ପ୍ରମୂଖ ଖବର
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ହସ୍ପିଟାଲରେ ଆଡ଼ମିଟ୍ ହେଲେ ସାଉଥ୍ ସୁପରଷ୍ଟାର ଅଜିତ୍ କୁମାର

Published By : Gurupada Nath | April 30, 2025 6:49 PM

ମୁମ୍ବାଇ,୩୦/୪ : ସାଉଥ୍ ସୁପରଷ୍ଟାର ଅଜିତ କୁମାର ଆହତ । ୨୯ଏପ୍ରିଲରେ ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କଠାରୁ ପଦ୍ମ ଭୂଷଣ ଆଓ୍ବାର୍ଡ଼ ନେଇ ଫେରୁଥିବାବେ‌ଳେ ଅଘଟଣ । ଅଭିନେତା ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ ଫ୍ୟାନ୍ସମାନେ ହଠାତ୍ ତାଙ୍କୁ ଦେଖି ଘେରି ଯାଇଥିଲେ । 

ଭିଡ଼ ଏତେମାତ୍ରାରେ ହୋଇଥିଲା ଯେ ସେଠାରେ ଠେଲାପେଲା ହେବାରୁ ଏହି ସମୟରେ ସେ ଆହତ ହୋଇଛନ୍ତି । ଫଳରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଛି । ଖବର ଲେଖା ହେବା ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.