ଏୟାରହଷ୍ଟେସଙ୍କୁ ଗଣ ଦୁଷ୍କର୍ମ, ଗିରଫ ହେଲେ ଏୟାରଲାଇନର ସୁରକ୍ଷା ଅଧିକାରୀ

ମୁମ୍ବାଇ ୬।୬: ୨୫ବର୍ଷ ବୟସ ଏୟାରହଷ୍ଟେସଙ୍କୁ କରାଯାଇଛି ଗଣ ଦୁଷ୍କର୍ମ। ଏୟାରଲାଇନରେ ଚାକିରି କରୁଥିବା ମହିଳା ଜଣକ ମୁମ୍ବାଇର ଏକ କୋଠାରେ ରହୁଥିବାବେଳେ ଏଭଳି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏଥିରେ ଜଣେ ସହ କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତକୁ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଯାଇଛି।
ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ଯେଉଁ କୋଠାରେ ତାଙ୍କ ସହ ଦୁଷ୍କର୍ମ ହୋଇଛି ସେଠାରେ ତିନିଜଣ ଲୋକ ରହୁଛନ୍ତି। ଘଟଣା ଘଟିବା ସମୟରେ ସେଠାରେ ଜଣେ ମହିଳା ଉପସ୍ଥିତ ଥିଲେ। ସେହି ମହିଳା ଜଣଙ୍କ ନାଁ ସ୍ବପନିଲ ବଦୋନିଆ (୨୩)। ପୁଲିସ ତାଙ୍କୁ ମଧ୍ୟ ଗିରଫ କରିଛି। କାରଣ ମହିଳା ଜଣକ ଅଭିଯୁକ୍ତକୁ ଜାଣିଛନ୍ତି ଏବଂ ସେ ଏୟାରଲାଇନରେ ସୁରକ୍ଷା ବିଭାଗରେ କାର୍ଯ୍ୟ କରୁଛନ୍ତି।
ଏମଆଇଡିସି ପୁଲିସ ଷ୍ଟେସନର ବରିଷ୍ଠ ପୁଲିସ ଇନସ୍ପେକ୍ଟର ନିତିନ ଅଲକନୁରେ ଏହି ଘଟଣାର ତଦନ୍ତ କରୁଛନ୍ତି। ସେ କହିଛନ୍ତି, ପୀଡ଼ିତା ଓ ଅଭିଯୁକ୍ତ ଦୁଇ ଜଣ ମଦ ପିଇ ପୁରା ନିଶାରେ ଥିଲେ। ପୀଡ଼ିତା ଜଣକ ଘରକୁ ଯିବା ଅବସ୍ଥାରେ ନଥିଲେ ଏହାର ଫାଇଦା ଉଠାଇ ଅଭିଯୁକ୍ତ ଜଣକ ନିଜ କୋଠାକୁ ନେଇଯାଇଥିଲା ଯେଉଁଠି ସମସ୍ତେ ମିଶି ରହୁଛନ୍ତି। ପୀଡ଼ିତା ଜଣକକୁ ଦୁଷ୍କର୍ମ କରିବା ସହିତ ବହୁତ ମାଡ଼ ମଧ୍ୟ ମାରିଥିଲେ। ପୀଡ଼ିତା ଜଣକଙ୍କର ନିଶା ଫେରିବା ପରେ ସେ ଘରକୁ ଯାଇଥିଲେ। ମାତ୍ର ତାଙ୍କ ଶରୀରରେ ରକ୍ତାକ୍ତ ଦାଗ ଦେଖି ପୀଡ଼ିତା ଜଣକୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଥିଲେ। ବର୍ତ୍ତମାନ ପୁଲିସର ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।