ପ୍ରମୁଖ ଖବର
  • ଏସିଆନ୍ କ୍ରିକେଟ୍: ସ୍ବର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା ଦଳ, ୧୯ ହାରିଲା ଶ୍ରୀଲଙ୍କା
  • ||
  • ନୂଆଦିଲ୍ଲୀ: ବଢ଼ିବ ବାୟୁସେନାର ଶକ୍ତି, ଆଜି ସାମିଲ ହେବ ସି-୨୯୫ ଯୁଦ୍ଧ ବିମାନ
  • ||
  • ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ବିିତୀୟ ଦିନ, ଗୃହ ଆରମ୍ଭରୁ ହଟ୍ଟଗୋଳ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ଭୁବନେଶ୍ୱର: ରଙ୍ଗ୍‌ ରୁଟ୍‌ ଡ୍ରାଇଭ୍ କରୁଥିଲେ, ୧୦୨ ଗାଡ଼ି ଜବତ କଲା ପୋଲିସ: କୋର୍ଟରୁ ରିଜିଲ ଅର୍ଡର ଆଣିଲେ ମିଳିବ ଗାଡ଼ି
  • ||
  • କଲମ୍ବୋ: ଶ୍ରୀଲଙ୍କା ପାଇଁ ଆହତ ଟେନ୍‌ସନ୍, ଦିନିକିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ହସରଙ୍ଗା, ଚାମୀର
  • ||
  • ନୂଆପଡ଼ା: ସ୍କ୍ରବ୍‌ ଟାଇଫସ ସଂକ୍ରମଣରେ ମହିଳା ମୃତ ଅଭିଯୋଗ, ଡିଜିଟାଲ ସର୍ଭେ ବେଳେ କାମୁଡ଼ିଥିଲା ପୋକ
  • ||
  • ଭୁବନେଶ୍ୱର: ଆଜିଠୁ ଘରେ ଘରେ ପହଞ୍ଚିବ କଂଗ୍ରେସ, ବା
  • ||
  • ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଫାଟ ପଛରେ ଆମେରିକା ମୁଖ୍ୟ କାର୍ପଟଦାର ! କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ..
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଲେ ସୁନା ପଦକ
  • ||
  • ଭୁବନେଶ୍ୱର: ଆସିଲାଣି ମୌସୁମୀ ଫେରିବା ସମୟ: ଏବେ ବି ୩ ଜିଲ୍ଲାରେ ମାତ୍ରାଧିକ, ଆଉ ୩ ରେ ନିଅଣ୍ଟିଆ ବର୍ଷା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଶେଷ, ବଡ଼ଦାଣ୍ଡରେ କଂସକୁ ବଧ କଲେ ଶ୍ରୀକୃଷ୍ଣ
  • ||

ଅଜୟ ଦେବଗନ୍ କିଣିଲେ ଏହି ଇଲେକ୍ଟ୍ରିକ୍ କାର୍, ଥରେ ଚାର୍ଜ କଲେ ଯିବ ୫୫୦ କି.ମି.

ମୁମ୍ବାଇ ୨୯/୫: ବଲିଉଡ ଅଭିନେତା ଅଜୟ ଦେବଗନଙ୍କୁ ଆପଣ ଫିଲ୍ମରେ କାର୍ ଏବଂ ବାଇକରେ ଷ୍ଟଣ୍ଟ୍ କରିଥିବା ଦେଖିଥିବେ । ତେବେ ରିୟଲ ଲାଇଫରେ କାର୍ ପ୍ରତି ତାଙ୍କର ଅନେକ ଦୁର୍ବଳତା । ତାଙ୍କ ପତ୍ନୀ କାଜୋଲ ଏବଂ ଝିଅ ନ୍ୟାସା ଦେବଗନଙ୍କୁ ମଧ୍ୟ ଅନେକ ସମୟରେ ଲକ୍ସରୀ କାରରେ ଦେଖିବାକୁ ମିଳେ । ନିକଟରେ ଅଜୟ ଦେବଗନ୍ ନିଜ କାର କଲେକ୍ସନରେ ପ୍ରଥମ ଇଲେକ୍ଟ୍ରିକ୍ କାର୍ ସାମିଲ କରିଛନ୍ତି । ସେ ବିଏମଡବ୍ଲୁର ସୁପର ଲକ୍ସରୀ ଇଭି BMW i7 କିଣିଛନ୍ତି । ଏହାର ଦାମ୍ ୧.୯୫ କୋଟି ଟଙ୍କା ।

ଏହା କାରରେ ୨ଟି ଇଲେକ୍ଟ୍ରିକ୍ ମୋଟର୍ସ ଦିଆଯାଇଛି ଯାହା ଏକାଥରେ ୫୪୪ ହର୍ସପାୱର ଏବଂ ୭୪୫ ଏନଏମର ଟର୍କ ଜେନେରେଟ୍ କରିଥାଏ । ଫୁଲ ଚାର୍ଜରେ ଏହା ୫୫୦ କିମିରୁ ଅଧିକ ରେଞ୍ଜ ଅଫର କରିଥାଏ । BMW i7ର ଟପ୍ ସ୍ପିଡ୍ ୨୩୯ କିମି ପ୍ରତି ଘଣ୍ଟା । ଏହା ୪.୭ ସେକେଣ୍ଡ ଭିତରେ ୦ରୁ ୧୦୦ କିମି ପ୍ରତି ଘଣ୍ଟା ସ୍ପିଡ୍ ଧରିପାରେ ।

{"id":580024,"sizeSlug":"full","linkDestination":"none"}

ଏହାର କ୍ୟାବିନ୍ ବିଏମଡ୍‌ଲୁ ୭ ସିରିଜ୍ ଭଳି । ଏଥିରେ ଇନଫୋଟେଣ୍ଟମେଣ୍ଟ ସିଷ୍ଟମ ଏବଂ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ପାଇଁ ବଡ କର୍ଭଡ୍ ଡିସପ୍ଲେ ବ୍ୟବହାର କରିଯାଇଛି । କାରରେ ୩୧.୩ ଇଞ୍ଚ, ୮କେ ସିନେମା ସ୍କ୍ରିନ୍ ରୁଫରେ ଲଗାଯାଇଛି ଯାହା ଆମାଜନ୍ ଫାୟାର ଟିଭି ଜରିଆରେ ଭିଡିଓ ଷ୍ଟ୍ରିମ୍ କରିପାରେ । ଏହି ସ୍କ୍ରିନକୁ HDMI ପୋର୍ଟ ଜରିଆରେ ପିଏସ୍ ୫ ସହ ମଧ୍ୟ କନେକ୍ଟ କରିହେବ ଏବଂ ଯାତ୍ରା ସମୟରେ ଗେମିଂର ମଜା ନେଇହେବ ।

ସୁନୀଲ ଶେଟ୍ଟୀଙ୍କୁ ଆସୁଥିଲା ଅଣ୍ଡରୱାର୍ଲ୍ଡରୁ ଫୋନ୍, କହିଲେ-ସେମାନେ ମୋତେ ଧମକ…

ଏହି ଇଲେକ୍ଟ୍ରିକ୍ କାରର ପଛ ଡୋରରେ ୫.୫ ଇଞ୍ଚର ଟଚସ୍କ୍ରିନ୍ ରହିଛି ଯାହା ଇନଫୋଟେଣ୍ଟମେଣ୍ଟ ସିଷ୍ଟମ, କ୍ଲାଇମେଟ୍ କଣ୍ଟ୍ରୋଲ ଏବଂ ସିଟକୁ କଣ୍ଟ୍ରୋଲ କରିଥାଏ । ତେବେ ଏହା ଅଜୟ ଦେବଗନଙ୍କ କାର କଲେକ୍ସନରେ ଏକମାତ୍ର ଦାମୀ କାର୍ ନୁହେଁ । ତାଙ୍କ ପାଖରେ ପୂର୍ବରୁ  Mercedes S 450 4MATIC, Rolls-Royce Cullinan, Mercedes Maybach GLS600, Range Rover Vogue, Audi Q7, Mini Cooper ମଧ୍ୟ ରହିଛି ।

Copyright © 2022 - Summa Real Media Private Limited. All Rights Reserved.