ନୂଆଦିଲ୍ଲୀ, ୨୮/୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ଯାହାକି ସାରା ଦେଶରେ ଏକ ଦୁଃଖଦ ଖବର ପାଲଟିଛି । ତେବେ ଭାରତ ଇତିହାସରେ ଏଭଳି ୭ ଜଣ ବଡ଼ ନେତାଙ୍କ ବିମାନ ଦୁର୍ଘଟଣାରେ ଜୀବନ ଯାଇଛି । କିଛିଦିନ ତଳେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏଭଳି ଭାରତର ୭ ଜଣ ବଡ଼ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଆସନ୍ତୁ ନଜର ପକାଇବା କେବେ କେଉଁ ନେତାଙ୍କ ବିମାନ ଦୁର୍ଘଟଣାରେ ଯାଇଛି ଜୀବନ ।

ବଳବନ୍ତରାୟ ମେହେଟ୍ଟା ; ୧୯୬୩ ମସିହାରୁ ୧୯୬୫ ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ବଳବନ୍ତରାୟ ମେହେଟ୍ଟା । ୧୯୬୫ ଯୁଦ୍ଧ ସମୟରେ କଚ୍ଛ ଅଞ୍ଚଳରେ ନୀରିକ୍ଷଣ କରିବା ପାଇଁ ବିମାନରେ ଉଡ଼ାଣ ଭରିଥିଲେ । ମାତ୍ର ପାକିସ୍ତାନ ତାଙ୍କ ବିମାନୁ ଖସାଇ ଦେଇଥିଲା । ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀଙ୍କ ସହ ତିନିଜଣ କର୍ମଚାରୀ ଜଣେ ସାମ୍ବାଦିକଙ୍କ ସହ ଦୁଇଜଣ କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଥିଲା । ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରଥମ ଭାରତୀୟ ନେତା ଥିଲେ।

ସଞ୍ଜୟ ଗାନ୍ଧୀ –୨୩ ଜୁନ୍ ୧୯୮୦ ମସିହାରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ କଂଗ୍ରେସ ସାଂସଦ ସଞ୍ଜୟ ଗାନ୍ଧୀ । ବିମାନ ଉଡ଼ାଣ ଭରିବା ପାଇଁ ରୁଚି ରଖିଥିବା ସଞ୍ଜୟ ଷ୍ଟଣ୍ଡ କରୁଥିବାବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ସଞ୍ଜୟଭ୍କ ତାଙ୍କ ସହଯାତ୍ରୀ ସୁବାଷ ସକ୍ସେନାଙ୍କ ମୃତ୍ୟୁ ହୋଇଥିଲା ।

ମାଧବରାଓ ସିନ୍ଧିଆ –ଜଣାଶୁଣା କଂଗ୍ରେସ ନେତା ଥିଲା ମାଧବରାଓ । ସେପ୍ଟେମ୍ବର ୩୦, ୨୦୦୧ ମସିହାରେ କାନପୁରକୁ ଏକ ରାଲିରେ ଯୋଗ ଦେବାକୁ ଯିବାବେଳେ ବିମାନ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲେ ।

ଜି.ଏମ୍.ସି. ବାଲାଯୋଗୀ - ଲୋକସଭାର ବାଚସ୍ପତି ଭାବରେ କାର୍ଯ୍ୟ କରୁଥିବା ସମୟରେ ଗନ୍ତି ମୋହନା ଚନ୍ଦ୍ର ବାଲାଯୋଗୀଙ୍କ ମୃତ୍ୟୁ ହୋଇଥିଲା। ଏକ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ୨୦୦୨ ମସିହାରେ, ଆନ୍ଧ୍ରପ୍ରଦେଶର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ତାଙ୍କ ସୁରକ୍ଷା ଅଧିକାରୀ, ଡି. ସତ୍ୟ ରାଜୁ, ପାଇଲଟ, କ୍ୟାପଟେନ ଜି.ଭି. ମେନନ, ଘଟଣାସ୍ଥଳେ ମୃତ୍ୟୁବରଣ କରିଥିଲେ।

ୱାଇ. ରାଜଶେଖର ରେଡ୍ଡୀ -୨୦୦୯ ମସିହାରେ ଆନ୍ଧ୍ରପ୍ରଦେଶରେ ଘଟିଥିଲା ବିମାନ ଦୁର୍ଘଟଣା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ୱାଇ. ରାଜଶେଖର ରେଡ୍ଡୀଙ୍କ ମୃତ୍ୟୁ ହୋଇଥିଲା । ୨୦୦୯ ସେପ୍ଟେମ୍ବରରେ, ରେଡ୍ଡୀ ତାଙ୍କ ଅଧିକାରୀଙ୍କ ସହିତ ଆନ୍ଧ୍ରପ୍ରଦେଶର ନାଲ୍ଲାମାଲା ଅଞ୍ଚଳ ଦେଇ ଯାତ୍ରା କରୁଥିଲେ, ଯେତେବେଳେ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେପଟେ କିଛି ଗଣମାଧ୍ୟମରେ କୁହାଯାଇଥିଲା କି, ନକ୍ସଲମାନେ ତାଙ୍କ ବିମାନକୁ ଖସାଇ ଦେଇଥିଲେ ।

ବିଜୟ ରୂପାଣୀ : ୧୨ ଜୁନ୍, ୨୦୨୫ରେ, ଅହମ୍ମଦାବାଦରୁ ଉଡ଼ାଣ ଭରିବା ପରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିଜୟ ରୂପାଣୀ ମଧ୍ୟ ଏଥିରେ ଥିଲେ । ରୂପାଣୀ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ। ସେହି ସନ୍ଧ୍ୟାରେ ଯେତେବେଳେ ମୃତକଙ୍କ ତାଲିକା ପ୍ରକାଶିତ ହେଲା, ସେତେବେଳେ ବିଜୟ ରୂପାଣୀଙ୍କ ନାମ ଏଥିରେ ସାମିଲ ଥିଲା । ରୂପାଣୀ ତାଙ୍କ ପରିବାରକୁ ଭେଟିବା ପାଇଁ ଲଣ୍ଡନ ଯାତ୍ରା କରୁଥିଲେ ।

ଦୋରଜୀ ଖଣ୍ଡୁ -ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଡର୍ଜି ଖଣ୍ଡୁ ୨୦୧୧ ମସିହାରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେତେବେଳକୁ ତାଙ୍କ ୫୬ ବର୍ଷ ହୋଇଥିଲା ।