ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋମବାର ବଡ଼ ଘୋଷଣା କରିଛନ୍ତି । ପାର୍ଟି ଅଫିସରେ ଅନୁଷ୍ଠିତ ବୈଠକରେ କହିଛନ୍ତି କି, ୨୦୨୭ ମସିହାରେ ଯଦି ଆମ ଦଳ ସରକାରକୁ ଆସେ ତାହେଲେ ୩୦୦ ୟୁନିଟ୍ ବିଜୁଳି ସହ ମହିଳାଙ୍କୁ ବାର୍ଷିକ ୪୦ ହଜାର ଟଙ୍କାର ପେନସନ ପ୍ରଦାନ କରିବ । ଯାହାଦ୍ବାରା ରାଜ୍ୟର ବହୁ ମହିଳା ଉପକୃତ ହେବେ । ନିର୍ବାଚନ ପୂର୍ବରୁ ଭୋଟରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅଖିଳେଶ । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି ।
ଏହାସହ ଅଖିଳେଶ କହିଛନ୍ତି କି,ବିଜେପି ଗଣତନ୍ତ୍ର ଏବଂ ସମ୍ବିଧାନ ବିରୋଧୀ। ଏହା ରାଜ୍ୟର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବିଦ୍ୟୁତ୍ ବ୍ୟବସ୍ଥାକୁ ନଷ୍ଟ କରିଦେଇଛି। ଏସପି ସରକାର କ୍ଷମତାରେ ଆସିଲେ, ବ୍ୟବସ୍ଥାରେ ଉନ୍ନତି ହେବ ଏବଂ ପ୍ରତ୍ୟେକ ବର୍ଗ ନ୍ୟାୟ ପାଇବେ। ଏସପି ୨୦୨୨ ବିଧାନସଭା ନିର୍ବାଚନ ସମୟରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲା।
ଏସପି ମୁଖ୍ୟ କହିଛନ୍ତି ଯେ ସ୍ମାର୍ଟ ମିଟର ନାମରେ ହେଉଥିବା ବିଦ୍ୟୁତ ଠକେଇ ବିରୁଦ୍ଧରେ ଜନସାଧାରଣଙ୍କ କ୍ରୋଧ ଅଧିକ। ବିଜେପିର ବିଦ୍ୟୁତ ମିଟରଗୁଡ଼ିକ ମଧ୍ୟEVM ମେସିନ୍ ପରି ଜାଲିଆତି ହୋଇଛି। ମହଙ୍ଗା ସିଲିଣ୍ଡର ଏବଂ ଅଧିକ ବିଦ୍ୟୁତ ବିଲ୍ ବିଜେପିର ବିଦ୍ୟୁତ ସଂଯୋଗ କାଟିଦେବ।
ସେ କର୍ମୀମାନଙ୍କୁ କହିଥିଲେ ଯେ, ସେମାନେ ୨୦୨୪ ଲୋକସଭା ନିର୍ବାଚନର ଫଳାଫଳକୁ ପୁନରାବୃତ୍ତି କରିବା ଉଚିତ।ଏହାସହ ୨୦୨୭ରେ ଯଥାସମ୍ଭବ ବିଧାୟକଙ୍କୁ ଜିତାଇବା ଉଚିତ । ସେମାନଙ୍କୁ ବିଜେପିର କୁଟିଳ ରଣନୀତି ଉପରେ ନଜର ରଖିବାକୁ ପଡିବ । ଏହା ମିଥ୍ୟା ଅଭିଯୋଗ ଆଣି ସମାଜବାଦୀମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି ।
ଏହାସହ ପଢ଼ନ୍ତୁ : ମୋଦିଙ୍କ ଝାଲମୁଢ଼ି ଖିଆ ଭିଡିଓ, ୨୪ ଘଣ୍ଟାରେ ୧୦୦ ମିଲିୟନ ଭିୟ୍ୟୁ ପାର୍