PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ବାରଣାସୀରେ ଶିବଙ୍କ ବରଯାତ୍ରୀ ଶୋଭାଯାତ୍ରାରେ ଏୟାର ଷ୍ଟ୍ରାଇକ୍ ଝଲକ

ବାରଣାସୀ,୫।୩: ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ନିର୍ବାଚନ ପ୍ରସଙ୍ଗ ହୋଇପାରେ ବୋଲି ଏବେଠାରୁ ସଙ୍କେତ ମିଳୁଛି । ଭାରତୀୟ ଜନତା ପାର୍ଟିର ଗଡ଼ ବାରଣାସୀରେ ଏଭଳି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସହରର ପ୍ରତି ଅଞ୍ଚଳରେ ଏୟାର ଷ୍ଟ୍ରାଇକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ପୋଷ୍ଟର, ହୋର୍ଡିଙ୍ଗ ମାଧ୍ୟମରେ କୃତଜ୍ଞତା ଜଣାଯାଉଛି ।  ତେବେ ବାରଣାସୀର ପ୍ରସିଦ୍ଧ ମହାଶିବରାତ୍ରିରେ ମଧ୍ୟ ଏୟାର ଷ୍ଟ୍ରାଇକର ଝଲକ  ଦେଖିବାକୁ ମିଳିଛି । ଶିବରାତ୍ରୀ ଅବସରରେ ସୋମବାର ଏୟାର ଷ୍ଟ୍ରାଇକର ଉପରେ ଆଧାରିତ ଶୋଭାଯାତ୍ରା   ଥିଲା ସବୁଠାରୁ ନିଆରା 

source: https://aajtak.intoday.in

ଭଗବାନ ଶିବଙ୍କ ନଗରୀରେ ମହାଶିବରାତ୍ରିରେ ବାବା ବିଶ୍ୱନାଥଙ୍କ ଦର୍ଶନ ଲାଗି ପ୍ରବଳ ଜନସମୁଦ୍ର ଦେଖିବାକୁ ମିଳିଥିଲା, ଯାହାକି ରାତି ପର୍ଯ୍ୟନ୍ତ ଚାଲଇଥିଲା।  ଏହାରି ଭିତରେ ଅପରାହ୍ନରେ ଭିନ୍ନ ଭିନ୍ନ ଅଂଚଳରେ ବରଯାତ୍ରୀ ବାହାରିଥିଲା । ଏହି ଶୋଭାଯାତ୍ରା ଗୁଡ଼ିକ ବିଳମ୍ବିତ ରାତି ଯାଏଁ ଚାଲିଥିଲା। ମହାମୃତ୍ୟୁଞ୍ଜୟ ମନ୍ଦିରରୁ ସନ୍ଧ୍ୟାରେ ବାହାରିଥିବା ଶିବଙ୍କ ବରଯାତ୍ରୀରେ କେବଳ ସହରର ଲୋକେ ନୁହେଁ   ବିଶ୍ୱର ବିଭିନ୍ନ ଦେଶର  ଲୋକେ ଅଂଶଗ୍ରହଣ କରିଥିଲେ । ବରଯାତ୍ରୀରେ ବ୍ୟାଣ୍ଡ ବାଜା ସହିତ ଘୋଡ଼ା, ଓଟ, ହାତୀ ଆଦି ବି ସାମିଲ ଥିଲେ।

source: https://aajtak.intoday.in

ବରଯାତ୍ରୀରେ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବଂ ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠର ଛାତ୍ରମାନେ ପ୍ରଥମ ଥର ପାଇଁ ସାମିଲ ହୋଇ ମେଢ଼ ମାଧ୍ୟମରେ ଆତଙ୍କବାଦୀଙ୍କ ବିରୋଧରେ ବାର୍ତ୍ତା ଦେଇଥିଲେ ।ନିକଟରେ କରଯାଇଥିବା ଏୟାର ଷ୍ଟ୍ରାଇକ ଏବଂ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବୀରତ୍ବକୁ ଲାଇଟ ଆଣ୍ଡ ସାଉଣ୍ଡ ଆଧାରିତ ମେଢରେଦେଖାଯାଇଥିଲା । ଏହି ମେଢ଼ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଆଣି ଦେଇଥିଲା । ଲୋକେ ଯୋଶର ସହ ମେରା ଭାରତ ମହାନ ସ୍ଳୋଗାନ ଦେବାରେ ଲାଗିଥିଲେ।

ସମ୍ବନ୍ଧିତ ଖବର