ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ

ଫୁଲବାଣୀ,୨୪/୧ ସଦର ଥାନା ଅନ୍ତର୍ଗତ ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକ ସଂଘବଦ୍ଧ ଭାବେ ଜଣକ ଘରେ ପଶି ତାଙ୍କ କାରର କାଚ ଭାଙ୍ଗିବା ସହିତ ମହିଳାଙ୍କୁ ଜୋର ଜବରଦସ୍ତ ବଳାତ୍କାର କରିଥିବା ପୀଡ଼ିତା ମହିଳା ଜଣକ ସଦର ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ରବିବାର ସଂଧ୍ୟା ବେଳେ ଘରେ ତାଙ୍କ ସ୍ଵାମୀ ନ ଥିବା ବେଳେ କିଛି ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଜୋର ଜବରଦସ୍ତ ତାଙ୍କ ଘରେ ପଶିଥିଲେ। ତାପରେ ତାଙ୍କ କାରର ଆଗ ପଛ କାଚ ଭାଙ୍ଗିଥିଲେ । ମହିଳା ଜଣକ ସେମାନଙ୍କୁ ପ୍ରତିରୋଧ କରିବାରୁ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବା ମହିଳା ଅଭିଯୋଗ କରିଛନ୍ତି । ପୀଡ଼ିତା ମହିଳା ଏବଂ ତାଙ୍କ ସ୍ଵାମୀ କହିବା ପ୍ରକାରେ ,ପ୍ରାୟ ୨ ମାସ ପୂର୍ବେ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ଝଗଡା ହୋଇଥିଲା । ତେଣୁ ସେହି ରାଗ ସୁଝେଇବାକୁ ଯାଇ ତାଙ୍କର ସହଯୋଗୀ ମାନେ ତାଙ୍କ ଘରେ ଏଭଳି କାଣ୍ଡ କରିଛନ୍ତି ବୋଲି ସେ ସନ୍ଦେହ କରୁଥିବା କହିଛନ୍ତି। ଏ ନେଇ ସଦର ଥାନାରେ ୧୨/୨୩ରେ ଏକ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଦର ଥାନା ଅଧିକାରୀ ସମୀର କୁମାର ରାଉତ କହିଛନ୍ତି।