PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଚଉଷଠି ଯୋଗିନୀ ମନ୍ଦିରରେ ନାଚିବା ବିବାଦ, ଯୁବତୀଙ୍କ ବିରୋଧରେ ଆଇପିସି ଦଫା ୨୯୫-ଏରେ ମାମଲା ରୁଜୁ

କଟକ ୨୫/୦୯: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅନ୍ତର୍ଗତ ହୀରାପୁରରେ ଥିବା ଚଉଷଠି ଯୋଗିନୀ ମନ୍ଦିରରେ ଜଣେ ଯୁବତୀ ଆଲବମ୍‌ ଗୀତରେ ନାଚିବା ଘଟଣାରେ ପୁଲିସ ମାମଲା ରୁଜୁ କରିଛି । ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ପୁଲିସ୍‌ ଆଇପିସି ଦଫା ୨୯୫-ଏ (ଧର୍ମୀୟଭାବନାକୁ ଆଘାତ କରିବା)ରେ ମାମଲା ରୁଜୁ କରିଛି । ଶନିବାର ଭଦ୍ରକ ଏସ୍‌ପିଙ୍କ ପକ୍ଷରୁ ଏହି ମର୍ମରେ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି । ଭଦ୍ରକ ଏସ୍‌ପିଙ୍କ ଏହି ଜବାବ ପରେ ହାଇକୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି । ବାସୁଦେବପୁରର ସମାଜସେବୀ ରମେଶ ଚନ୍ଦ୍ର ଭୋଇଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବିଶ୍ୱଜିତ୍‌ ମହାନ୍ତି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ଭୋଇ ଅଭିଯୋଗ କରିଥିଲେ ଯେ ପାରାଦୀପ ଅଞ୍ଚଳର ସସ୍ମିତା ସିଂହ ଚଉଷଠି ଯୋଗିନୀ ମନ୍ଦିରରେ ଏକ ଓଡ଼ିଆ ଆଲବମ୍‌ ଗୀତରେ ନାଚ କରିଥିଲେ । ଏହି ଭିଡିଓ ଭାଇରାଲ୍‌ ହୋଇଥିଲା । ଏଭଳି ନାଚିବା ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଉଛି ବୋଲି ଅଭିଯୋଗ କରି ଶ୍ରୀ ଭୋଇ ବାସୁଦେବପୁର ଥାନାରେ ଏତଲା ଦେଇଥିଲେ । କିନ୍ତୁ ବାସୁଦେବପୁର ଥାନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସେ ହାଇକୋର୍ଟକୁ ଆସିଥିଲେ । ଅଦାଲତ ତାଙ୍କ ଆବେଦନକୁ ଗ୍ରହଣ କରି ଭଦ୍ରକ ଏସ୍‌ପିଙ୍କୁ ଆବେଦନକାରୀଙ୍କ ଏଫ୍‌ଆଇଆର୍‌ ଆଧାରରେ କି’ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ । ତେବେ ଏଫଆଇଆର୍‌ ଆଧାରରେ ମାମଲା ରୁଜୁ କରାଯାଇଥିବା ନେଇ ଶନିବାର ଏସ୍‌ପିଙ୍କ ଜବାବ ଦାଖଲ ପରେ ହାଇକୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ଆଇନଜୀବୀ ମନୋରଞ୍ଜନ ପାଢୀ ପରିଚାଳନା କରୁଥିଲେ ।