ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଅକ୍ଷୟ ତୃତୀୟାରେ କଂଗ୍ରେସ ପକ୍ଷରୁ ଅକ୍ଷିମୁଠି ଅନୁକୂଳ

Published By : Suraj Kumar | April 30, 2025 9:26 PM

ଗୋପାଳପୁର ୩୦/୪ :  ଅକ୍ଷୟ ତୃତୀୟା ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟ ମୁଖ୍ୟ ରାସ୍ତାରେ ଥିବା ଚାଷ ଜମିରେ କଂଗ୍ରେସ ପକ୍ଷରୁ ଅକ୍ଷିମୁଠି ଅନୁକୂଳ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋପାଳପୁର କଂଗ୍ରେସ ବିଧାୟକ ପାର୍ଥୀ ତଥା ଗଞ୍ଜାମ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଶ୍ୟାମ ସୁନ୍ଦର ସାହୁ  ଅଧକ୍ଷତା କରିଥିଲେ। 

ଏଥିରେ ଅତିଥି ଭାବେ ବ୍ରହ୍ମପୁରର କଂଗ୍ରେସ ସାଂସଦ ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପଶ୍ଚିମ କିଷାନ କଂଗ୍ରେସ ସଭାପତି ପଦ୍ମ ଚରଣ ସାହୁ, ମହେଶ୍ୱର ପାତ୍ର, ରଙ୍ଗେଇଲୁଣ୍ଡା ସରପଞ୍ଚ ପ୍ରତିନିଧି ସରତ କୁମାର ମହାଙ୍କୁଡ଼, ଆନନ୍ଦ କୁମାର ମହାନ୍ତି, ଶଙ୍କର ଅଧିକାରୀ, ବସନ୍ତ ପଟ୍ଟନାୟକ, ଭାସ୍କର ବାଙ୍ଗାରି ପ୍ରମୁଖ ଉପସ୍ଥିତ ରହି ଅକ୍ଷିମୁଠିକୁ ପୂଜାର୍ଚ୍ଚନା କରି ହଳ ବୁଲାଇ ଧାନ ବିହନ ବୁଣିଥିଲେ l ଏଥିରେ କଂଗ୍ରେସ ଯୁବ ନେତା, ନାରୀ ନେତ୍ରୀ, କୃଷକ ନେତା, ଚାଷୀ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.