ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ସେଲ୍‌ ଫୋନ୍‌ ଟାୱାର ସିଗ୍‌ନାଲରୁ ମଣିଷକୁ ଖୋଜିପାରିବ ଏଲିଅନ୍‌, ଅଧ୍ୟୟନରୁ ମିଳିଲା ତଥ୍ୟ

ନୂଆଦିଲ୍ଲୀ ୦୮/୦୫: ଦୀର୍ଘବର୍ଷରୁ ବୈଜ୍ଞାନିକମାନେ ଅନ୍ୟ ଗ୍ରହରେ ଏଲିଅନ୍‌ଙ୍କ ସନ୍ଧାନରେ ଲାଗିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଏଲିଅନ୍‌ଙ୍କ ଅସ୍ତିତ୍ୱ ବାବଦରେ କୌଣସି ଠୋସ୍‌ ପ୍ରମାଣ ହାତରେ ଲାଗିନାହିଁ । ତଥାପି ଏଲିଅନ୍‌ଙ୍କ ସନ୍ଧାନ ନେଇ ଗବେଷକମାନେ ଆଶା ରଖିଛନ୍ତି । ମଣିଷଙ୍କ ପରି ଏଲିଅନ୍‌ ତଥା ଅନ୍ୟ ଗ୍ରହର ସଭ୍ୟତା ଦ୍ୱାରା ପୃଥିବୀରେ ବାସ କରୁଥିବା ମଣିଷଙ୍କ ବାବଦରେ ତଥ୍ୟ ସଂଗ୍ରହ ସମ୍ଭବ ବୋଲି ସଦ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି । ମୋବାଇଲ ଫୋନ୍‌ ପାଇଁ ବ୍ୟବହୃତ ଟାୱାରରୁ ଏଲିଅନ୍‌ ମଣିଷକୁ ଖୋଜିପାରିବେ ବୋଲି ଏଥିରେ କୁହାଯାଇଛି ।

ଅଧ୍ୟୟନ ଅନୁସାରେ, ପୃଥିବୀ ଆଖପାଖ ନକ୍ଷତ୍ରମଣ୍ଡଳ ବା ଷ୍ଟାର ସିଷ୍ଟମରେ ଥିବା ଏଲିଅନ୍‌ମାନେ ସମ୍ଭବତଃ ଆମ ସେଲ୍‌ ଫୋନ୍‌ ଟାୱାରରୁ ଆସୁଥିବା ରେଡିଓ ସିଗ୍‌ନାଲକୁ ଠାବ କରିନେଇଥିବେ । ଏହି ସିଗ୍‌ନାଲ ଯେତେ ଶକ୍ତିଶାଳୀ ହେବ, ଆକାଶଗଙ୍ଗାରେ ମଣିଷଙ୍କୁ ସେତେ ସହଜରେ ଏବଂ ଶୀଘ୍ର ଖୋଜାଯାଇପାରିବ । ମାଞ୍ଚେଷ୍ଟର ୟୁନିଭର୍ସିଟିରେ ଆଷ୍ଟ୍ରୋଫିଜିକ୍ସର ଜିଡ୍ରୋଲ ବ୍ୟାଙ୍କ ସେଣ୍ଟର ନିର୍ଦ୍ଦେଶକ ତଥା ଅଧ୍ୟୟନର ଲେଖକ ମାଇକ୍‌ ଗାରେଟ୍‌ କହିଛନ୍ତି, ରେଡିଓ ସ୍ପେକ୍ଟ୍ରମ୍‌ ଯୋଗୁ ପୃଥିବୀ ପୂର୍ବାପେକ୍ଷା ବେଶ୍‌ ଉନ୍ନତି କରିଛି । ଆଗକୁ ଏହା ଯେତେ ବିକଶିତ ହେବ ଉପଯୁକ୍ତ ଟେକ୍ନୋଲୋଜି ଥିବା ଯେ କୌଣସି ସଭ୍ୟତା ଆମକୁ ଠାବ କରିପାରିବେ ।

ନୋଟିସେସ୍‌ ଅଫ୍‌ ରୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟିରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁସାରେ, ଗବେଷକମାନେ କ୍ରାଉଡ୍‌-ସୋର୍ସ ଡାଟାର ବ୍ୟବହାର କରିଥିଲେ, ଯେପରି ସେଲ୍‌ ଫୋନ୍‌ ଟାୱାରରୁ ରେଡିଓ ସିଗ୍‌ନାଲ ଲିକ୍‌କୁ ସିମ୍ୟୁଲେଟ୍‌ କରାଯାଇପାରିବ। ଏଥିସହ ଏହା ନିର୍ଦ୍ଧାରିତ କରାଯିବ ଯେ ଅନ୍ୟ ଗ୍ରହରୁ ଏହି ସିଗ୍‌ନାଲଗୁଡ଼ିକୁ ଠାବ କରିବା କେତେ କଷ୍ଟକର ହେବ । ସେହିପରି କେଉଁ ସିଗ୍‌ନାଲକୁ ପୃଥିବୀରୁ କେତେ ଦୂରରୁ ଠାବ କରିହେବ ତାହା ଉପରେ ମଧ୍ୟ ଅଧ୍ୟୟନ କରାଯାଇଛି ।

Copyright © 2022 - Summa Real Media Private Limited. All Rights Reserved.