ପ୍ରମୁଖ ଖବର
  • ୧୦୦ ଆସନରେ ବିଜେପି ପ୍ରାର୍ଥୀ ଚୂଡାନ୍ତ ! କଟିପାରେ ୭୦ ସାଂସଦଙ୍କ ଟିକେଟ, ନୂଆ ମୁହଁ ଓ ମହିଳାଙ୍କୁ ମିଳିପାରେ ସୁଯୋଗ
  • ||
  • ନିଳାଦ୍ରୀ ବିହାର ଏଟିଏମ୍‌ ଛକରେ ବୋମାମାଡ, ବିଳମ୍ବିତ ରାତି କାର୍‌କୁ ବୋମା ଫିଙ୍ଗି ଚମ୍ପଟ୍ ମାରିଲେ ୨ ଦୁର୍ବୃତ୍ତ
  • ||
  • ଏ ବର୍ଷ ଗ୍ରୀଷ୍ମ ଲହରୀ ଲମ୍ବିବ: ମାର୍ଚ୍ଚରୁ କଲବଲ କରିବ ଖରା, ଆକାଶରୁ ନିଆଁ ବର୍ଷିବ
  • ||

ବିମାନରେ ମଦ୍ୟପାନ କରିବାର ନୀତି ବଦଳାଇଲା ଏୟାର ଇଣ୍ଡିଆ, ଅସଦାଚରଣ ଘଟଣା ପରେ ନେଲା ବଡ ପଦକ୍ଷେପ

ନୂଆଦିଲ୍ଲୀ ୨୫/୦୧:  ନିକଟରେ ନ୍ୟୁୟର୍କ-ନୂଆଦିଲ୍ଲୀ ବିମାନରେ ଜଣେ ବୃଦ୍ଧ ମହିଳା ଯାତ୍ରୀଙ୍କ ଉପରେ ମଦ୍ୟପ ଅବସ୍ଥାରେ ଶଙ୍କର ମିଶ୍ରା ନାମକ ଜଣେ ଯାତ୍ରୀ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଏୟାରଲାଇନ୍ସକୁ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ଅଭିଯୁକ୍ତ ଶଙ୍କର ମିଶ୍ରା ଏବେ ନ୍ୟାୟିକ ହେପାଜତରେ ଅଛନ୍ତି। ତେଣୁ ଏୟାର ଇଣ୍ଡିଆ ନିଜର ଫ୍ଲାଇଟରେ ମଦ୍ୟପାନ ସେବା ନୀତିର ସମୀକ୍ଷା କରିଛି ଏବଂ ଉନ୍ନତି ପାଇଁ କିଛି ସଂଶୋଧନ କରିଛି।

Air India modifies in-flight alcohol service policy

ସଂଶୋଧିତ ନୀତି ଅନୁଯାୟୀ, କ୍ରୁ ସଦସ୍ୟଙ୍କ ଦ୍ୱାରା ଯେପର୍ଯ୍ୟନ୍ତ ଯୋଗାଇ ଦିଆନଯାଇଛି ମଦ୍ୟପାନ କରିବାକୁ ଅନୁମତି ଦିଆଯିବନି। ଏଥିସହ, କ୍ରୁ ସଦସ୍ୟମାନେ ନିଜ ନିଜ ମଦ୍ୟପାନ କରୁଥିବା ଯାତ୍ରୀମାନଙ୍କୁ ଚିହ୍ନଟ କରିବାରେ ସଜାଗ ରହିବେ। ନୀତି ଅନୁଯାୟୀ, 'ଆଲକୋହଲଯୁକ୍ତ ପାନୀୟଗୁଡିକ ଉପଯୁକ୍ତ ଏବଂ ନିରାପଦ ଢଙ୍ଗରେ ପରିବେଷଣ କରାଯିବା ଆବଶ୍ୟକ।ଏଥିରେ  ଅତିଥିମାନଙ୍କୁ ମଦ୍ୟପାନ ସେବନ କରିବାକୁ ମନା କରିବା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

{"id":526221,"sizeSlug":"full","linkDestination":"none"}

ଏୟାର ଇଣ୍ଡିଆର ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି, ଏୟାରଲାଇନ୍ସ ଅନ୍ୟ ବିମାନ ସେବାଗୁଡିକ ଅନୁସରଣ କରୁଥିବା ଅଭ୍ୟାସଗୁଡିକର ସମୀକ୍ଷା କରିଛି। ଆମେରିକାର ନ୍ୟାସନାଲ ରେଷ୍ଟୁରାଣ୍ଟ ଆସୋସିଏସନ୍ (NRA) ର ନିର୍ଦ୍ଦେଶାବଳୀକୁ ଆଧାର କରି ବିମାନରେ ମଦ୍ୟପାନ କରିବାର ବିଦ୍ୟମାନ ନୀତି ବଦଳିଛି। ବିବୃତ୍ତିରେ କୁହାଯାଇଛି ଯେ ଏହା ମୁଖ୍ୟତଃ ବିଦ୍ୟମାନ ଏୟାର ଇଣ୍ଡିଆ ଅଭ୍ୟାସ ସହିତ ମେଳ ଖାଉଛି, ତେବେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି।ମଦ୍ୟପାନର ସମ୍ଭାବ୍ୟ ମାମଲାଗୁଡ଼ିକୁ ଚିହ୍ନଟ ଏବଂ ପରିଚାଳନା କରିବାରେ କ୍ରୁମାନଙ୍କୁ ସାହାଯ୍ୟ କରିବାକୁ NRA ର ଟ୍ରାଫିକ୍ ଲାଇଟ୍ ସିଷ୍ଟମ୍ ଅନ୍ତର୍ଭୂକ୍ତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.