋଲ ରୁମରେ ପକାଇ ଏହାକୁ ଧ୍ବଂସ କରିଦେଲା। ଶାନ୍ତିର ରଙ୍ଗ ଧଳା ଯାହାକି ଆପଣମାନଙ୍କୁ ବୁଝିବା ଭାରି କଷ୍ଟ। ଆଶା କରୁଛି ଲାଲ ରଙ୍ଗ ପସନ୍ଦ ଆସିବ। ଯେବେ ମାଗିବ ସେତେ ଟମାଟର ପଠାଇବୁ।
महाकवि दिनकर ??? Love You @IAF_MCC ❤️❤️???? https://t.co/QzVllLTNgR
— Dr Kumar Vishvas (@DrKumarVishwas) February 26, 2019
କଂଗ୍ରେସ ଜାତୀୟ ମୁଖପାତ୍ର ଓ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଡକ୍ଟର ଅଭିଷେକ ମନୁ ସିଂଘଭି ଟ୍ବିଟ କରି କହିଛନ୍ତି ‘ବାଲକୋଟ୍ ଏଲଓସି ଠାରୁ ଦୂର, ଏହା ଏକ ବଡ କାର୍ଯ୍ୟାନୁଷ୍ଠାନ ଓ ଯଦି ଆଇଏଏଫ୍ ଆତଙ୍କବାଦୀଙ୍କ ଛଡା ଅନ୍ୟ କାହାକୁ କ୍ଷତି ନପହଁଞ୍ଚାଇଥାଏ ତେବେ ଏହା ଏକ ସଫଳ ମିଶନ୍ । ବାଲକୋଟରେ ଭାରତୀୟ ବାୟୁସେନାର ଆକ୍ରମଣ ଘଟଣାରେ ଏଯର୍ପ୍ୟନ୍ତ ଅଫିସିଆଲି କିଛି ସୂଚନା ଦିଆଯାଇନାହିଁ। ତେବେ ପାକିସ୍ତାନରେ ହୋ ହଳ୍ଲା ଦେଖି ଲାଗୁଛି କିଛି ବଡ ଘଟିଛି। ଯେତେବେଳେ ପାକିସ୍ତାନ ଚୀନ ଓ ସାଉଦି ଠାରୁ ମିଳିଥିବା ଭିକକୁ ଗଣିବାରେ ବ୍ୟସ୍ତଥିଲା ସେତେବେଳେ ବାୟୁସେନା ପିଓକେରେ ପଶି ପାକିସ୍ତାନର ରାଜଧାନୀ ନିକଟରେ ପହଁଞ୍ଚି ଯାଇଥିଲା।
Balakot which is quite far out into the LOC is a deep strike and purportedly where Hafeez Saeed gives a lot of his addresses. If IAF penetrated that deep without casualties it's a highly successful mission.
— Abhishek Singhvi (@DrAMSinghvi) February 26, 2019
ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ନ୍ୟାସନାଲ କନଫ୍ରେନ୍ସର ନେତା ଉମର ଅବଦୁଲା କହିଛନ୍ତି ଯଦି ଏହା ସତ ତେବେ କୌଣସି ପ୍ରକାର ଛୋଟ ଷ୍ଟ୍ରାଇକ୍ ନୁହେଁ। କିନ୍ତୁ ଆମକୁ ସରକାରୀ ଭାବରେ ଅପେକ୍ଷା କରିବା ଦରକାର।
Wow, if this is true this was not a small strike by any stretch of imagination but will wait for official word, should any be forthcoming. https://t.co/bOFt7SXl43
— Omar Abdullah (@OmarAbdullah) February 26, 2019
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ବନ୍ତ ସିହ୍ନା ଟ୍ବିଟ୍ କରି କହିଛନ୍ତି ଏଲଓସି ନିକଟରେ ଅତିସୁନ୍ଦର କାର୍ଯ୍ୟାନୁଷ୍ଠାନ ପାଇଁ ଆମର ବାହାଦୁର ବାୟୁ ସେନାକୁ ଅଭିନନ୍ଦନ ଜଣାଉଛି।
Congratulations to our brave air force for a brilliant operation across the LOC.
— Yashwant Sinha (@YashwantSinha) February 26, 2019
କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ବିଟ୍ କରି କହିଛନ୍ତି ଭାରତୀୟ ବାୟୁସେନାର ସାହାସୀ ସୈନିକଙ୍କ ଶକ୍ତି ଓ ସାହାସକୁ ମୋର ସଲାମ। ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ କରାଯାଇଥିବା ଯୋରଦାର କାର୍ଯ୍ୟାନୁଷ୍ଠାନ ପାଇଁ ସୈନିକଙ୍କୁ ଶୁଭେଚ୍ଛା। ମୁଁ ଓ ମୋର ପାର୍ଟି ରାଷ୍ଟ୍ରହିତରେ ଉଠାଯାଇଥିବା ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କ ସହିତ ରହିଛୁ।
भारतीय वायु सेना के जाँबाज़ सैनिकों के शौर्य और साहस को मेरा सलाम। आतंकी ठिकानों पर की गई जबरदस्त कार्यवाही के लिए सैनिकों को बधाई, मैं और मेरी पार्टी राष्ट्रहित में उठाए जाने वाले हर कदम पर आपके साथ हैं।
— Jyotiraditya Scindia (@JM_Scindia) February 26, 2019
କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ କହିଛନ୍ତି, ଏହା ମୋଦିଙ୍କ ହିନ୍ଦୁସ୍ତାନ, ଘରେ ପଶିବ ବି ଓ ମାରିବ ବି, ବାୟୁସେନା ଆଜି ସକାଳେ ଏଲଓସି ପାର କରି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା ଓ ସମ୍ପୂର୍ଣ୍ଣ ଭାବରେ ଏହାକୁ ନଷ୍ଟ କରିଦେଇଥିଲା। ଗୋଟିଏ ଗୋଟିଏ ରକ୍ତ ବିନ୍ଦୁର ହିସାବ ନିଆଯିବ! ଏହା ତ କେବଳ ଆରମ୍ଭ…ଏ ଦେଶକୁ ନୁଆଁଇବାକୁ ଦେବିନି…।
ये मोदी का हिंदुस्तान है, घर में घुसेगा भी और मारेगा भी,
— Gajendra Singh Shekhawat (@gssjodhpur) February 26, 2019
Air Force carried out aerial strike early morning today at terror camps across the LoC and Completely destroyed it
एक एक क़तरा ख़ून का हिसाब होगा !ये तो एक शुरुआत है .. ये देश नहीं झुकने दूंगा…#Balakot #Surgicalstrike2 pic.twitter.com/fqYJgWxuqX
पीएम ने पुलवामा के जवानों की शहादत के बदले में कार्रवाई करने के लिये अब जो फ्री हैण्ड सेना को दिया है अगर यह फैसला मोदी सरकार द्वारा पहले ले लिया गया होता तो पठानकोट, ऊरी व पुलवामा जैसी अति-दुःखद व अति-चिन्तित करने वाली घटनायें नहीं होती और न ही इतने जवान शहीद होते।
— Mayawati (@Mayawati) February 26, 2019
ବିଏସପି ସୁପ୍ରିମୋ ମାୟାବତୀ ଟ୍ବିଟ୍ କରିଛନ୍ତି ଜୈଶ ଆତଙ୍କବାଦୀଙ୍କ ବିରୋଧରେ ପିଓକେରେ ପଶି ଭାରତୀୟ ବାୟୁସେନାର ବାହାଦୁର ଯୋଦ୍ଧା ସାହାସର ସହ କାର୍ଯ୍ୟାନୁଷ୍ଠାନକୁ ସଲାମ ଓ ସମ୍ମାନ। ଯଦି ବିଜେପି ସରକାର ଆମର ସେନାକୁ ଏଭଳି ଫ୍ରି ହାଣ୍ଡ କରିଥାନ୍ତେ ତେବେ ଆହୁରି ଭଲ ହୋଇଥାନ୍ତା।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ମୁଁ ବୁଝିପାରୁଛି ଆତଙ୍କବାଦ ବିରୋଧରେ ଲୋକଙ୍କ ମନରେ ଯେଉଁ ଆକ୍ରୋଶ ରହିଛି ତାହା ସ୍ବାଭାବିକ। ଏହାକୁ ଦେଖି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୋତେ ଲାଗୁଛି ଆତଙ୍କବାଦରୁ ନିହାତି ମୁକ୍ତି ମିଳିବ।
ପାକିସ୍ତାନ ପ୍ରୀତି ପାଇଁ କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁ ବିବାଦର ପରିସରରେ ଅଛନ୍ତି। ତେବେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ସେ ଏହାକୁ ପ୍ରଶଂସା କରିଛନ୍ତି। ସିଦ୍ଧୁ ଟ୍ବିଟ୍ କରିଛନ୍ତି, ଲୁହା ଲୁହାକୁ କାଟିଥାଏ, ନିଆଁ ନିଆଁକୁ କାଟିଥାଏ। ସାପ ଯେବେ ଚୋଟ ମାରେ, ତାର ଆଣ୍ଟିଡୋଜ୍ ବିଷ ହିଁ ହୋଇଥାଏ। ଆତଙ୍କବାଦୀଙ୍କ ବିନାଶ ନିହାତି ଦରକାର। ଭାରତୀୟ ବାୟୁସେନା ଜୟ ହୋ। ଜୟ ହିନ୍ଦ, ଜୟ ହିନ୍ଦର ସେନା। ଠିକ୍ ଓ ଭୁଲର ଯୁଦ୍ଧରେ ଆପଣ ତଟସ୍ଥ ହେବାର ବିପଦ ନେଇପାରିବେ ନାହିଁ। ଆତଙ୍କବାଦୀ ସଂଗଠନ ସହିତ ଯୁଦ୍ଧ ଜାରି ରହିଛି।