PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ନିଜ ରାଗକୁ ଶବ୍ଦରେ ପରିପ୍ରକାଶ କରି ହେବନାହିଁ: ଆତଙ୍କବାଦୀ ଆକ୍ରମଣରେ ଏମିତି ପ୍ରତିକ୍ରିୟା ଦେଲେ ଅଜୟ ଦେବଗନ୍


ଜାମୁ-କାଶ୍ମୀର,୧୫/୨: ଜାମୁ-କାଶ୍ମୀରର ପୁଲଓ୍ବାମା ଠାରେ ସଙ୍ଗଠିତ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୪୪ଜଣ ଜବାନ୍ ସହିଦ୍ ହୋଇଥିବା ଜଣାପଡ଼ିଛି। ହେଲେ ସେମାନଙ୍କ ଭିତରେ ଦୁଇ ଜଣ ଓଡ଼ିଆ ଯବାନ୍ ମଧ୍ୟ ଅଛନ୍ତି।

ଘଟଣାଟି ଘଟିବା ପରେ କୋଣ ଅନୁକୋଣରୁ ତଥା ମନ୍ତ୍ରୀଙ୍କ ଠାରୁ ନେଇ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିକ୍ରିୟା ଦେବାରେ ବ୍ୟସ୍ତ। ଏଥିରୁ ସିନେ ଅଭିନେତା ବି ବାଦ୍ ପଡ଼ିନାହାନ୍ତି। ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ବି ନିଜ ପ୍ରତିକ୍ରିୟାରେ ନିନ୍ଦନୀୟ ବୟାନ ଦେଇଛନ୍ତି। ଅଜୟ ଦେବଗନ୍ ଟ୍ବିଟ୍ କରି କହିଛନ୍ତି, କଶ୍ମୀରରେ ଘଟିଥିବା ଘଟଣାଟି ସମସ୍ତଙ୍କୁ ଭୟଭୀତ କରିବା ସହିତ ନିନ୍ଦନୀୟ ମଧ୍ୟ ଥିଲା। ଏମିତିକି ନିଜ ରାଗକୁ ବି ଶବ୍ଦରେ ପରିପ୍ରକାଶ କରିହେବ ନାହିଁ। ଅଜୟ ଦେବଗନ୍ ସମାଜରେ ଘଟୁଥିବା ସାମାଜିକ ଅସୁବିଧାକୁ ନେଇ ମଧ୍ୟ ବହୁତ ଚଳଚ୍ଚିତ୍ର କରିବା ସହିତ ଦେଶ ସହ ଜଡ଼ିତ ସମସ୍ୟାକୁ ନେଇ ସବୁବେଳେ ଖୋଲା ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏହି ଘଟଣାରେ ଅଜୟ ଦେବଗନ୍ ନିଜ ପ୍ରତିକ୍ରିୟା ଓ ରାଗକୁ ବ୍ୟକ୍ତ କରିଛନ୍ତି।
ସ୍ୱାଧୀନ ଭାରତର ଇତିହାସରେ ସିଆରପିଏଫ୍‌ ଯବାନଙ୍କ ଉପରେ ଥିଲା ଏହା ସବୁଠୁ ବଡ଼ ଆତଙ୍କୀ ହମ୍‌ଲା । ଏହି ବିସ୍ଫୋରଣ ପାଇଁ ପାକିସ୍ତାନର ଆତଙ୍କୀ ସଙ୍ଗଠନ ଜୈସ-ଇ-ମହମ୍ମଦ ନିଜକୁ ଦାୟୀ କରିଛି । ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ୧୦ କିଲୋମିଟର ପରିମିତ ଅଞ୍ଚଳରେ ଭୂକମ୍ପ ହୋଇଥିଲା । ଘରଦ୍ୱାର କେଇ ସେକେଣ୍ଡ ପାଇଁ ଥରି ଉଠିଥିଲା । ବିସ୍ଫୋରଣରେ ଯବାନଙ୍କ ଏକ ଭ୍ୟାନ ଖଣ୍ଡ ଖଣ୍ଡ ହୋଇ ଧ୍ୱଂସ ହୋଇ ଯାଇଥିଲା । ଯବାନଙ୍କ ଅଙ୍ଗପ୍ରତ୍ୟଙ୍ଗ ପ୍ରାୟ ୫୦ ମିଟର ଦୂରରେ ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିଲା । ସେମାନଙ୍କ ଅସ୍ତ୍ରଶସ୍ତ୍ର ଗଛ ଉପରେ ଯାଇ ଲାଖିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର