ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଏୟାର ଇଣ୍ଡିଆ ବିମାନରେ ବୈଷୟିକ ତ୍ରୁଟି ପାଇଁ ଥାଇଲାଣ୍ଡରେ ୮୦ ଘଣ୍ଟା ଅଟକିଲେ ଯାତ୍ରୀ, ସୋସିଆଲ ମିଡିଆରେ ଜାହିର୍ କଲେ ଅସନ୍ତୋଷ...

Published By : Ladu Kishor | November 19, 2024 6:22 PM

Image source: NBT

ନୂଆଦିଲ୍ଲୀ: ଥାଇଲାଣ୍ଡର ଫୁକେଟରୁ ଦିଲ୍ଲୀକୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଯାତ୍ରୀମାନେ ସେଠାରେ ୮୦ ଘଣ୍ଟା ଧରି ଅଟକି ରହିଥିବା ଦାବି କରିଛନ୍ତି। ଯାତ୍ରୀମାନେ କହିଛନ୍ତି ଯେ, ବିମାନ ସେବା ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ୧୬ ନଭେମ୍ବର ରାତିରେ ଏହି ଘଟଣା ଘଟିଥିଲା, ଯେତେବେଳେ କି ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଫୁକେଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିଲା। କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ବିମାନକୁ ୬ ଘଣ୍ଟା ବିଳମ୍ବ କରାଯାଇଥିଲା।ଏହି ସମୟ ମଧ୍ୟରେ ଯାତ୍ରୀ ମାନଙ୍କୁ କୌଣସି ସୁବିଧା ବିନା ବିମାନବନ୍ଦରରେ ରଖାଯାଇଥିଲା। ତା’ପରେ ଯାତ୍ରୀମାନେ ବିମାନରେ ଚଢିଥିଲେ, ମାତ୍ର ୧ ଘଣ୍ଟା ପରେ ବିମାନକୁ ବାତିଲ କରାଯାଇଥିଲା, ଆଉ ଯାତ୍ରୀ ମାନଙ୍କୁ ଓହ୍ଲାଇ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ଶିଶୁଙ୍କ ସମେତ ସମସ୍ତ ଯାତ୍ରୀ ବହୁତ କଷ୍ଟରେ ରହିଥିଲେ । 

ଏହା ପରେ ପରଦିନ ( ୨୪ ଘଣ୍ଟା ପରେ) ବିମାନଟି ପୁଣି ଉଡ଼ାଣ ପାଇଁ ପ୍ରସ୍ତୁତ ହୋଇଥିଲା । ଯାତ୍ରୀ ମାନେ ସମାନ ବିମାନରେ ଚଢିଯାଇଥିଲେ । ମାତ୍ର ୨.୨୪ ଘଣ୍ଟା ଉଡ଼ାଣ ପରେ ବୈଷୟିକ ତ୍ରୁଟି ହେତୁ ଏହାକୁ ପୁଣି ଫୁକେଟରେ ଅବତରଣ କରାଗଲା । ଯାତ୍ରୀ ମାନେ ୮୦ ଘଣ୍ଟା ଧରି ଫୁକେଟରେ ଅଟକି ରହିଥିଲେ । ତେବେ ଏ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ତରଫରୁ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ। 

ଏହି ଘଟଣାକୁ ନେଇ ଜଣେ ଯାତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ସେ ଲେଖିଛନ୍ତି ଯେ, ଏୟାର ଇଣ୍ଡିଆର ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ୧୦୦ରୁ ଅଧିକ ଯାତ୍ରୀ ବୈଷୟିକ ତ୍ରୁଟି ହେତୁ ଥାଇଲାଣ୍ଡର ଫୁକେଟରେ ୮୦ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଛନ୍ତି। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.