ପ୍ରମୂଖ ଖବର
  • ବଡମ୍ବା : ପାରିବାରିକ କଳହର କରୁଣ ପରିଣତି . ବିଷ ପିଇ ଶାଶୂ-ବୋହୂ ମୃତ, ପୁଅ ଗୁରୁତର
  • ||
  • ସୁନ୍ଦରଗଡ଼କୁ ବର୍ଷା ପାଇଁ ରେଡ୍ ଆଲର୍ଟ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର୍
  • ||
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

ବିନା କେଓ୍ବାଇସିରେ ମିଳିବନି ନୂଆ ମୋବାଇଲ ସିମ୍, ଜାଣି ନିଅନ୍ତୁ ସରକାରଙ୍କ ନୂଆ ଗାଇଡଲାଇନ୍

Published By : Harapriya Biswal | June 18, 2025 6:28 PM

ନୂଆଦିଲ୍ଲୀ,୧୮।୬: ନିକଟରେ ଭାରତ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ ମୋବାଇଲ ନମ୍ବର ଓ ବିଜନେସ୍ କଲ୍‌ ପାଇଁ କେଓ୍ବାଇସି(ନୋ ୟୋର କଷ୍ଟମର) ଫ୍ଲେକ୍ସିବିଲିଟିକୁ ଶେଷ କରିଦିଆଯାଇଥିଲା। ଏବେ ଏହାକୁ ବାଧ୍ୟତାମୂଳକ କରି ଦିଆଯାଇଛି। ଏହି ପଦକ୍ଷେପ ଟେଲିକମ୍ ସେକ୍ଟରର ପାରଦର୍ଶିତା, ସୁରକ୍ଷା ଓ ବେଆଇନ ଗତିବିଧି ଉପରେ ଅଙ୍କୁଶ ଲଗାଇବା ଉଦେଶ୍ୟରେ ଉଠାଯାଇଛି। ଆସନ୍ତୁ ଜାଣିବା ଏହି ନୂଆ ପଲିସିର ଡିଟେଲ୍ସ ଓ ଏହାର ପ୍ରଭାବ ବିଷୟରେ। 

ସରକାରଙ୍କ କହିବା ଅନୁସାରେ, ଏବେ ସବୁ ମୋବାଇଲ ନମ୍ବର ପାଇଁ କେଓ୍ବାଇସି ପକ୍ରିୟା ବାଧ୍ୟତାମୂଳ ହେବ। ତାହା ପ୍ରିପେଡ୍ ହେଉ କିମ୍ବା ପୋଷ୍ଟପେଡ୍। ପୂର୍ବରୁ ପ୍ରିପେଡ ୟୁଜରଙ୍କ ପାଇଁ କେଓ୍ବାଇସି ଫ୍ଲେକ୍ସିବିଲିଟି ଥିଲା, ଯେଉଁଠି ବିନା ପୁରା କେଓ୍ବାଇସିରେ ମଧ୍ୟ ସିମ୍ କାର୍ଡ ମିଳି ପାରୁଥିଲା, କିନ୍ତୁ ଏବେ ଏହି ବିକଳ୍ପ ଶେଷ ହୋଇଯାଇଛି। ନୂଆ ଗାଇଡଲାଇନ୍ ଅନୁସାରେ, ୟୁର୍ଜସଙ୍କୁ ନିଜର ପରିଚୟ ଓ ଆଡ୍ରେସ୍ ପ୍ରୁଫ୍‌ ସହ କେଓ୍ବାଇସି କମ୍ପ୍ଲିଟ୍ କରିବାକୁ ହେବ। ଏହି ପକ୍ରିୟା ଅଫଲାଇନ୍(ଟେଲିକପ୍ ଷ୍ଟୋରରେ) ବା ଅନଲାଇନ୍(ଟେଲିକମ୍‌ କମ୍ପାନୀର ଓ୍ବେବସାଇଟ୍‌ କିମ୍ବା ଆପ୍ ମାଧ୍ୟମରେ) ଉଭୟ ଭାବରେ ପୁରା କରିହେବ। 

ସରକାରଙ୍କ ଏହି ନିଷ୍ପତ୍ତି ସୁରକ୍ଷା ଓ ପାରଦର୍ଶିତାକୁ ବଢାଇବା ଉଦେଶ୍ୟରେ ନିଆଯାଇଛି। କେଓ୍ବାଇସି  ଫ୍ଲେକ୍ସିବିଲିଟି ଶେଷ ହେବା ଫଳରେ ବେଆଇନ୍ ଗତିବିଧି ଭଳି ଟେରର ଫଣ୍ଡିଂ, ମନି ଲଣ୍ଡରିଂ ଓ ଫ୍ରଡ୍ ଉପରେ ଅଙ୍କୁଶ ଲଗାଇବ। ଏହାଛଡା ଏହା ସୁନିଶ୍ଚିତ ହେବ ଯେ, ସବୁ ମୋବାଇଲ ନମ୍ବର ରେଜିଷ୍ଟର୍ଡ ୟୁଜର୍ସ ସମ୍ପର୍କିତ ରହିଛି, ଯାହାଫଳରେ ଏମର୍ଜେନ୍ସି ସର୍ଭିସ ଓ ସରକାରୀ ସ୍କିମ୍ ପର୍ଯ୍ୟନ୍ତ ପହଁଞ୍ଚାଇବା ସହଜ ହୋଇପାରେ।  ନୂଆ ପଲିସିର ସବୁଠାରୁ ବଡ଼ ପ୍ରଭାବ ପ୍ରିପେଡ୍ ୟୁଜରଙ୍କ ଉପରେ ପଡିବ, ଯାହାକି ଏବେ ବିନା କେଓ୍ବାଇସିର ସିମ୍‌ କାର୍ଡ ପାଇପାରିନି। ଏହି ପ୍ରୋସ୍ସେ୍ ଅଳ୍ପ କମ୍ ସୁବିଧାଜନକ, କିନ୍ତୁ ଦୀର୍ଘ ସମୟ ଧରି ଏହା ସୁରକ୍ଷା ଓ ବିଶ୍ବାସ ବଢାଇବ। ପୋଷ୍ଟପେଡ୍ ୟୁଜର୍ସ, ଯେଉଁମାନେ ପୂର୍ବରୁ କେଓ୍ବାଇସି ସମ୍ପୂର୍ଣ୍ଣ କରାଇସାରିଛନ୍ତି, ତାଙ୍କ ଉପରେ ଏହାର ପ୍ରଭାବ କମ୍ ହେବ। ତେବେ ତାଙ୍କୁ ବି ସମୟ ସମୟରେ କେଓ୍ବାଇସି ଅପଡେଟ୍ କରିବାକୁ ହେବ। 

କିଭଳି କରିବେ କେଓ୍ବାଇସି ?

କେଓ୍ବାଇସି ପକ୍ରିୟା ପୁରା କରିବା ପାଇଁ ୟୁଜର୍ସଙ୍କୁ ନିମ୍ନଲିଖିତ ଦସ୍ତାବିଜ ଜମା କରିବାକୁ ହବ। ପରିଚୟ ପତ୍ର ଯେପରିକି   ଆଧାର କାର୍ଡ, ପାନ୍ କାର୍ଡ ଓ ଭୋଟର ଆଇଡି, ଆଡ୍ରେସ୍ ପ୍ରୁଫ୍‌ (ୟୁଟିଲିଟି ବିଲ୍, ରାସନ୍ କାର୍ଡ, ପାସପୋର୍ଟ)। ଏହା ସହ ପାସପୋର୍ଟ ସାଇଜ୍ ଫଟୋ ଏହି ଦସ୍ତାବିଜ ଟେଲିକମ୍ ଷ୍ଟୋରରେ ଜମା କରିହେବ। କିଛି କମ୍ପାନୀ ଏବେ ବାୟୋମେଟ୍ରିକ୍‌ ଭେରିଫିକେସନ୍‌ ମଧ୍ୟ ଦାବି କରୁଛନ୍ତି, ଯାହାକି ସୁରକ୍ଷାକୁ ବଢାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.