ନୂଆଦିଲ୍ଲୀ, ୨୦/୨ : ଭାରତ-ପାକିସ୍ତାନ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ‘ନୋ ହ୍ୟାଣ୍ଡସେକ୍’ ନୀତି ସବୁଠି ଚର୍ଚ୍ଚାର ବିଷୟ । କ୍ରିକେଟ ଏକ ଭଦ୍ର ଲୋକଙ୍କ ଖେଳ ବୋଲି କୁହାଯାଏ । ମାତ୍ର ଏଭଳି ନୋ ହ୍ୟାଣ୍ଡସେକ୍ ପାଇଁ ବହୁ ସମାଲୋଚନା ମଧ୍ୟ କରାଯାଉଛି । ଇଂଲଣ୍ଡର ପୂର୍ବତନ କ୍ରିକେଟର ମାଇକେନ୍ ଭନଙ୍କ ପୋଡକାଷ୍ଟରେ ଆସି ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଆଲିଷ୍ଟର କୁକ୍ ।

କୁକ୍ କହିଛନ୍ତି କି, ମଇଦାନରେ ଉଭୟ ଦେଶର ଅଧିନାୟକ ଏବଂ ଖେଳାଳିମାନେ ହାତ ମିଳାଉ ନାହାନ୍ତି । କିନ୍ତୁ ପଛରେ କ’ଣ ହେଉଛି ? ମୁଁ ଜାଣିଛି କି, ସେମାନେ କେବଳ ଦେଖାଇବା ପାଇଁ ଏଭଳି କରୁଛନ୍ତି । କିନ୍ତୁ ପଛରେ କଥା ହେଉଛନ୍ତି । ଏହାସହ ମାଇକେଲ ଭନ୍ ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ କ୍ରିକେଟ୍ ପଡ଼ିଆରେ ହାତ ନମିଳାଇବା ଦୁଃଖଦ ଘଟଣା। ତଥାପି, କୁକ୍ ଏହି ଘଟଣାକୁ ହାଲୁକା ଭାବରେ ଗ୍ରହଣ କରି କହିଛନ୍ତି ଯେ ଖେଳାଳିମାନଙ୍କ ମଧ୍ୟରେ ପ୍ରକୃତ ଶତ୍ରୁତା ନଥିଲା। ଭାରତ-ପାକିସ୍ତାନ ମ୍ୟାଚ୍ ପରେ ଏହି ବୟାନ ଏବେ ଆଲୋଚନାର ବିଷୟ ପାଲଟିଛି।

କହି ରଖୁଛୁ କି, ଏସିଆ କପରୁ ଆରମ୍ଭ ହୋଇଥିବା ନୋ ହ୍ୟାଣ୍ଡସେକ୍ ନୀତି ଟି-୨୦ ବିଶ୍ବକପରେ ମଧ୍ୟ ଦେଖିବାକୁ ମିଳିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତ ପାକିସ୍ତାନକୁ ଦୋଷ ଦେଇଥିବାବେଳେ ତାଙ୍କ ଦେଶର ଖେଳାଳିଙ୍କ ସହ ହାତ ମିଳାଇନଥିଲେ । ଏସୀଆ କପରୁ ଆରମ୍ଭ ହୋଇଥିବା ଏହି ଲଢ଼େଇ ବିଶ୍ବକପରେ ମଧ୍ୟ ଦେଖିବାକୁ ମିଳିଛି । ଟସ୍ ବେଳେ ସୂର୍ଯ୍ୟ କୁମାର ଯାଦବ ସଲମାନ ଅଲ୍ଲି ଆଗାଙ୍କ ସହ ହାତ ମିଳାଇନଥିଲେ । ଏହାପରେ ଭାରତ ମ୍ୟାଚ୍ ଜିତିବା ପରେ ମଧ୍ୟ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଶାଇନଥିଲେ । ଉଭୟ ଦଳ ସୁପର-୮ରେ ଅଲଗା ଗ୍ରୁପରେ ରହିଥିବାବେଳେ ସେମାରେ ପୁଣିଥରେ ସାମ୍ନାସାମ୍ନି ହେବାର ସମ୍ଭାବନା ରହିଛି ।

ଏହାସହ ପଢ଼ନ୍ତୁ : ବଜେଟକୁ ନେଇ ବିଜେଡିର ସମାଲୋଚନା, କଂଗ୍ରେସ କହିଲା ଆମେ କରୁଛୁ ବୟକଟ୍