PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଲୋକାର୍ପିତ ହେଲା ଦେଶର ନୂଆ ସଂସଦ ଭବନ, ଗଣତନ୍ତ୍ରକୁ ମିଳିଲା ସ୍ଵାଭିମାନର ଭବ୍ୟ ମନ୍ଦିର
  • ||
  • ନୂଆଦିଲ୍ଲୀ : ନୂଆ ସଂସଦ ଭବନରେ ଫୁଲପ୍ରୁଫ୍ ସାଇବର୍ ସିଷ୍ଟମ, ଭେଦ କରିପାରିବେନି ହ୍ୟାକର- ଇଣ୍ଟରନେଟ୍ ଅଣ୍ଡରୱାର୍ଲ୍ଡ
  • ||
  • ନିଶ୍ଚିନ୍ତକୋଇଲି : ମଦ୍ରାସାରେ ନିର୍ଯାତନା ଅଭିଯୋଗ, ରାତିରେ ଲୁଚି ପଳାଇଆସିଲେ ୬ ଛାତ୍ର
  • ||

ସବୁ ପ୍ରକାର ଭୂମିକାରେ ଅଭିନୟ କରିବାକୁ ଅଲାୟାଙ୍କ ଲକ୍ଷ, କ୍ୟାରିୟରକୁ ନେଇ ଏମିତି କହିଲେ ଅଭିନେତ୍ରୀ

indianexpress

ନୂଆଦିଲ୍ଲୀ ୨୬/୦୫: ବଲିଉଡ୍‌ର ଫ୍ରେଶ୍‌ ନାୟିକା ଅଲାୟା ଏଫ୍‌ । ଜଣେ କଳାକାର ଭାବେ ଦର୍ଶକଙ୍କ ପାଖରେ ବେଶ ଦକ୍ଷତାର ସହ ନିଜକୁ ପ୍ରମାଣ କରିଛନ୍ତି। ପ୍ରତ୍ୟେକ ଫିଲ୍ମ ଓ ପ୍ରତ୍ୟେକ ଭୂମିକା ଜରିଆରେ ତାଙ୍କ କାମ ପ୍ରମାଣ କରୁଛି ଯେ ଖୁବ୍‌ଶୀଘ୍ର ସେ ବଲିଉଡ୍‌ର ଆଗଧାଡ଼ିରେ ରାଜ୍‌ କରିବେ।

ନିଜ ଅଭିନୟ ଯାତ୍ରା ବିଷୟରେ ଅଲାୟା କହିଛନ୍ତି, ଲୋକେ ତାଙ୍କ କାମରେ ଆଶ୍ଚର୍ଯ୍ୟ ଓ ସନ୍ତୁଷ୍ଟ ହେଉଥିବା ପର୍ଯ୍ୟନ୍ତ ସେ ଖୁସି । ଫିଲ୍ମ ଦୁନିଆକୁ ଆସିବା ପରଠୁ ପ୍ରତ୍ୟେକ ଥର ନିଜ ପ୍ରୋଜେକ୍ଟ ଜରିଆରେ ଅଲାୟା ଦର୍ଶକଙ୍କୁ ସର୍‌ପ୍ରାଇଜ୍‌ ଦେଇଛନ୍ତି । ଭିନ୍ନ ଧରଣର ଚରିତ୍ର ଓ ପ୍ରଦର୍ଶନ ଲାଗି ଲୋକେ ତାଙ୍କୁ ସର୍‌ପ୍ରାଇଜ୍‌ ପ୍ୟାକ୍‌ ବୋଲି କହୁଛନ୍ତି। ପ୍ରୋଜେକ୍ଟଟି ମଜାଦାର, ପାରମ୍ପରିକ କିମ୍ବା ଅଣପାରମ୍ପରିକ, ତାହା ଅଲାୟା ଭଲଭାବେ ଅନୁଭବ କରିପାରନ୍ତି । ସବୁ ପ୍ରକାର ଭୂମିକାରେ ଅଭିନୟ କରିବା ତାଙ୍କର ଲକ୍ଷ୍ୟ।

କ୍ୟାରିଅର୍‌ର ପ୍ରଥମ  ସୋପାନରେ ଥିବା ଏହି ନାୟିକା ଦିନକୁ ଦିନ ଷ୍ଟାର୍‌ ହେବାର ନିକଟତର ହେଉଛନ୍ତି। ସାକ୍ଷାତକାରମାନଙ୍କରେ ତାଙ୍କ  କଥାବାର୍ତ୍ତା ଏହା ପ୍ରମାଣ  ଦେଉଛି । ଏହି ଦୌଡ଼ରେ ନିଜର ପତ୍ରିଭା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର  କରିଛି। ଫିଲ୍ମ ‘ୟୁ-ଟର୍ନ’ରେ  ନିର୍ବାହ କରିଥିବା ଶକ୍ତିଶାଳୀ ଚରିତ୍ରର ସଫଳତାକୁ ସେ ଏବେ ବେଶ ଉପଭୋଗ କରୁଛନ୍ତି। ଉଭୟ ସିନେ ସମୀକ୍ଷକ ଓ ଦର୍ଶକଙ୍କଠୁ ଏଥିପାଇଁ ସେ ପ୍ରଶଂସାସାଉଁଟୁଛନ୍ତି। ଖୁବ୍‌ଶୀଘ୍ର ରାଜକୁମାର ରାଓଙ୍କ ଅପୋଜିଟ୍‌ରେ ଫିଲ୍ମ ‘ଶ୍ରୀ’ରେ  ସେ ନଜର ଆସିବେ।

ସମ୍ବନ୍ଧିତ ଖବର