PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଗୋଟିଏ ବର୍ଷରେ ୩ ଫ୍ଲପ୍‌ , ବକ୍ସ ଅଫିସ୍‌ରେ ‘ଲାଲ୍ ସିଂହ ଚଢ଼ା’ ଠାରୁ ହାରିଲେ ବାଜି

ମୁମ୍ୱାଇ : ଏବେ ଲାଗୁଛି ଅକ୍ଷୟ କୁମାର ବକ୍ସ ଅଫିସ୍‌ରେ ଆଉ କିଙ୍ଗ୍‌ ହୋଇ ରହି ନାହାନ୍ତି। ସମୟ ଥିଲା ଯେବେ ଖିଲାଡୀ କୁମାରଙ୍କର ଫିଲ୍ମ ପାଇଁ ୧୦୦କୋଟି କ୍ଲବ୍‌ରେ ସାମିଲ ହେବା ସାଧାରଣ କଥା ଥିଲା। କିନ୍ତୁ ଏବେ ପୂର୍ବ ଭଳି ସେଦିନ ଆଉ ନାହିଁ। ୨୦୨୨ ମସିହାରେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାରଙ୍କର ୩ଟି ଫିଲ୍ମରୁ ତ ଏହା ହିଁ ଅନୁମାନ କରାଯାଉଛି । ଅଭିନେତାଙ୍କର ବ୍ୟାକ୍‌ ଟୁ ବ୍ୟାକ୍‌ ଦୁଇଟି ଫ୍ଲପ୍‌ ରହିଛି। ଏବେ ୩ୟ ବି ଏହି ଧାଡ଼ିରେ ରହିଛି।

୧୧ ଅଗଷ୍ଟରେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାରଙ୍କର ଫିଲ୍ମ ରକ୍ଷା ବନ୍ଧନ କୁ ଦର୍ଶକଙ୍କୁ ସେତେ ଆଦୃତ କରି ପାରିନି। ଫିଲ୍ମର ୫ଦିନର ବକ୍ସ ଅଫିସ୍‌ କଲେକ୍ସନ ଖୁବ୍‌ ନୈରାଶ୍ୟଜନକ ଅଛି। ରକ୍ଷା ବନ୍ଧନ ୫ଦିନରେ ୫୦ କୋଟି  ଛୁଇଁବା ତ ଦୂର କଥା , ଫିଲ୍ମ ୪୦ କୋଟି ଟଙ୍କା ବି ଆୟ କରି ପାରିନି। ରକ୍ଷା ବନ୍ଧନର ୫ଦିନର ଆୟର ତଥ୍ୟ ସାମ୍ନାକୁ ଆସିଛି । ଫିଲ୍ମ ସୋମବାର ପର୍ଯ୍ୟନ୍ତ କେବଳ ୩୪.୪୭କୋଟିର ହିଁ କଲେକ୍ସନ କରିଛି।

ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ରକ୍ଷା ବନ୍ଧନର ଆୟର ପରିମାଣ ସେୟାର କରିଛନ୍ତି । ଅକ୍ଷୟ କୁମାରଙ୍କର ଫିଲ୍ମ ରକ୍ଷା ବନ୍ଧନ ନନ୍‌ ପରଫର୍ମର ସାବ୍ୟସ୍ତ ହୋଇଛି । ମଲ୍ଟିପଲ ହଲିଡେ ହେବା ସତ୍ତ୍ୱେ  ଫିଲ୍ମ ଗତ ୫ଦିନରୁ ଗୋଟିଏ ଦିନ ଡବଲ ଡିଜିଟ୍‌ରେ ଆୟ କରିନାହିଁ । ରକ୍ଷା ବନ୍ଧନର ୫ଦିନର ମୋଟ ଆୟ ଆଶ୍ଚର୍ଯ୍ୟକର। ଫିଲ୍ମ ପ୍ରଥମ ଦିନ ଅର୍ଥାତ୍‌ ୮.୨୦ କୋଟି ସହ ଖାତା  ଖୋଲିଥିଲା ।  ଏହାପରେ ଶୁକ୍ରବାର ୬.୪୦ କୋଟି , ଶନିବାର ୬.୫୧କୋଟି , ରବିବାର ୭.୦୫କୋଟି , ସୋମବାର ୬.୩୧ କୋଟି ଆୟ କରିଛି ।

ସେପଟେ ଅକ୍ଷୟଙ୍କର ରକ୍ଷା ବନ୍ଧନ ସହ ରିଲିଜ୍‌ ହୋଇଥିବା ସିନେମା ଲାଲ ସିଂହ ଚଢ଼ାର ମଧ୍ୟ ଭଲ ଆୟ ହୋଇ ନାହିଁ । ଆମିରଙ୍କ ଫିଲ୍ମର ପରିସଂଖ୍ୟାନ ଏହାଠାରୁ ବହୁତ ଭଲ ।