ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରଗ୍ରାମରେ ରାସ୍ତାକଡ଼ରୁ ଏକ ଦୋକାନରୁ ଝାଲମୁଢ଼ି ଖାଇଥିଲେ । ରବିବାର ଏହି ଭିଡିଓଟି ନିଜେ ନରେନ୍ଦ୍ର ମୋଦି ଇନଷ୍ଟାଗ୍ରାମରେ ଅପଲୋଡ଼ କରିଥିଲେ । ଆଉ ୨୪ ଘଣ୍ଟା ମଧ୍ୟରେ ଏହା ଛାଇ ଯାଇଛି । ଭିଡିଓଟି ବେଶ ଭାଇରାଲ ହୋଇଥିବାବେଳେ ୧୦୦ ମିଲିୟନରୁ ଅଧିକ ଲୋକ ଇନଷ୍ଟାଗ୍ରାମରେ ଦେଖି ସାରିଲେଣି । ଏହାସହ ଫେସବୁକରେ ଏହା ୯୧ ମିଲିୟନରୁ ଅଧିକ ଭିୟ୍ୟୁ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଥିଲା କି, ମୋଦି ଦୋକାନୀଙ୍କୁ ପଚାରିଥିଲେ କି, ଝାଲମୁଢ଼ିର ଦାମ କେତେ । ସେ ୧୦ ଏବଂ ୨୦ କହିଥିଲେ । ଆଉ ମୋଦି ୧୦ ଟଙ୍କାର ଝାଲ ମୁଢ଼ି କିଣି ଆଣିଥିଲେ । ନିଜେ ଖାଇବା ସହ ସେଠାରେ ଥିବା ପିଲାଙ୍କୁ ମଧ୍ୟ ଦେଇଥିଲେ । ଏହାସହ ଦୋକାନୀ ଜଣକ ତାଙ୍କୁ ପିଆଜ ଖାଅକି ବୋଲି ପ୍ରଶ୍ନ କରିଥିବାବେଳେ ମୋଦି କହିଥିଲେ କି ହଁ, କିନ୍ତୁ ମୁଁ ଭେଜା ଖାଏନାହିଁ ବୋଲି କହିଥିଲେ । ଏହି ଭିଡିଓଟି ବେଶ ଭାଇରାଲ ହୋଇଥିବାବେଳେ ୟୁଜର୍ସମାନେ ସକରାତ୍ମକ କମେଣ୍ଟ କରିବା ସହ ସେୟାର ମଧ୍ୟ ବହୁଳ ମାତ୍ରାରେ କରୁଥିବା ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଦୋକାନରେ ଅଟକିଥିଲେ ତାହା ବିହାରର ଗୟା ଜିଲ୍ଲାର ବାସିନ୍ଦା ବିକ୍ରମ ସାହଙ୍କର, ଯିଏ ଗତ ୧୨ ବର୍ଷ ଧରି ଝାରଗ୍ରାମରେ ଏକ ଝାଲମୁଢ଼ି ଦୋକାନ ଚଳାଉଛନ୍ତି । ପଶ୍ଚିମବଙ୍ଗରେ ତାଙ୍କ ପ୍ରଚାର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଝାଲମୁଢ଼ିର ମଜା ନେଇଥିଲେ।

ଏହାସହ ପଢ଼ନ୍ତୁ : ତିଲକଙ୍କ ଶତକ, ଗୁଜୁରାଟ ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ