PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ରାତିସାରା ଅଜଗରକୁ ତକିଆ ଭାବି ଶୋଇଥିଲେ ଏହି ବୃଦ୍ଧା, ସକାଳେ ଉଠିଲେ ଆଉ ତା ପରେ…

source:m.dailyhunt.in

ନୁଆଦିଲ୍ଲୀ ୩/୨: ସାପ ଘର ଭିତରକୁ ପଶି ଆସିବା କିମ୍ବା ଟଏଲେଟରୁ ବାହାରିବା କଥା ତ ଆପଣ ଶୁଣିଥିବେ ନିଶ୍ଚୟ । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମଧ୍ୟପ୍ରଦେଶରେ ମେହଗାଁଅ ଜିଲ୍ଲାରେ କାଳୀ ମାତାଙ୍କ ମନ୍ଦିର ନିକଟରେ ଏକ ଘରେ ରୁହନ୍ତି ଏହି ୮୦ ବର୍ଷୀୟା ବୃଦ୍ଧା । ତାଙ୍କ ଜୀବନରେ ସବୁ ଠିକ୍ ଚାଲିଥିଲା । କିନ୍ତୁ ଅଚାନକ ଘଟିଲା ଏମିତି ଏକ ଘଟଣା । ଘଟଣାଟି କିଛି ଏହିପରି। ଦିନେ ରାତିରେ ତାଙ୍କ ଘର ଭିତରକୁ ପଶିଆସିଥିଲା ଏକ ଅଜଗର ଏବଂ ସମସ୍ତଙ୍କ ଅଜାଣତରେ ବିଛଣାରେ କୁଣ୍ଡଳୀ ମାରି ଶୋଇଥିଲା ।

ଏହାପରେ ବୃଦ୍ଧା ଜଣକ ରାତିରେ ଜାଣିନପାରି ଅଜଗରକୁ ତକିଆ ଭାବି ତା ଉପରେ ମୁଣ୍ଡ ରଖି ରାତିସାରା ଶୋଇଲେ । ରାତିରେ ଅଜଗର ହଲିବାକୁ ଲାଗିଲା । ସକାଳେ ଉଠିବା ପରେ ବୃଦ୍ଧା ଜଣକ ପରିବାର ଲୋକଙ୍କୁ କହିଲେ ଯେ ରାତିସାରା ତକିଆ ସକାଶେ ତାଙ୍କୁ ଭଲ ନିଦ ହେଲାନି ।  ଏହାପରେ ପରିବାର ଲୋକ ଯେତେବେଳେ ତାଙ୍କ ରୁମ୍ ଦେଖିଲେ ତାଙ୍କୁ ୨ ଫୁଟ୍ ଲମ୍ବା ଅଜଗର ନଜର ଆସିଲା । ଏହାପରେ ବନ ବିଭାଗକୁ ଖବର ଦେବାପରେ ତାକୁ ଧରାଯାଇ ଜଙ୍ଗଲରେ ଛଡାଗଲା ।

ସମ୍ବନ୍ଧିତ ଖବର