• ଯୋଗୀ ଆଦିତ୍ୟନାଥଙ୍କୁ ଅଖିଳେଶଙ୍କ ସମାଲୋଚନା
  • ମୁଲାୟମଙ୍କ ମୂର୍ତ୍ତି ପ୍ରତିଷ୍ଠା ନହେଲେ କେଦାରନାଥଙ୍କ ମନ୍ଦିର
  • ମୁଖ୍ୟମନ୍ତ୍ରୀଙ୍କ ସହ ସରକାରୀ ଅଧିକାରୀଙ୍କୁ କଲେ ଟାର୍ଗେଟ

ଲକ୍ଷ୍ନୌ, ୧/୧ : ପ୍ରୟାଗରାଜ ମାଘମେଳାରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ମୂର୍ତ୍ତି ପ୍ରତିଷ୍ଠା ନକରିବା ପ୍ରସଙ୍ଗରେ ବର୍ଷିଛନ୍ତି ଅଖିଳେଶ ଯାଦବ । ଯୋଗୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି, ଯଦି ଅଧିକାରୀମାନେ ନିୟମ ପରିବର୍ତ୍ତନ ନକରନ୍ତି ତାହେଲେ ଭଗବାନଙ୍କ ମୂର୍ତ୍ତି ସ୍ଥାପନ କରିବୁ । ଏହାସହ ବିଜେପିର ବ୍ରାହ୍ମଣ ବିଧାୟକ ବୈଠକକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଅଖିଳେଶ ।

କେବଳ ସରକାର ନୁହେଁ ସରକାରୀ ଅଧିକାରୀଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ଅଖିଳେଶ । ସେ କହିଛନ୍ତି କି, ଅନେକ ଅଧିକାରୀ ଏବେ ଚାଟୁକାରିତା କରିବାରେ ବ୍ୟସ୍ତ ଅଛନ୍ତି ତାହା କେଉଁ ନିୟମରେ ଗଣା । ଯେଉଁ କର୍ମକର୍ତ୍ତାମାନେ ସେଠାରେ ମୁଲାୟମ ସିଂହଙ୍କ ମୂର୍ତ୍ତି ସ୍ଥାପନ କରିବା ପାଇଁ ଚାହିଁଛନ୍ତି ଯଦି ଅନୁମତି ନମିଳେ ତାହେଲେ ସେଠାରେ କେଦାରନାଥଙ୍କ ମନ୍ଦିର ସ୍ଥାପନ କରିବାକୁ କହିବି । ଏହାସହ ବିଜେପିର ବ୍ରାହ୍ମଣ ବିଧାୟକ ବୈଠକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି କି, ଏବେ ବିଧାୟକମାନେ ବସି ବସି ଖାଉଛନ୍ତି, ଯଦି ସେମାନେ ସରକାରଙ୍କ ବିପକ୍ଷରେ କହିବେ ତାହେଲେ କ'ଣ ହେବ । ଯଦି ସରକାରଙ୍କ ବିଧାୟକ ତାଙ୍କ ବିରୋଧରେ ଛିଡ଼ାହେବେ ତାହେଲେ କ'ଣ ହେବ । ଏହାସହ ଏସଆଇଆର ପ୍ରସଙ୍ଗକୁ ନେଇ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅଖିଳେଶ । ମୁଖ୍ୟମନ୍ତ୍ରୀ ଏବଂ ନିର୍ବାଚନ କମିଶନ ଦେଇଥିବା ଭୋଟ୍ ତାଲିକା ମେଳ ଖାଉନଥିବା କହିଛନ୍ତି ।

ଅଧିକ ଖବର ପଢ଼ନ୍ତୁ- ନୂଆବର୍ଷରେ BSNLର ନୂଆ ଅଫର୍, ସାରା ଦେଶରେ ଲଞ୍ଚ୍ କଲା ୱାଇଫାଇ କଲିଂ ସର୍ଭିସ୍​​​​​​​