ରଣବିର କପୁରଙ୍କୁ ଦେଖିଲେ ଏହି ଅଭିନେତ୍ରୀ ଭୁଲିଯାଆନ୍ତି ନିଜର ଡାଇଲଗ୍ସ, ଦିପିକାଙ୍କ ବିଷୟରେ ବି କ’ଣ କହିଲେ ଜାଣନ୍ତୁ

ମୁମ୍ବାଇ,୧୦/୨: ଆଲିଆ ଭଟ୍ଟ ନିଜର ଫିଲ୍ମ ‘ଗଲି ବୟ’ର ପ୍ରମୋସନ୍ ପାଇଁ ଏବେ ବହୁତ ବ୍ୟସ୍ତ ରହୁଛନ୍ତି। ପ୍ରମୋସନ୍ ଭିତରେ ଅୟାନ୍ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ ମଧ୍ୟ ଚାଳିଛି। ମାତ୍ର ‘ଗଲି ବୟ’ର ପ୍ରମୋସନ୍ ସମୟରେ ଆଲିଆ ଏକ ସାକ୍ଷାତ୍କାରରେ ବ୍ରୟଫ୍ରେଣ୍ଡ ରଣବୀର କପୁର ଏବଂ ଦିପିକା ପାଦୁକୋନଙ୍କର ବହୁତ ତାରିଫ୍ କରିଥିବାର ଶୁଣିବାକୁ ମିଳିଛି।

ଆଲିଆ ଏମିତି ବି କହିଛନ୍ତି କି, ଅଭିନୟ କରିବା ସମୟରେ ସେ ତାଙ୍କ ଡାଇଲଗ୍ସ ସବୁବେଳେ ମନେ ରଖିଥାନ୍ତି। କିନ୍ତୁ ଯେତେବେଳେ ରଣବୀର କପୁରଙ୍କୁ ଅଭିନୟ କରିବାର ଦେଖଛନ୍ତି ସେତେବେଳେ ସେ ତାଙ୍କର ସବୁ ଡାଇଲଗ୍ ଭୁଲିଯାଉଛନ୍ତି। ପୁଣି ଥରେ ରଣବୀରଙ୍କ ତାରିଫ କରିବା ସମୟରେ ଆଲିଆ କହିଛନ୍ତି, ରଣବୀର ଯେତେବେଳେ ଇମୋସନାଲ୍ ସିନ୍ କରନ୍ତି ସେ ବହୁତ ସହଜରେ ଅଭିନୟ କରଦିଅନ୍ତି।

ସେହି ସମୟରେ ଆଲିଆ କେବଳ ରଣବୀରଙ୍କୁ ହିଁ ଦେଖଥାନ୍ତି। ବର୍ତମାନ ପର୍ୟ୍ୟନ୍ତ ଆଲିଆ ତାଙ୍କ ଜୀବନରେ ଏଭଳି ପ୍ରକୃତ କଳାକାର ଦେଖିନାହାନ୍ତି ବୋଲି ସେ କହିଛନ୍ତି । ରଣବୀର କେବଳ ଭଲ ଅଭିନେତା ନୁହଁନ୍ତି ତା ସହିତ ଜଣେ ଭଲ ମଣିଷ ବୋଲି ଆଲିଆ କହିଛନ୍ତି।
ଆଲିଆ ଦିପିକାଙ୍କ ତାରିଫ କରି କହିଛନ୍ତି କି, ଦିପିକାଙ୍କୁ ଭଗବାନ ବହୁତ ଭଲରେ ଓ ବହୁତ ସମୟ ବସି ତାଙ୍କୁ ଗଢ଼ିଛନ୍ତି। ସେ ଦେଖିବାକୁ ଯେମିତି ସୁନ୍ଦର ତାଙ୍କର ବ୍ୟକ୍ତିତ୍ବ ଓ ତାଙ୍କ ଆତ୍ମା ତାଠୁ ଅଧିକ ସୁନ୍ଦର ଏବଂ ସରଳ।ସାକ୍ଷାତ୍କାରରେ ଆଲିଆ ନିତୁ କପୁରଙ୍କ ବିଷୟରେ ମଧ୍ୟ କହିଛନ୍ତି, ନିତୁ ଜୀ ମଧ୍ୟ ବହୁତ ସରଳ ସ୍ବଭାବର। ସାକ୍ଷାତ୍କାରରେ ଆଲିଆ କେବଳ ନିତୁଙ୍କୁ ନୁହେଁ ଋଷି କପୁରଙ୍କର ମଧ୍ୟ ବହୁତ ତାରିଫ୍ କରିଛନ୍ତି।
