PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ପଞ୍ଚଭୂତରେ ଲୀନ ହେଲେ ସହିଦ୍‌ ଅଜିତ ସାହୁ

ଢେଙ୍କାନାଳ/କାମାକ୍ଷାନଗର,୨୦ା୬(ଆପ୍ର): ସବୁଆଡ଼େ ଥିଲା ଭାବଗମ୍ଭୀର ପରିବେଶ । ଢେଙ୍କାନାଳ ଜିଲ୍ଲା ମାଟିର ବୀରପୁତ୍ରଙ୍କୁ ଅପେକ୍ଷା କରି ରହିଥିଲେ ହଜାର ହଜାର ଜନତା । ପାର୍ôଥବ ଶରୀର ପôହବା ପରେ ‘ସହିଦ୍‌ ଅଜିତ ସାହୁ ଅମର ରହେଟ୍ଟ ଜୟ ହିନ୍ଦ୍‌.. ବନ୍ଦେ ମାତରମ୍‌ଟ୍ଟ’ ଗଗନଭେଦୀ ନାରାରେ ଉଛୁଳି ଉଠିଥିଲା ପରିବେଶ । ସହିଦଙ୍କ ଶେଷ ଦର୍ଶନ ସହ ଲୁହ-କୋହରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ସମସ୍ତେ । ଯେଉଁ ରାଜପଥ ଓ ବାଟ ଦେଇ ସହିଦଙ୍କ ପାର୍ଥିବ ଶରୀର ଯାଉଥିଲା, ସେହି ରାସ୍ତା ଆଜି ଜନସମୁଦ୍ରରେ, ଲୁହ ଓ କୋହରେ ଉଛୁଳି ଉଠିଥିଲା । ହଜାର ହଜାର ଲୋକ ସହିଦଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବୁଧବାର ବିଳମ୍ବିତ ରାତିରେ ସହିଦ ଅଜିତଙ୍କ ପାର୍ôଥବ ଶରୀର ବିମାନ ଯୋଗେ

ଭୁବନେଶ୍ୱରରେ ପହଥିଲା । ଗୁରୁବାର ସକାଳେ ଭୁବନେଶ୍ୱର ୧୨୦ ବାଟାଲିୟନ୍‌ଠାରେ ସହିଦଙ୍କୁ ଗାର୍ଡ଼ ଅ୍‌ ଅନର ଦିଆଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପରେ ତାଙ୍କ ପାର୍ଥବ ଶରୀର ରହିଥିବା ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଗ୍ରାମ ବଡ଼ସୁଆଁଳ ବାହାରିଥିଲା । ଢେଙ୍କାନାଳରେ ବୀର ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ତରରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିଲା । ସକାଳ ପ୍ରାୟ ୮ଟାରେ ମିନିଷ୍ଟାଡିୟମ୍‌ ଠାରେ ଆମ୍ବୁଲାନ୍ସ ପହବା ପରେ ସହିଦ ଅଜିତ୍‌ ସାହୁ ଅମର ରହେ ଗଗନଭେଦୀ ଧ୍ୱନିରେ ଅଳ ପ୍ରକମ୍ପିତ ହୋଇଥିଲା । ମାତ୍ର ୧୫ ମିନିଟ୍‌ ପାଇଁ ଏଠାର ମିନିଷ୍ଟାଡିୟମ୍‌ ପରିସରରେ ସହିଦଙ୍କ ପାର୍ଥବ ଶରୀରକୁ ରଖାଯାଇଥିଲା । ଜିଲ୍ଲା ପୁଲିସ୍‌ ପକ୍ଷରୁ ଗାର୍ଡ ଅ୍‌ ଅନର୍‌ ଦିଆଯିବା ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଏସ୍‌ପି ଅନୁପମା ଜେମ୍‌ସ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଉପଜିଲ୍ଲାପାଳ ସାଲ୍ୟ ମଣ୍ଡିତ ପ୍ରଧାନଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ପୁଲିସ୍‌ ଅଧିକାରୀ, ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳର କର୍ମକର୍ତ୍ତା ଓ ସାଧାରଣ ଜନତା ପୁଷ୍ପଗୁଚ୍ଛ ଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଗାଡି ଗଡ଼ିଥିଲା ସହିଦ୍‌ ଅଜିତ୍‌ଙ୍କ ଜନ୍ମମାଟି କାମାକ୍ଷାନଗର ବ୍ଲକ୍‌ ବଡ଼ସୁଆଁଳ ଗ୍ରାମ ।

ଦିନ ପ୍ରାୟ ସାଢ଼େ ୧୧ଟାରେ ପାର୍ଥିବ ଶରୀର ବଡ଼ସୁଆଁଳରେ ପହଥିଲା । ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯିବା ସହ ଘର ସମ୍ମୁଖରେ କିଛି ସମୟ ପାଇଁ ପାର୍ଥିବ ଶରୀରକୁ ରଖାଯାଇଥିଲା । ସେହି ସମୟରେ ଆତ୍ମୀୟସ୍ୱଜନଙ୍କ କାନ୍ଦ ବୋବାଳିରେ ସାରା ଅଳ ସତେଯେପରି ।ଟି ପଡ଼ିଥିଲା । ଉପସ୍ଥିତ ଜନତାଙ୍କ ଆଖିରୁ ସ୍ୱତଃ ଲୁହ ଝରି ଆସୁଥିଲା । ସେଠାରେ ଉପଖଣ୍ଡ ପୁଲିସ୍‌ ପ୍ରଶାସନ ପକ୍ଷରୁ ଗାର୍ଡ଼ ଅ୍‌ ଅନର ଦିଆଯାଇଥିଲା । ହାଇସ୍କୁଲ୍‌ ପଡ଼ିଆ ନିକଟରେ ଶେଷ ସଂସ୍କାର ସମ୍ପନ୍ନ ହୋଇଥିଲା । ସେନା ପକ୍ଷରୁ ତୋପ ସଲାମି ଦିଆଯିବା ପରେ ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଜିତଙ୍କ ବଡ଼ଭାଇ ଆଲୋକ ସାହୁ ମୁଖାଗ୍ନି ଦେଇଥିଲେ ।