ନୂଆଦିଲ୍ଲୀ ୧୮/୦୭: ମହେଶ ବାବୁଙ୍କ ଆଗାମୀ ଫିଲ୍ମ ‘ବାରାଣସୀ’ରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିବ। ତାଙ୍କୁ ବଡ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହ ଚାହିଁ ରହିଛନ୍ତି। ଏହି ଫିଲ୍ମରେ ପ୍ରିୟଙ୍କା ମନ୍ଦାକିନି ଭୂମିକାରେ ଅଭିନୟ କରୁଛନ୍ତି। ଆଜି ପ୍ରିୟଙ୍କା ଚୋପ୍ରା ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ନିର୍ମାତା 'ବାରାଣସୀ'ରୁ ତାଙ୍କର ନୂଆ ଲୁକ୍ ରିଭିଲ୍ କରିଛନ୍ତି। ନିର୍ଦ୍ଦେଶକ ଏସ.ଏସ. ରାଜାମୌଲି ଇନଷ୍ଟାଗ୍ରାମରେ ପ୍ରିୟଙ୍କା ଚୋପ୍ରାଙ୍କ ନୂଆ ଲୁକର ଦୁଇଟି ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ, ପ୍ରିୟଙ୍କା 'ମନ୍ଦାକିନୀ' ଭୂମିକାରେ ଦେଖାଯାଇଛନ୍ତି, ଯେଉଁଥିରେ ଏକ ଶକ୍ତିଶାଳୀ ଏବଂ ବୋଲ୍ଡ ଆଭା ପ୍ରକାଶ ପାଇଛି; ସେ ଏକ ସମ୍ପୂର୍ଣ୍ଣ କଳା ପୋଷାକରେ ନଜର ଆସିଛନ୍ତି।
ଦ୍ୱିତୀୟ ଫଟୋ ପ୍ରିୟଙ୍କା ଚୋପ୍ରାଙ୍କ ଏକ ସମ୍ପୂର୍ଣ୍ଣ ଭିନ୍ନ ଦିଗକୁ ପ୍ରକାଶ କରୁଛି। ସେ ଉଜ୍ଜ୍ୱଳ ଏବଂ ଶକ୍ତିରେ ପରିପୂର୍ଣ୍ଣ ଦେଖାଯାଉଛନ୍ତି। ଏହି ଲୁକକୁ ସେୟାର କରି ଏସ.ଏସ. ରାଜାମୌଲି ଲେଖିଛନ୍ତି, " ହସିଲେ ସେ କୋମଳ ଏବଂ ନୀରବ ରହିଲେ ଅଗ୍ନି।" ରିପୋର୍ଟ ଆନୂଯାୟୀ ‘ବାରାଣାସୀ’ରେ ମହେଶ ବାବୁ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିବେ, ଏବଂ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ଏକ ସିକ୍ୱେନ୍ସ ଫିଲ୍ମର ମୁଖ୍ୟ ଅଂଶ ହେବ। ଏହି ସମୟରେ, ମାଲାୟଲମ ଷ୍ଟାର ପୃଥ୍ବୀରାଜ ସୁକୁମାରନ ଫିଲ୍ମର ମୁଖ୍ୟ ଖଳନାୟକ 'କୁମ୍ଭ' ଭାବରେ ନଜର ଆସିବେ।
ତେବେ 'RRR'ର ସଫଳତା ପରେ 'ବାରାଣସୀ' ହେଉଛି ରାଜାମୌଲିଙ୍କ ପ୍ରଥମ ଅରିଜିନାଲ୍ ଫିଚର ଫିଲ୍ମ। ରିପୋର୍ଟ ଅନୁସାରେ, ଏହା ଏକ ଆକ୍ସନ୍-ଆଡଭେଞ୍ଚର୍ ଫିଲ୍ମ ହେବ। ଏବହାର କାହାଣୀ ଅନେକ ମହାଦେଶକୁ ବ୍ୟାପିବ, ଯେଉଁଥିରେ ଆଣ୍ଟାର୍କଟିକା, ଆଫ୍ରିକା ଏବଂ ବାରାଣସୀ ଭଳି ସ୍ଥାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଫିଲ୍ମଟି ୭ ଏପ୍ରିଲ, ୨୦୨୭ ରେ ସାରା ବିଶ୍ୱର ସିନେମା ହଲରେ ରିଲିଜ୍ କରିବାକୁ ଯାଉଛି।
ଆହୁରି ପଢ଼ନ୍ତୁ...Aamir khan : ଆମୀର ଖାନ୍ ଙ୍କୁ ହତ୍ୟା ଧମକ୍,ତୃତୀୟ ବିବାହକୁ 'ଲଭ୍ ଜିହାଦ' କହିଲା ଲରେନ୍ସ ଗ୍ୟାଙ୍ଗ୍