ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଆଲବମ କୁଇନ୍ ଏବେ ମାତା ମାହେଶ୍ୱରୀ

ଜୟପୁର,୧୭ା୧(ବ୍ୟୁରୋ): ୯୦ ଦଶକର ଆଲବମ୍ ଓ ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ୱେତା ମଲ୍ଲିକ ପାଲଟି ଯାଇଛନ୍ତି ମାତା ମାହେଶ୍ୱରୀ । ଗ୍ଲାମର ଦୁନିଆ ଛାଡ଼ି ଚାଲିଛନ୍ତି ଆଧ୍ୟାତ୍ମିକ ରାସ୍ତାରେ । ଦୀର୍ଘ ୧୮ ବର୍ଷ ଧରି କୁଆଡ଼େ ଦେଶ ଓ ଦେଶ ବାହାରେ ଆୟୋଜନ କରି ଆସୁଛନ୍ତି ବିଶ୍ୱଶାନ୍ତି କଳକୀ ମହାଯଜ୍ଞ । ଅନୁଗାମୀ ଓ ଶ୍ରଦ୍ଧାଳୁଙ୍କୁ ଶୁଣାଉଛନ୍ତି ଶାନ୍ତି ଓ ପ୍ରଗତିର ଅଭୟବାଣୀ । ଆଉ ତାଙ୍କ ସହିତ ଅଛନ୍ତି ପ୍ରସିଦ୍ଧ ସମ୍ରାଟ୍ କ୍ୟାସେଟ୍ କମ୍ପାନିର ପୂର୍ବତନ ମାଲିକ ସମ୍ରାଟ ସାହୁ ତଥା ଏବର ତଥାକଥିତ ବାବା ବିଶ୍ୱମ୍ବର । ଜନକଲ୍ୟାଣ ଲାଗି ଏଭଳି ମହାଯଜ୍ଞ ଆଗକୁ ଜାରି ରହିବ ବୋଲି ଉଭୟ କହିଛନ୍ତି ।

ସ୍ଥାନୀୟ ସଉରାଗୁଡ଼ା ଗାଁ ନିକଟ ସିରିଡିସାଇ ମନ୍ଦିର ପାଖ ପଡିଆରେ ଆୟୋଜିତ ହୋଇଥିଲା ୨୭ତମ କଳକୀ ମହାଯଜ୍ଞ । ଏଥିରେ ଯୋଗଦେଇ ମାତା ମାହେଶ୍ୱରୀ କହିଛନ୍ତି, ଏକ ଦୈବୀ ବାଣୀ ପରେ ସେ ଗ୍ଲାମର ଦୁନିଆକୁ ବାୟ ବାୟ କରିଥିଲେ । ଚାକଚକ୍ୟ ଜୀବନଶୈଳୀ , ଟଙ୍କାପଇସା ଏବଂ ସମ୍ମାନ ଛାଡି ଆଧ୍ୟାତ୍ମିକ ଦୁନିଆରେ ପାଦ ଦେଇଥିଲେ । ଦେଶ ଓ ଦେଶ ବାହାରେ କଳକୀ ମହାଯଜ୍ଞ କରିବା ଲାଗି ତାଙ୍କୁ ଶୂନ୍ୟବାଣୀ ହୋଇଥିଲା । ୨୦୦୦ ମସିହାରୁ ବିଶ୍ୱମ୍ୱର ଓ ସେ ୨୬ଟି ସ୍ଥାନରେ ଏହି ଯଜ୍ଞ କରିସାରିଛନ୍ତି । ପଡୋଶୀ ନେପାଳ ସହ ଓଡିଶାର ବିଭିନ୍ନ ସ୍ଥାନ ଓ କୋରାପୁଟ ଜିଲ୍ଲାର ସୁନାବେଡାରେ ମଧ୍ୟ ଏହି ଯଜ୍ଞ ହୋଇସାରିଛି । ୨୮ତମ ଯଜ୍ଞ ଶ୍ରୀଲଙ୍କାରେ କରିବା ଲାଗି ଶୂନ୍ୟବାଣୀ ହୋଇଛି ।

ଶ୍ରଦ୍ଧାଳୁଙ୍କୁ ଗୁଣିଗାରେଡି, ଝଡାଫୁଙ୍କା, ଐଶ୍ୱରିକ ଶକ୍ତି ବଳରେ ଧନପ୍ରାପ୍ତି କିମ୍ବା ରୋଗରୁ ମୁକ୍ତି ପରି କୌଣସି ଆଶ୍ୱାସନା ଦିଆଯାଉନି । ଯଜ୍ଞରେ ଭାଗ ନେଉଥିବା ଲୋକଙ୍କୁ କେବଳ ଶାନ୍ତି, ମୌତ୍ରୀ ଓ ପରସ୍ପର ସହ ଉତ୍ତମ ବ୍ୟବହାର ରଖିବା ଲାଗି ପରାମର୍ଶ ଦିଆଯାଉଛି । ଗ୍ଲାମର ଦୁନିଆରେ ସବୁ କିଛି ନକଲିଥିବା ବେଳେ ଏବେ ସବୁ ଅସଲି ବୋଲି କହିଛନ୍ତି ଉଭୟ ବାବା ଓ ମାତା ।

ଗତ ୧୦ ତାରିଖରୁ ଆରମ୍ଭ ହୋଇଥିଲା ଏହି ଯଜ୍ଞ । ଆଜି ପୂର୍ଣ୍ଣାହୁତି ଦିଆଯାଇଛି । ଭୁବନେଶ୍ୱରର ଶ୍ରୀ ଶ୍ରୀ ଆଦା ଅନନ୍ତ ପରିବାର ପକ୍ଷରୁ ଏହି ଯଜ୍ଞ ପରିଚାଳନା କରାଯାଉଛି । ସ୍ଥାନୀୟ ସଉରାଗୁଡାର ଜନସାଧାରଣଙ୍କ ସହ ଆଖପାଖର ବହୁ ଲୋକ ଏହିରେ ଯଜ୍ଞରେ ସାମିଲ ହୋଇଥିଲେ । ତେବେ ପଦ୍ମ ଉପରେ ମାତା ଏବଂ ନାଗଫଣା ତଳେ ବାବା ବସିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।

Copyright © 2022 - Summa Real Media Private Limited. All Rights Reserved.