ପ୍ରମୂଖ ଖବର
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଆକାଶା ଏୟାର ଏବଂ ଇଣ୍ଡିଗୋ ବିମାନକୁ ବୋମା ଧମକ, ୩ ଦିନରେ ୧୨ ଘଟଣା

Published By : Tapas Panda | October 16, 2024 5:02 PM

ନୂଆଦିଲ୍ଲୀ: ଆକାଶା ଏୟାର ଏବଂ ଇଣ୍ଡିଗୋ ବିମାନକୁ ପୁଣି ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । କିନ୍ତୁ ପରବର୍ତ୍ତୀ ସମୟରେ ଏଥିରେ କୌଣସି ସତ୍ୟତା ନଥିବା ଜଣାପଡ଼ିଛି । ଗତ ୩ ଦିନ ମଧ୍ୟରେ ଏଭଳି ୧୨ ଥର ଧମକ ମିଳିସାରିଛି । ମୁମ୍ବାଇରୁ ଦିଲ୍ଲୀ ଉଡ଼ାଣ ଭରିଥିବା ଏକ ଇଣ୍ଡିଗୋ ବିମାନକୁ ପ୍ରଥମେ ସୋସିଆଲ ମିଡିଆରେ ଧମକ ମିଳିଥିଲା । ପରେ ଏହି ବିମାନକୁ ଅହମ୍ମଦାବାଦ ଡାଇଭର୍ଟ କରାଯାଇଥିଲା ।  ୨୦୦ ଯାତ୍ରୀ ଏବଂ କ୍ରିଉ ସଦସ୍ୟଙ୍କୁ ନେଇ ମୁମ୍ବାଇ ଏୟାରପୋର୍ଟରୁ ମଙ୍ଗଳବାର ରାତିରେ ଉଡ଼ାଣ ଭରିଥିଲା ଏହି ଇଣ୍ଡିଗୋ ବିମାନ । କିନ୍ତୁ ସୋସିଆଲ ମିଡିଆରେ ମିଳିଥିବା ଧମକ ପଛରେ କୌଣସି ସତ୍ୟତା ନଥିବା ନେଇ ବୁଧବାର ସ୍ପଷ୍ଟ ହୋଇଛି ।

ଆଜି ବେଙ୍ଗାଲୁରୁରେ ଆକାଶା ଏୟାରର ଏକ ବିମାନକୁ ବୋମାରେ ଉଡ଼ାଇ ଦେବା ନେଇ ଧମକ ମିଳିଥିଲା । ପରେ ଏହି ବିମାନକୁ ଦିଲ୍ଲୀକୁ ଫେରାଇ ଅଣାଯାଇଥିଲା । ବିମାନ QP1335 ୧୮୪ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଏୟାରପୋର୍ଟ ଉଡ଼ାଣ ଭରିଥିଲା । କିନ୍ତୁ ଦିନ ୧.୧୫ରେ ବିମାନକୁ ବିପଦ ଥିବା ନେଇ ପାଇଲଟଙ୍କୁ ଅବଗତ କରାଯାଇଥିଲା । ଏହା ପରେ ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡ କରିଥିଲା ।  ସେପଟେ ପରବରର୍ତ୍ତୀ ସମୟରେ ବିମାନରେ ବୋମା ଥିବା ଖବର ମିଥ୍ୟା ବୋଲି ଜଣାପଡ଼ିଛି ।  

୪୮ ଘଣ୍ଟାରେ ୧୦ଟି ବିମାନକୁ ଧମକ

ମଙ୍ଗଳବାର  ଦିଲ୍ଲୀ-ଚିକାଗୋ ଏୟାର ଇଣ୍ଡିଆ ବିମାନ, ଜୟପୁର-ବେଙ୍ଗାଲୁରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌, ଦମାମ-ଲକ୍ଷ୍ନୌ ଇଣ୍ଡିଗୋ ବିମାନ, ଦରଭଙ୍ଗା-ମୁମ୍ବାଇ ସ୍ପାଇସ୍‌ ଜେଟ୍‌ ବିମାନ, ସିଲିଗୁଡ଼ି-ବେଙ୍ଗାଲୁରୁ ଆକାଶା ଏୟାର ବିମାନ, ଅମୃତସର-ଡେରାଡୁନ-ଦିଲ୍ଲୀ ଆଲିଆନ୍ସ ଏୟାର ଏବଂ ଏୟାର ଏକ୍ସପ୍ରେସ୍‌ର ମଦୁରାଇ-ସିଙ୍ଗପୁର ବିମାନ ଭଳି ୭ଟି ବିମାନକୁ ଧମକ ମିଳିଥିଲା ।  ସେହିଭଳି ସୋମବାର ଇଣ୍ଡିଗୋ ବିମାନ ଏବଂ ଏୟାର ଇଣ୍ଡିଆର ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ ଏହା ପଛରେ କେଉଁମାନଙ୍କ ହାତ ରହିଛି ସେନେଇ ଜାଣିବା ଲାଗି ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍‌) ସାଇବର ସୁରକ୍ଷା ଏଜେନ୍ସି ସହ ମିଳିତ ଭାବେ ତଦନ୍ତ କରୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.