କେନ୍ଦୁଝର ସଦର,୨୨। ୧୨(ଆପ୍ର) :କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଂଉଁଶୂଳି ନେତାଜୀ ୟୁଥ୍ ଆସୋସିଏସନ୍ ଆନୁକୁଲ୍ୟରେ ୨୫ ତମ ଅଲ୍ ଇଣ୍ଡିଆ ପ୍ରିମିୟମ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଦିବସରରେ ଡେଞ୍ଜର ଏକାଦଶ ରାଉଲକେଲା ଏବଂ ଷ୍ଟାର ଏକାଦଶ ଭୁବନେଶ୍ୱର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା।
ଡେଞ୍ଜର ଏକାଦଶ ଟସ୍ ଜିତି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ପାଞ୍ଚ ୱିକେଟ୍ ହରାଇ ୨୨୭ ରନ କରିଥିଲା। ଜବାବରେ ବିପକ୍ଷ ଦଳ ଷ୍ଟାର ଏକାଦଶ ଭୁବନେଶ୍ୱର ୨୨୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୨.୧ ଅଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୧୨ ରନରେ ଅଟକି ପରାଜୟ ବରଣ କରିଛି ଭୁବନେଶ୍ୱର। ଫଳରେ ରାଉଲକେଲା ୧୧୫ ରନରେ ବିଶାଳ ବିଜୟ ସହ ଦ୍ଵିତୀୟ ରାଉଣ୍ଡକୁ ପ୍ରଵେଶ କରିଛି। ବିଜୟୀ ଦଳ ପକ୍ଷରୁ ରଇସ ପାଣ୍ଡେ ୩୭ ବଲ୍ ଖେଳି ଧୂଆଁଧାର ବ୍ୟାଟିଂ କରି ୩୭ ବଲରେ ୧୩ ଛକା ଏବଂ ୭ଟି ଚୌକା ବଳରେ ୧୦୯ ରନ ସହ ଶତକ ହାସଲ କରି ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।ନେତାଜୀ ୟୁଥ୍ ଆସୋସିଏସନ୍ ସଭାପତି ଜଗନ୍ନାଥ ମୋଦିଙ୍କ ନେତୃତ୍ଵରେ ଖେଳ ପ୍ରଦର୍ଶନ ଜାରୀ ରହିଛି।