ଏୟାରଟେଲ୍ ଲଞ୍ଚ କଲା ୨ଟି ନୂଆ ପ୍ଲାନ୍, ଦୀର୍ଘ ବୈଧତା ସହିତ ମିଳୁଛି ଏହି ସବୁ ଫାଇଦା

source:odishatv.in
ନୁଆଦିଲ୍ଲୀ ୨୪/୧: ଟେଲିକମ ମାର୍କେଟରେ ଦୀର୍ଘ ବୈଧତା ଥିବା ପ୍ଲାନର ଡିମାଣ୍ଡ ବଢିବଢି ଚାଲିଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ଅଧିକ ଦିନର ବୈଧତା ସହିତ କଲିଂ ବେନିଫିଟ୍ସ ଓ ଡାଟାର ସୁବିଧା ଯୋଗାଇଦିଆଯାଉଛି । ବିଏସଏନଏଲ୍ ପରେ ଏବେ ଏୟାରଟେଲ୍ ଦୁଇଟି ନୂଆ ପ୍ଲାନ୍ ବଜାରକୁ ଆଣିଛି । ଏହି ସୁବିଧା କେବଳ ପ୍ରିପେଡ୍ ଯୁଜର୍ସଙ୍କ ପାଇଁ ଉପଲବ୍ଧ । ଏହାର ମୂଲ୍ୟ ୫୯୭ ଟଙ୍କା ଓ ୯୯୮ ଟଙ୍କା ରହିଛି ।
ଏୟାରଟେଲର ୫୯୭ ଓ ୯୯୮ ଟଙ୍କିଆ ପ୍ଲାନ୍
ଏହି ପ୍ଲାନରେ ୟୁଜର୍ସଙ୍କୁ ଅନଲିମିଟେଡ୍ ନ୍ୟାଶନାଲ ଓ ଲୋକାଲ ଭଏସ୍ କଲିଂର ସୁବିଧା ମିଳିବ । ଏଥିରେ କୌଣସି ବି ଲିମିଟ୍ ଦିଆଯାଇନି ।ଏହା ବ୍ୟତୀତ ୬ ଜିବି ଡାଟା ଓ ୩୦୦ ଏସଏମଏସ୍ ମିଳୁଛି । ଏହି ପ୍ଲାନର ବୈଧତା ୧୬୮ ଦିନ । ଏହାସହିତ ପ୍ଲାନରେ ଏୟାରଟେଲ୍ ଟିଭି ଆପର ଫ୍ରି ଆକ୍ସେସ୍ ଦିଆଯିବ । ୯୯୮ ଟଙ୍କିଆ ପ୍ଲାନରେ ମଧ୍ୟ ଯୁଜର୍ସଙ୍କୁ ଅନଲିମିଟେଡ୍ ନ୍ୟାଶନାଲ ଓ ଲୋକାଲ ଭଏସ୍ କଲିଂ ବେନିଫିଟ୍ସ ଦିଆଯିବ । ଏହା ସହିତ ୧୨ ଜିବି ଡାଟା ସମ୍ପୂର୍ଣ୍ଣ ବୈଧତା ସହିତ ଦିଆଯାଉଛି । ୩୦୦ ଏସଏମଏସ୍ ପ୍ରତି ମାସରେ ଦିଆଯାଉଛି । ପ୍ଲାନର ବୈଧତା ହେଉଛି ୩୩୬ ଦିନ ।
ଏହା ପୂର୍ବରୁ କମ୍ପାନୀ ୧୬୯୯ ଟଙ୍କିଆ ପ୍ଲାନ୍ ବାହାର କରିଥିଲା
ଏହି ପ୍ଲାନ ଅନୁସାରେ ଯୁଜର୍ସଙ୍କୁ ୩୬୫ ଦିନର ବୈଧତା ଦିଆଯାଉଛି । ଏହାସହିତ ଅନଲିମିଟେଡ୍ ଲୋକାଲ ଓ ଏସଟିଡି କଲିଂର ସୁବିଧା ମଧ୍ୟ ମିଳିବ । ଏହାର କୌଣସି ଡେଲି ଲିମିଟ୍ ନାହିଁ । ଏହା ବ୍ୟତୀତ ନ୍ୟାସନାଲ ରୋମିଂର ସୁବିଧା ମଧ୍ୟ ମିଳିବ ।