ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଏକ ବଡ଼ ଅବହେଳା ପଡ଼ିଛି ପଦାରେ। ଏହାର ଏକ ବିମାନ ବିନା ସୁରକ୍ଷା ସାର୍ଟିଫିକେଟ୍‌ରେ ହିଁ ମାସ ମାସ ଧରି ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଉ ଉଡ଼ାଣ ଜାରି ରଖିଛି। ଉକ୍ତ ଘଟଣା ବିଷୟରେ ଏୟାରଲାଇନ୍‌ର ଇଣ୍ଟରନାଲ ମନିଟରିଂ ପ୍ରୋସେସ୍‌ରୁ ଜଣାପଡ଼ିଛି , ଯାହାପରେ ଡାଇରେକ୍ଟରେଟ୍ ଜେନେରାଲ ଅଫ୍ ସିଭିଲ ଆଭିଏସନ (ଡିଜିସିଏ)କୁ ତୁରନ୍ତ ରିପୋର୍ଟ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଏୟାର ଇଣ୍ଡିଆର ଏକ A320 ଏୟାରକ୍ରାଫ୍ଟ ନଭେମ୍ୱର ମାସରେ ବିନା ଭାଲିଡ୍ ଏୟାରୱର୍ଥନେସ୍ ରିଭ୍ୟୁ ସାର୍ଟିଫିକେଟ୍ (ଏଆରସି) ର ଅନେକ ଉଡ଼ାଣ ଭରୁଛି।

ଏହାକୁ ନେଇ ଏୟାର ଇଣ୍ଡିଆ କହିଛନ୍ତି ଯେ, ଆବଶ୍ୟକୀୟ ସୁରକ୍ଷା ନିୟମ ଓ ପ୍ରକ୍ରିୟା ଗୁଡ଼ିକୁ ପୂରଣ କରିବାରେ ହୋଇଥିବା ଅବହେଳା ଓ ତ୍ରୁଟିରେ ସାମିଲ ସବୁ ଅଧିକାରୀଙ୍କୁ ଏହି ଘଟଣାର ସମୀକ୍ଷା କରାଯିବା ଯାଏ ସସପେଣ୍ଡ କରିଦିଆ ଯାଇଛି। ଏୟାର ଇଣ୍ଡିଆ ଏହି କଥାକୁ ସ୍ପଷ୍ଟକରିଛି ଯେ, ସେ ଡିଜିସିଏକୁ ଏହି ତ୍ରୁଟି ବିଷୟରେ ଜଣାଇଛି , ଏବଂ ସେଫ୍ଟି ଷ୍ଟାଣ୍ଡାର୍ଡ ପ୍ରତି ନିଜର କମିଟମେଣ୍ଟ ଉପରେ ଜୋର ଦେଇଛି। ଏୟାରଲାଇନ୍ କହିଛି ଯେ, ଏହି ତ୍ରୁଟି ବିଷୟରେ ଆଭ୍ୟନ୍ତରୀଣ ସୂତ୍ରରୁ ଜଣା ପଡ଼ିଛି ଏବଂ ମାମଲାର କାରଣ ଓ ଦାୟିତ୍ୱ ନିର୍ଣ୍ଣୟ କରିବା ପାଇଁ ଯାଞ୍ଚ ଆରମ୍ଭ କରି ଦିଆଯାଇଛି।

ଲାଇଭ ହିନ୍ଦୁସ୍ତାନ ଡଟ୍‌ କମ୍‌ରେ ପ୍ରକାଶିତ ତଥ୍ୟ ଆଧାର କମର୍ସିଆଲ ଏୟାରକ୍ରାଫ୍ଟ ଅପରେସନ ପାଇଁ ଏୟାରୱର୍ଥନେସ୍ ରିଭ୍ୟୁ ସାର୍ଟିଫିକେଟ୍ ଜରୁରି ,ଯାହା ଏହା ଫେରିଫାଏ କରେ ଯେ, ବିମାନଟି ବାରମ୍ୱାର ବ୍ୟବହାର ପାଇଁ ସମସ୍ତ ସୁରକ୍ଷିତ ଓ ମେଣ୍ଟେନାନ୍ସର ଆବଶ୍ୟକତାକୁ ପୂରା କରିଥାଏ। ଏହି ସାର୍ଟିଫିକେଟ୍,ଯାହା ବର୍ଷେ ପାଇଁ ଭାଲିଡ୍ ଅଛି, ଏୟାରକ୍ରାଫ୍ଟର କଣ୍ଡିସନ ଓ ରେକର୍ଡସର ପୂରା ସମୀକ୍ଷା ପରେ ଜାରି କରାଯାଏ। ନିୟମାନୁସାରେ , ଏହାକୁ ପ୍ରତିବର୍ଷ, ରିନ୍ୟୁ କରାଯିବା ଉଚିତ୍