ଅଜୟ ଦେବଗନଙ୍କ ପିତା ବୀରୁ ଦେବଗନଙ୍କ ଦେହାନ୍ତ

ମୁମ୍ବାଇ ୨୭/୫: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ପିତା ବିରୁ ଦେବଗନଙ୍କ ଦେହାନ୍ତ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ମୁମ୍ବାଇରେ ତାଙ୍କ ମୃତ୍ଯୁ ହୋଇଛି । ସେ ବଲିଉଡର ଅନେକ ସୁପରହିଟ୍ ଫିଲ୍ମର ଷ୍ଟଣ୍ଟ କୋରିୟଗ୍ରାଫ କରିଛନ୍ତି ।
ବୀରୁଙ୍କ ଜନ୍ମ ୧୯୭୪ ରେ ଅମୃତସରରେ ହୋଇଥିଲା । ପଞ୍ଜାବରେ ରହୁଥିବା ବୀରୁ ମୁମ୍ବାଇରେ ବଲିଉଡରେ ଷ୍ଟଣ୍ଟମ୍ୟାନ୍ ରୂପେ କ୍ଯାରିୟର ଆରମ୍ଭ କରିଥିଲେ । ବୀରୁ ଦେବଗନ୍ ବଲିଉଡର ଫେମସ ଷ୍ଟଣ୍ଟ ମାଷ୍ଟର ରୂପେ ବେଶ୍ ଜଣାଶୁଣା । ତାଙ୍କ ବିପଜ୍ଜନକ ଷ୍ଟଣ୍ଟ କୋରିୟଗ୍ରାଫର ପାଇଁ ତାଙ୍କୁ ଅନେକ ପୁରଷ୍କାରରେ ସମ୍ମାନିତ କରାଯାଇଛି । ବୀରୁଙ୍କ ଦେହାନ୍ତ ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଉଛି । ତାଙ୍କର ଦୁଇ ପୁତ୍ର ଅଛନ୍ତି ଯଥା ଅଜୟ ଦେବଗନ୍ ଓ ଅନିଲ୍ ଦେବଗନ୍ ।
ପିତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଥିବାରୁ ନିକଟରେ ଅଜୟ ଦେବଗନ୍ ତାଙ୍କ ଫିଲ୍ମ ‘ଦେ ଦେ ପ୍ଯାର୍ ଦେ’ ର ପ୍ରମୋଶନାଲ୍ ଇଭେଣ୍ଟକୁ ରଦ୍ଦ କରିଥିଲେ । ଅଜୟ ଦେବଗନ୍ ସବୁବେଳେ ନିଜ ପରିବାରକୁ ମିଡିଆଠୁ ଦୂରରେ ରଖନ୍ତି । ତେବେ କହିରଖୁଛୁ ପିତା ବୀରୁ ଦେବଗନ୍ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ସେ ବଲିଉଡର କୌଣସି ପାର୍ଟି କିମ୍ବା ଉତ୍ସବରେ ଦେଖାଯାନ୍ତିନାହିଁ । ତେବେ ଆଜି ମୁମ୍ବାଇରେ ତାଙ୍କ ଦେହାନ୍ତ ହୋଇଛି ।