କୋର୍ଟରେ ଜଜ୍ଙ୍କୁ ଛୁରୀ ଦେଖାଇଲେ ଯୁବକ

ବ୍ରହ୍ମପୁର, ୨୮।୧୧ ବ୍ରହ୍ମପୁର ଏସ୍ଡିଜେଏମ୍ ପ୍ରଜ୍ଞା ପରମିତା ପତିହାରୀଙ୍କୁ ଜଣେ ଯୁବକ କୋର୍ଟ ପରିସରରେ ଡାଏସ ଉପରକୁ ଚଢି ଛୁରୀରେ ଆକ୍ରମଣ ଉଦ୍ୟମ ପାଇଁ ଚେଷ୍ଟା କରିଥିଲେ I କିଛି କର୍ମଚାରୀ ଆକ୍ରମଣ କରୁଥିବା ଯୁବକଙ୍କୁ କାବୁ କରିଛନ୍ତି। ଏସଡିଜେଏମ କୋର୍ଟରେ ଜିଲ୍ଲାଜଜଙ୍କ ସମେତ ବ୍ରହ୍ମପୁର ଏସପି ଉପସ୍ଥିତ ରହି ଘଟଣାର ଅନୁଧ୍ୟାନ କରିଛନ୍ତି। ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ଅଟକ ଯୁବକ ପୁରୁଣା ବ୍ରହ୍ମପୁର ଅଞ୍ଚଳର ଭଗବାନ ସାହୁ ଓ ତାଙ୍କ ନାମରେ ପୂର୍ବରୁ ୪ ଅପରାଧିକ ମାମଲା ରହିଥିବା ଏସପି କହିଛନ୍ତି। ସେ କାହିଁକି ଆକ୍ରମଣ କରୁଥିଲେ ତାହାର ତଦନ୍ତ ଜାରି ରହିଛି। ଘଟଣା ପରେ କୋର୍ଟରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ। ଅଭିଯୁକ୍ତଙ୍କ ପକ୍ଷରୁ କେହି ଅକାଲତନାମା ପକାଇବେ ନାହିଁ ବୋଲି ଓକିଲ ସଙ୍ଘ ପକ୍ଷରୁ ନିଷ୍ପତ୍ତି ହୋଇଛି।