ଆପଣଙ୍କ ଫୋନରେ ରହିଛି କି Mediatek ପ୍ରୋସେସର? ହୋଇଯାନ୍ତୁ ସତର୍କ, କୌଣସି ବି ସମୟରେ ହୋଇପାରେ ସାଇବର ଆଟାକ୍

ନୂଆଦିଲ୍ଲୀ: ଯଦି ଆପଣ ଆଣ୍ଡ୍ରଏଡ ସ୍ମାର୍ଟଫୋନ ୟୁଜର୍ସ ଏବଂ ଆପଣଙ୍କ ସ୍ମାର୍ଟଫୋନରେ ମିଡିଆଟେକ୍ ଚିପସେଟ (ପ୍ରୋସେସର) ରହିଛି, ତେବେ ଆପଣଙ୍କ ପାଇଁ ଏହା ବିପଦ ହୋଇପାରେ। ଏକ ସିକ୍ୟୁରିଟି ଲିକରୁ ଜଣା ପଡ଼ିଛି ଯେ ବିଶ୍ୱରେ ଲକ୍ଷ ଲକ୍ଷ ଆଣ୍ଡ୍ରଏଡ ମୋବାଇଲ ମାଲୱେରର ଶିକାର ହୋଇପାରେ। ମାଲୱେର ହେଉଛି ଏମିତି ଏକ ଆଣ୍ଟି-ସଫ୍ଟୱେର୍ ଯାହାକୁ ହ୍ୟାକର ଆପଣଙ୍କ ମୋବାଇଲରେ ଇନଷ୍ଟଲ କରି ମୋବାଇଲର ସବୁ ସଫ୍ଟୱେର୍ ତାଙ୍କ ନିୟନ୍ତ୍ରଣକୁ ନେଇଥାନ୍ତି। ଏଥିରେ ଏଲଜି, ସାମସଙ୍ଗ ଓ ମିଡିଆଟେକ ପ୍ରୋସେସର ଭଳି ସ୍ମାର୍ଟଫୋନ ନାଁ ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ଏବଂ ଆପଣଙ୍କ ସ୍ମାର୍ଟଫୋନରେ ମିଡିଆଟେକ ପ୍ରୋସେସର ବ୍ୟବହାର କରାଯାଇଛି, ତେବେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ। ଆସନ୍ତୁ ଜାଣିବା ବିସ୍ତାରରେ…
ଗୁଗଲର ଜଣେ ଅଧିକାରୀ ଓ ମାଲୱେରର ରିଭର୍ସ ଇଞ୍ଜିନିୟର କହିଛନ୍ତି, ମାଲୱେର ସାଇନ କରିବା ପାଇଁ ମୋଲ୍ଟିପୋଲ ପ୍ଲାଟଫର୍ମ ସାର୍ଟିଫିକେଟର ବ୍ୟବହାର କରାଯାଉଛି। ଯଦି ଆମେ ସାଧାରଣ ଭାଷାରେ ବୁଝିବା, ତେବେ ଇଞ୍ଜିନିୟରିଂ ସାର୍ଟିଫିକେସନରୁ ଲିକ କରାଯାଇଛି, ଯାହା ମାଧ୍ୟମରେ ହ୍ୟାକର୍ସ ସ୍ମାର୍ଟଫୋନରେ ମାଲୱେର ଇନଷ୍ଟଲ କରିପାରେ। ଜିଜମୋଚିନା ରିପୋର୍ଟ ଅନୁସାରେ ଆଣ୍ଡ୍ରଏଡ ପ୍ରମାଣପତ୍ରକୁ ଅନଲାଇନ ପୋଷ୍ଟ କରାଯାଇଥିଲା। ଯାହାଫଳରେ ଲକ୍ଷ ଲକ୍ଷ ଡିଭାଇସରେ ମାଲୱେର ଆଟାକର ବିପଦ ରହିଛି। ସାଧାରଣ ଭାଷାରେ କହିଲେ ହ୍ୟାକରମାନେ ସାର୍ଟିଫିକେସନ ମାଧ୍ୟମରେ କ୍ଲୋନ ଆପ୍ସ ପ୍ରସ୍ତୁତ କରିପାରନ୍ତି।
ଲିକ ହୋଇଥିବା ପ୍ରମାଣପତ୍ର ମାଧ୍ୟମରେ ସ୍ମାର୍ଟଫୋନରେ ମାଲୱେର ଇନଷ୍ଟଲ କରାଯାଇଛି। ଏହି ସାଇନଇନ ପାଖରେ ଓଏସ (ଅପରେଟିଂ ସିଷ୍ଟମ) ଆକ୍ସେସ ରହିଥାଏ। ଯେଉଁଥିରେ ଗୁଗୁଲ, ଡିଭାଇସର ନିର୍ମାତା କିମ୍ୱା ଆପ ଡେଭଲପର କୌଣସି ସୂଚନା ନଦେଇ ମିଡିଆଟେକ ପ୍ରୋସେସର ଥିବା ଡିଭାଇସରେ ମାଲୱେର ଇଞ୍ଜେକ୍ଟ କରାଯାଇପାରେ।