ପରିବାର ଲୋକଙ୍କୁ ଭେଟିଲେ ଅଭିନନ୍ଦନ, କହିଲେ ଖୁବ୍ ଶୀଘ୍ର ଡ୍ୟୁଟିରେ ଯୋଗ ଦେବି

source: https://abpnews.abplive.in
ନୂଆଦିଲ୍ଲୀ,୨।୩: ପାକିସ୍ତାନରେ ୬୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦୀ ରହିବା ପରେ ଭାରତୀୟ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ଭର୍ତମାନ ଗତ କାଲି ରାତିରେ ଓ୍ବାଘା-ଅଟାରୀ ସୀମା ଦେଇ ଭାରତ ଫେରିଛନ୍ତି। ଏହାପରେ ତାଙ୍କୁ ଦିଲ୍ଲୀ ଅଣାଯାଇଛି। ଯେଉଁଠି ବାୟୁସେନା ମୁଖ୍ୟ ବିଏସ୍ ଧନୋଆଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ଅଭିନନ୍ଦନ ତାଙ୍କ ପରିବାର ଲୋକଙ୍କୁ ସାକ୍ଷତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ଭାବରେ ଠିକ୍ ଅଛି ଓ ମୁଁ ଡ୍ୟୁଟି ଜଏନ୍ କରିବି। ଆଜି ଅଭିନନ୍ଦନଙ୍କ ମେଡିକାଲ କରାଯିବ। ଏଠାରେ ଉଲ୍ଳେଖନୀୟ ଯେ ଅଭିନନ୍ଦନଙ୍କ ବାପା ମଧ୍ୟ ବାୟୁସେନାରେ ରହିସାରିଛନ୍ତି। ତାଙ୍କର ମା’ ମଧ୍ୟ ଜଣେ ଡାକ୍ତର।
ଅଭିନନ୍ଦନ ପ୍ରାୟ ୩ ଦିନ ପର୍ଯ୍ୟନ୍ତ ପାକିସ୍ତାନରେ ବନ୍ଦୀ ହୋଇ ରହିବା ପରେ ପଡୋଶୀ ଦେଶ ଦ୍ବାରା ଭାରତକୁ ହସ୍ତାନ୍ତର କରାଯିବାର କିଛି ଘଣ୍ଟା ପରେ ଶୁକ୍ରବାର ରାତିରେ ରାଜଧାନୀ ଦିଲ୍ଲୀ ପହଁଞ୍ଚି ଯାଇଛନ୍ତି। ପାଲମ ବିମାନବନ୍ଦରରେ ବହୁ ଲୋକ ତାଙ୍କୁ ଯୋରଦାର ସ୍ବାଗତ କରିଥିଲେ। ଗତ ୨୭ ଫେବୃଆରୀରେ ଦୁଇ ଦେଶର ବିମାନ ମଧ୍ୟରେ ସଂଘର୍ଷ ହେବାପରେ ଅଭିନନ୍ଦନଙ୍କ ମିଗ୍ ୨୧ ବିମାନ ଦୁର୍ଘଟଣାଗସ୍ତ ହେବାପରେ ପାକିସ୍ତାନ ଦ୍ବାରା ତାଙ୍କୁ ଗିରଫ କରାଯାଇଥିଲା।